ଡେବ୍ୟୁ କଲେ ରିଷଭ୍ ପନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 18, 2018

ଡେବ୍ୟୁ କଲେ ରିଷଭ୍ ପନ୍ତ

ଟ୍ରେଣ୍ଟବ୍ରିଜ୍‌: ଇଂଲଣ୍ଡ ବିପକ୍ଷ ଟେଷ୍ଟ୍‌ ସିରିଜ୍‌ରେ ୦-୨ରେ ପଛୁଆ ଥିବା ଟିମ୍‌ ଇଣ୍ଡିଆ ଆଜି କମ୍‌ ବ୍ୟାକ୍‌ ଲକ୍ଷ୍ୟରେ ନଟିଂହାମ୍‌ ପଡ଼ିଆକୁ ଓହ୍ଲାଇଛି।

ଆଜିର ମ୍ୟାଚ୍‌ରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ଟସ୍‌ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଭାରତ ତୃତୀୟ ଟେଷ୍ଟର ପ୍ରଥମ ଇନିଂସ୍‌ରେ ବେଶ ସତର୍କତାର ସହ ପାଳି ଆରମ୍ଭ କରିଛି। ଶେଷ ଖବର ସୁଦ୍ଧା ଟିମ୍‌ ଇଣ୍ଡିଆ ୧୫ ଓଭରରେ ବିନା କ୍ଷତିରେ ୪୩ ରନ୍‌ ସଂଗ୍ରହ କରିଛି।

ଟିମ୍‌କୁ ଫେରିଥିବା ଶିଖର ଧୱନ ୩୧ ରନ୍‌ କରିଥିବା ବେଳେ କେଏଲ୍‌ ରାହୁଲ ୧୦ ରନ୍‌ କରି ଅପରାଜିତ ରହିଛନ୍ତି। ଧୱନ୍‌ ଇଂଲଣ୍ଡ ବୋଲରଙ୍କ ଉପରେ କ୍ରମାଗତ ଆକ୍ରମଣ କରୁଥିବା ବେଳେ ରାହୁଲ ତାଙ୍କୁ ଭରପୂର ସହଯୋଗ କରୁଛନ୍ତି।

ସିରିଜ୍‌ ବଞ୍ଚାଇବାକୁ ଟିମ୍‌ ଇଣ୍ଡିଆ ପାଖରେ ଏହି ମ୍ୟାଚ୍‌ଟି ଶେଷ ସୁଯୋଗ। ତେଣୁ ଟିମ୍‌ ଇଣ୍ଡିଆ ୩ଟି ପରିବର୍ତ୍ତନ ସହ ମଇଦାନକୁ ଓହ୍ଲାଇଛି। ଲର୍ଡସ୍‌ ଟେଷ୍ଟ୍‌ରେ ବେଞ୍ଚରେ ବସିଥିବା ଦଳର ନିୟମିତ ଓପନର୍‌ ଶିଖର ଧୱନ୍‌ଙ୍କୁ ମୁରଲୀ ବିଜୟଙ୍କ ସ୍ଥାନରେ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଛି।

ସେହିପରି କ୍ରମାଗତ ଦୁଇଟି ଯାକ ଟେଷ୍ଟ୍‌ରେ ବିଫଳ ହୋଇଥିବା ୱିକେଟ୍‌ କିପର ବ୍ୟାଟସ୍‌ମ୍ୟାନ୍‌ ଦୀନେଶ କାର୍ତ୍ତିକଙ୍କ ସ୍ଥାନରେ ନବାଗତ ରିଷଭ୍ ପନ୍ତଙ୍କ ଉପରେ ଟିମ୍‌ ମ୍ୟାନେଜ୍‌ମେଣ୍ଟ୍‌ ଭରସା ଦେଖାଇଛି।

ଆଜି ରିଷଭ ପନ୍ଥ ଭାରତ ପାଇଁ ଡେବ୍ୟୁ କରିଛନ୍ତି। ଦେଶର ୨୯୧ ତମ ଟେଷ୍ଟ କ୍ୟାପ୍‌କୁ ଆଜି ଖେଳ ଆରମ୍ଭରୁ ଟିମ୍‌ ଅଧିନାୟକ ବିରାଟ୍‌ କୋହଲି ରିଷଭଙ୍କୁ ଦେଇଥିଲେ।

ସେହିପରି ଆଘାତ ସମସ୍ୟା ଯୋଗୁ ପ୍ରଥମ ଦୁଇଟି ଟେଷ୍ଟରୁ ବାଦ୍‌ ପଡ଼ିଥିବା ସ୍ପିଡ୍‌ଷ୍ଟର ଯଶପ୍ରୀତ୍‌ ବୁମରାଙ୍କୁ ଆଜି ଚାଇନାମ୍ୟାନ୍‌ କୁଲଦୀପଙ୍କ ବଦଳରେ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଛି।

ଅନ୍ୟପକ୍ଷରେ ଟିମ୍‌ ଇଂଲଣ୍ଡ ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। ନବାଗତ ସାମ କରାନ୍‌ଙ୍କ ବଦଳରେ ଦ୍ୱିତୀୟ ଟେଷ୍ଟ୍‌ରେ ଖେଳି ନଥିବା ବେନ୍‌ ଷ୍ଟୋକ୍ସଙ୍କୁ ସାମିଲ କରାଯାଇଛି।



from Odisha Reporter https://ift.tt/2L3kT8Q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages