କୋଫି ଆନନ୍‌ଙ୍କ ପରଲୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 18, 2018

କୋଫି ଆନନ୍‌ଙ୍କ ପରଲୋକ

ୱାଶିଂଟନ୍‌: ମିଳିତ ଜାତିସଂଘର ପୂର୍ବତନ ମହାସଚିବ ତଥା ନୋବେଲ୍‌ ଶାନ୍ତି ପୁରସ୍କାର ବିଜେତା କୋଫି ଆନନ୍‌ଙ୍କ ଆଜି ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା।

ଅସୁସ୍ଥତା କାରଣରୁ ସେ ଭର୍ତ୍ତି ହୋଇଥିବା ସ୍ୱିଜରଲ୍ୟାଣ୍ଡର ଏକ ହସ୍ପିଟାଲ୍‌ରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ଅନ୍ତିମ ସମୟରେ କୋଫିଙ୍କ ପାଖରେ ପତ୍ନୀ ନାନେ ଓ ୩ ସନ୍ତାନ ଉପସ୍ଥିତ ଥିଲେ।

ସେ ୧୯୯୭ ମସିହା ଜାନୁଆରୀ ମାସରୁ ୨୦୦୬ ମସିହା ଡିସେମ୍ବର ଜାତିସଂଘର ୭ମ ମହାସଚିବ ଭାବେ କାର୍ଯ୍ୟ କରିଥିଲେ। ସେ ପ୍ରଥମ କୃଷ୍ଣକାୟ ବ୍ୟକ୍ତିଭାବେ ବିଶ୍ୱର ଏହି ଶ୍ରେଷ୍ଠ ପଦବୀରେ କାର୍ଯ୍ୟ କରିବାର ଇତିହାସ ରଚିଛନ୍ତି।

୧୯୩୮ ମସିହା ଏପ୍ରିଲ ୮ରେ ଘାନାର କୁମସାଇଠାରେ ଜନ୍ମଗ୍ରହଣ କରିଥିଲେ ଏହି ମହାନ ବ୍ୟକ୍ତିତ୍ୱ କୋଫି ଆନନ୍‌। ସେ ଇଂରାଜୀ, ଫ୍ରେଞ୍ଚ ଓ ଅନ୍ୟାନ୍ୟ ଆଫ୍ରିକାନ୍‌ ଭାଷାରେ ବେଶ ଭଲଭାବେ କଥା ହୋଇପାରୁ ଥିଲେ। ତାଙ୍କ ଜୀବଦ୍ଦଶା ମଧ୍ୟରେ କୋଫି ଆନନ୍‌ ବିଶ୍ୱବାସୀଙ୍କ ପାଇଁ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି।

ଗୋଟିଏ ସମୟରେ ସେ ସମଗ୍ର ବିଶ୍ୱରେ ‘ଶାନ୍ତିଦୂତ’ ଭାବେ ମାନ୍ୟତା ପାଇଥିଲେ। ସେ କୋଫି ଆନନ୍‌ ଫାଉଣ୍ଡେସନ୍‌ ମଧ୍ୟ ପ୍ରତିଷ୍ଠା କରିଥିଲେ।



from Odisha Reporter https://ift.tt/2L4sjbZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages