ବିଜେପି କାର୍ଯ୍ୟାଳୟରେ ବାଜପେୟୀଙ୍କ ପାର୍ଥିବ ଶରୀର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 17, 2018

ବିଜେପି କାର୍ଯ୍ୟାଳୟରେ ବାଜପେୟୀଙ୍କ ପାର୍ଥିବ ଶରୀର

bjp

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜନ ନାୟକ ଅଟଳ ବିହାରୀ ବାଜପେୟୀଙ୍କ ପାର୍ଥିବ ଶରୀର ଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ୟାଳୟରେ ରଖାଯାଇଛି। ଦଳୀୟ ନେତାଙ୍କ ସମେତ, ବିଦେଶୀ ବନ୍ଧୁ, ଅନ୍ୟ ରାଜନୈତିକ ଦଳର ନେତା, ତାଙ୍କୁ ଭଲ ପାଉଥିବା ବ୍ୟକ୍ତି ବିଶେଷ ଓ ସାଧାରଣ ଜନତା ତାଙ୍କ ଶେଷ ଦର୍ଶନ କରୁଛନ୍ତି।

bjp1ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ଗୃହମନ୍ତ୍ରୀ ରାଜନାଥ ସିଂହ, ବରିଷ୍ଠ ନେତା ଲାଲକ୍ରିଷ୍ଣ ଆଡ଼ଭାନୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ  ପ୍ରମୁଖ କାର୍ଯ୍ୟାଳୟରେ ଉପସ୍ଥିତ ରହିବା ସହ ତାଙ୍କ ପ୍ରିୟ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

bjp2ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏ. ରାଜା, ଆସାମ ମୁଖ୍ୟମନ୍ତ୍ରୀ ଏସ୍‌. ସୋନୋୱାଲ, ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌. ବିରେନ୍‌ ସିଂହ ବିଜେପି କାର୍ଯ୍ୟାଳୟରେ ପହଞ୍ଚି ବାଜପେୟୀଜୀଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ସେହିପରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମନ ସିଂହ ମଧ୍ୟ ବାଜପେୟୀଜୀଙ୍କୁ ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି।

bjp4ଭୁଟାନ ରାଜା ଜିଗ୍ମେ ଖେସର ଏହି ମହାନାୟକଙ୍କ ଶେଷକୃତ୍ୟରେ ସାମିଲ ହେବାକୁ ଦିଲ୍ଲୀରେ ପହଞ୍ଚିଛନ୍ତି।

bjp7ଗତକାଲି ଏମସ୍‌ରେ ବାଜପେୟୀଜୀଙ୍କ ପରଲୋକ ଘଟିବା ପରେ ତାଙ୍କ ପାର୍ଥିବ ଶରୀରକୁ କୃଷ୍ଣ ମେନନ୍‌ ରୋଡ ସ୍ଥିତ ତାଙ୍କ ବାସଭବନରେ ରଖାଯାଇଥିଲା। ହଜାର ହଜାର ଲୋକ ସେଠାକୁ ଯାଇ ନିଜ ପ୍ରିୟ ନେତାଙ୍କ ଶେଷ ଦର୍ଶନ କରିଥିଲେ।

ଆଜି ସକାଳେ ତାଙ୍କ ପାର୍ଥିବ ଶରୀରକୁ କୃଷ୍ଣ ମେନନ୍‌ ରୋଡରୁ ଦଳୀୟ କାର୍ଯ୍ୟାଳୟକୁ ନିଆଯାଇଛି। ସେଠାରେ ବହୁ ସଂଖ୍ୟାରେ ଲୋକେ ତାଙ୍କ ଶେଷ ଦର୍ଶନ କରୁଛନ୍ତି।

bjp3ଅପରାହ୍ଣ ଗୋଟାଏରେ ଏହି ମହାନାୟକଙ୍କ ଶେଷଯାତ୍ରା ବାହାରିବ। ଦଳୀୟ କାର୍ଯ୍ୟାଳୟରୁ ତାଙ୍କୁ ଜାତୀୟ ସ୍ମୃତିସ୍ଥଳକୁ ନିଆଯିବ। ସେଠାରେ ଅପରାହ୍ଣ ୪ଟାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ।

 



from Odisha Reporter https://ift.tt/2MxtDZG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages