ଏସିଆନ୍‌ ଗେମ୍ସ: ୨୦ ବର୍ଷ ପରେ ଫାଇନାଲ୍‌ରେ ଭାରତୀୟ ମହିଳା ହକି ଟିମ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 29, 2018

ଏସିଆନ୍‌ ଗେମ୍ସ: ୨୦ ବର୍ଷ ପରେ ଫାଇନାଲ୍‌ରେ ଭାରତୀୟ ମହିଳା ହକି ଟିମ୍‌

hocky

ଜାକର୍ତ୍ତା: ଏସିଆନ୍‌ ଗେମ୍ସରେ ଦୀର୍ଘ ୨୦ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇ ଭାରତୀୟ ମହିଳା ହକି ଦଳ ଫାଇନାଲରେ ପ୍ରବେଶ କରିଛି।
ଆଜି ହାଇ-ଭୋଲଟେଜ୍‌ ସେମିଫାଇନାଲ୍‌ରେ ଚୀନ୍‌କୁ ୧-୦ ଗୋଲ୍‌ରେ ପରାସ୍ତ କରି ଭାରତୀୟ ଦଳ ଫାଇନାଲକୁ ଟିକେଟ୍‌ କାଟିଛନ୍ତି।
ଆସନ୍ତା ୩୧ ତାରିଖରେ ଭାରତ ଫାଇନାଲ୍‌ରେ ଜାପାନକୁ ଭେଟିବ।
ଭାରତ ପକ୍ଷରୁ ଆଜି ଏକମାତ୍ର ଗୋଲ୍‌ ଗୁରଜିତ କୌର ଦେଇଥିଲେ।
ମ୍ୟାଚ୍‌ଟି ପୂରା ସଂଘର୍ଷପୂର୍ଣ୍ଣ ଥିଲା। ପ୍ରଥମ ତିନି ପର୍ଯ୍ୟାୟ ଗୋଲ୍‌ ଶୂନ୍ୟ ରହିଥିଲା। ଚତୁର୍ଥ ତଥା ଶେଷ କ୍ୱାର୍ଟରରେ କିନ୍ତୁ ଭାରତୀୟ ମହିଳା ଶକ୍ତିର ଝଲକ ଦେଖିବାକୁ ମିଳିଥିଲା। ଗୁରଜିତ୍ ଡ୍ରାଗ୍‌ଫ୍ଲିକ୍‌ ଜରିଆରେ ଗୋଲ୍ କରି ଚୀନ ଶିବିରରେ ନିରାଶା ଖେଳାଇ ଦେଇଥିଲେ।
ପ୍ରଥମ ତିନି କ୍ୱାର୍ଟର୍‌ ଗୋଲ୍‌ଶୂନ୍ୟ ରହିବା ପରେ ଚୀନ୍ ଖେଳାଳିଙ୍କ ମୁହଁରେ ଚାପ ସମ୍ପୂର୍ଣ୍ଣ ବାରି ହୋଇ ପଡୁଥିଲା। ଚତୁର୍ଥ କ୍ୱାର୍ଟରରେ ଚୀନ ଖେଳାଳି ଏକାଧିକ ତ୍ରୁଟିକରିଥିଲେ। ଯାହାର ପୂରା ଫାଇଦା ଭାରତୀୟ ଦଳ ଉଠାଇଥିଲା।
୧୯୯୮ ଏସିଆନ୍‌ ଗେମ୍ସରେ ଶେଷ ଥର ପାଇଁ ଭାରତୀୟ ମହିଳା ଦଳ ଫାଇନାଲ୍କୁ ଯାଇଥିଲା। ଫାଇନାଲ୍‌ରେ ଦକ୍ଷିଣ କୋରିଆ ପାଖରୁ ପରାଜିତ ହୋଇ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।
ସୂଚନାଯୋଗ୍ୟ, ଚଳିତ ଏସିଆନ୍‌ ଗେମ୍ସରେ ଭାରତୀୟ ମହିଳା ହକି ଦଳର ଦବ୍‌ଦବା ଦେଖିବାକୁ ମିଳିଥିଲା। ଇଣ୍ଡୋନେସିଆକୁ ୮-୦, କାଜକିସ୍ତାନକୁ ୨୧-୦, ଦକ୍ଷିଣ କୋରିଆକୁ ୪-୧ ଓ ଥାଇଲାଣ୍ଡକୁ ୫-୦ ଗୋଲ୍‌ରେ ପରାସ୍ତ କରି ଭାରତ ସେମିଫାଇନାଲ୍‌କୁ ଯାଇଥିଲା।



from Odisha Reporter https://ift.tt/2wklYVx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages