
ଶ୍ରୀନଗର: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ୍ କନଫରେନ୍ସ ନେତା ଫାରୁକ୍ ଅବଦୁଲ୍ଲା ଆଜି ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ଫାରୁକଙ୍କୁ ଜେଡ୍ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଥିଲେ ହେଁ ଆଜି ଜଣେ ବ୍ୟକ୍ତି ଦ୍ରୁତଗାମୀ କାର୍ ନେଇ ତାଙ୍କ ଘରେ ପ୍ରବେଶ କରି ଯାଇଥିଲେ।
କିନ୍ତୁ କୌଣସି ଅଘଟଣ ଘଟାଇବା ପୂର୍ବରୁ ସୁରକ୍ଷାକର୍ମୀଙ୍କ ଗୁଳିରେ ଉକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।
ବ୍ୟକ୍ତି ଜଣଙ୍କର ଘର ଜମ୍ମୁ-କଶ୍ମୀରର ପୁଞ୍ଛରେ। ତାଙ୍କ ନାଁ ମୁରାଦ ଅଲ୍ଲୀ ଶାହା। ଆଜି ସକାଳ ପ୍ରାୟ ୯.୩୦ରେ ମୁରାଦ ଏକ କାର୍ ଯୋଗେ ଫାରୁକ୍ଙ୍କ ଭାଟିନନ୍ଦିସ୍ଥିତ ବାସଭବନରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ।
ଦେବାକୁ ଉଦ୍ୟମ କରୁଥିଲେ ହେଁ ସେ ଗାଡ଼ି ଦ୍ରୁତଗତିରେ ନେଇ ସିଧା ଫାରୁକଙ୍କ ବଗିଚାରେ ପହଞ୍ଚି ଯାଇଥିଲେ। ଏହାପରେ ଘର ମଧ୍ୟରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ।
ସେ ଫାରୁକ୍ଙ୍କ ଶୋଇବା ଘର ମଧ୍ୟକୁ ପଶିବାକୁ ଉଦ୍ୟମ କରୁଥିବା ବେଳେ ସିଆର୍ପିଏଫ୍ ଯବାନଙ୍କ ଗୁଳିର ଶିକାର ହୋଇଥିଲେ।
ଘଟଣାସମୟରେ ଫାରୁକ୍ ଘରେ ଉପସ୍ଥିତ ନଥିଲେ। ଏହି ଘଟଣାରେ ଜଣେ ପୁଲିସ୍ କର୍ମଚାରୀ ଆହତ ହୋଇଛନ୍ତି। ମୁରାଦ ଏକ ବନ୍ଧୁକ ଦୋକାନ କରିଥିବା ବେଳେ ସେ ବିନା ଅସ୍ତ୍ରଶସ୍ତ୍ରରେ ଫାରୁକ୍ଙ୍କ ଘରେ ପ୍ରବେଶ କରିଥିଲେ। ଅନ୍ୟପକ୍ଷରେ ମୁରାଦ ନିରସ୍ତ୍ର ଥିଲେ ମଧ୍ୟ ପୁଲିସ୍ କାହିଁକି ଗୁଳି ଚଳାଇଲା ବୋଲି ତାଙ୍କ ବାପା ପ୍ରଶ୍ନ କରିଛନ୍ତି।
from OdishaReporter https://ift.tt/2n9MuvK


No comments:
Post a Comment