ବର୍ଷା ଦିନେ ଖାଆନ୍ତୁ ଗରମ ଅଣ୍ଡା ପକୋଡ଼ା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 4, 2018

ବର୍ଷା ଦିନେ ଖାଆନ୍ତୁ ଗରମ ଅଣ୍ଡା ପକୋଡ଼ା

egg

ଅଣ୍ଡା ଖାଇବାକୁ ପ୍ରାୟତଃ ସମସ୍ତେ ଭଲ ପାଆନ୍ତି। କେହି ସିଝା ଅଣ୍ଡା ଖାଆନ୍ତି ତ ଆଉ କିଏ ଆମଲେଟ୍‌ କିମ୍ୱା ତରକାରୀ କରି ଖାଇବାକୁ ଭଲ ପାଆନ୍ତି। ହେଲେ ଆଜି ଆମେ ଆପଣଙ୍କୁ ଶିଖାଇବୁ ସ୍ୱାଦିଷ୍ଟ ଅଣ୍ଡା ପକୋଡ଼ା ପ୍ରସ୍ତୁତି ପ୍ରଣାଳୀ । ଏହାର ପ୍ରସ୍ତୁତି ପ୍ରଣାଳୀ ମଧ୍ୟ ବେଶ୍ ସହଜ।

ଆବଶ୍ୟକ ସାମଗ୍ରୀ: ଚାରୋଟି ସିଝା ଅଣ୍ଡା, ଦୁଇ କପ୍‌ ବେସନ, ଗୋଟିଏ ଚାମଚ ରସୁଣ ପେଷ୍ଟ, ଗୋଟିଏ ଛୋଟ ଚାମଚ ଲଙ୍କା ଗୁଣ୍ଡ, ଅଳ୍ପ ହଳଦୀ, ଦୁଇଟି କଞ୍ଚା ଲଙ୍କା,ପାଉଁରୁଟି ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ,  ଆବଶ୍ୟକ ଅନୁସାରେ ପାଣି ଏବଂ ଛାଣିବା ପାଇଁ ତେଲ।

ପ୍ରଣାଳୀ: ପ୍ରଥମେ ସିଝା ଅଣ୍ଡା ମଝିରୁ କାଟି ଦିଅନ୍ତୁ। ଆଉ ଏକ ପାତ୍ରରେ ବେସନ, ଲୁଣ, ଲଙ୍କା ଗୁଣ୍ଡ, ରସୁଣ ପେଷ୍ଟ, ହଳଦୀ ଓ ଛୋଟ ଛୋଟ କଟା ଯାଇଥିବା କଞ୍ଚା ଲଙ୍କା ମିଶାଇ ଏକ ମିଶ୍ରଣ ତିଆରି କରନ୍ତୁ। ଏହାପରେ ମଧ୍ୟମ ଆଞ୍ଚରେ ଏକ କଢ଼େଇ ବସାଇ ସେଥିରେ ତେଲ ଗରମ ହେଲା ଯାଏ ରଖନ୍ତୁ। ତେଲ ଗରମ ହେଲା ମାତ୍ରେ  ସିଝା ହୋଇ ଥିବା କଟା ଅଣ୍ଡାକୁ  ଗୋଟିଏ ଗୋଟିଏ କରି ବେସନରେ ପ୍ରସ୍ତୁତ ହୋଇଥିବା ମିଶ୍ରଣକୁ  ମିଶାଇ ଏକ ପ୍ଲେଟ୍‌ରେ ରଖନ୍ତୁ। ଏହାପରେ ପାଉରୁଟି  ଗୁଣ୍ଡ ଏଥିରେ ଲଗାଇ ଗରମ ହୋଇଥିବା ତେଲ କଢ଼େଇରେ ପକାନ୍ତୁ। ପରେ ସମସ୍ତ ଅଣ୍ଡାକୁ ସୋନାଲୀ ରଙ୍ଗ ହେଲା ଯାଏ କଢ଼େଇରୁ ଛାଣନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ଅଣ୍ଡା ପକୋଡ଼ା। ଚଟଣୀ ସହ ଆପଣ ଏହାକୁ ଖାଇ ପାରିବେ। ଆଉ ବର୍ଷା ଦିନେ ଏହି ଅଣ୍ଡା ପୋକଡ଼ା ତିଆରି କରି ଗରମ ଗରମ ଖାଇଲେ ଆପଣ ଏହାର ଫ୍ୟାନ୍‌ ବନିଯିବେ।



from OdishaReporter https://ift.tt/2M07Rhe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages