ସୋନାକ୍ଷୀଙ୍କ ଘରର ନାଁ ‘ରାମାୟଣ’, ଏହା ପଛରେ ରହିଛି ଏମିତି କାରଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 9, 2018

ସୋନାକ୍ଷୀଙ୍କ ଘରର ନାଁ ‘ରାମାୟଣ’, ଏହା ପଛରେ ରହିଛି ଏମିତି କାରଣ

ମୁମ୍ବାଇ: ବଲିଉଡ୍‌ର ଦବଙ୍ଗ୍‌ ଗାର୍ଲ ସୋନାକ୍ଷୀ ସିହ୍ନାଙ୍କ ଘରର ନାଁ ହେଉଛି ‘ରାମାୟଣ’। ଅନେକ ଏହି କଥା ଜାଣିବାକୁ ଚାହାନ୍ତି ଯେ ସୋନାକ୍ଷୀଙ୍କ ବାପା ଶତ୍ରୁଘ୍ନ ସିହ୍ନା ଓ ମା’ ପୁନମ୍‌ ସିହ୍ନା ଘରର ନାଁ ରାମାୟଣ କାହିଁକି ରଖିଛନ୍ତି। ସୋନାକ୍ଷୀଙ୍କୁ ଏ ବିଷୟରେ ଅନେକ ଥର ପ୍ରଶ୍ନ କରାଯାଇଛି। କିନ୍ତୁ ସେ ଏ ବିଷୟରେ କିଛି କହନ୍ତି ନାହିଁ। ତେବେ ନିକଟରେ ସେ ଘରର ଏଭଳି ନାମକରଣ ପଛର କାରଣ କହିଛନ୍ତି।

ଏକ ସାକ୍ଷାତକାରରେ ସେ କହିଛନ୍ତି,“ଆମ ପରିବାରରେ ପ୍ରାୟ ସଦସ୍ୟଙ୍କ ନାମ ରାମାୟଣର ବିଭିନ୍ନ ଚରିତ୍ର ଅନୁଯାୟୀ ରଖାଯାଇଛି। ମୋ ବାପାଙ୍କ ନାଁ ଶତ୍ରୁଘ୍ନ। ତାଙ୍କ ଭାଇମାନଙ୍କ ନାମ ରାମ, ଲକ୍ଷ୍ମଣ ଓ ଭରତ। ସେହିପରି ମୋ ଦୁଇ ଭାଇଙ୍କ ନାଁ ଲବ ଓ କୁଶ। ସେଥିପାଇଁ ଆମ ଘରର ନାଁ ‘ରାମାୟଣ’ ରଖାଯାଇଛି।”

ramayan

ସୂଚନାଯୋଗ୍ୟ ଯେ, ସୋନାକ୍ଷୀ ନିଜ ଓଜନକୁ ଆହୁରି କମ୍‌ କରି ଦେଇଛନ୍ତି। ଆଗକୁ ତାଙ୍କର ଫିଲ୍ମ ‘ହାପ୍ପି ଭାଗ୍‌ ଜାୟେଗୀ’ ଓ ‘କଲଙ୍କ୍‌’ ରିଲିଜ୍ ହେବ। ‘ଦବଙ୍ଗ-୩’ରେ ବି ସେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଆସିବେ ବୋଲି ଜଣାପଡ଼ିଛି।



from OdishaReporter https://ift.tt/2AYIKqR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages