କେମିତି ସୋମନାଥଙ୍କ ମାନଭଞ୍ଜନ କରିଥିଲେ ବାଜପେୟୀ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 16, 2018

କେମିତି ସୋମନାଥଙ୍କ ମାନଭଞ୍ଜନ କରିଥିଲେ ବାଜପେୟୀ?

bajpayeesomnath

ନୂଆଦିଲ୍ଲୀ: ଦୁହେଁ ଥିଲେ ତୁଙ୍ଗ ନେତା। ଜଣେ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ଆଉ ଜଣେ ଲୋକସଭାର ବାଚସ୍ପତି ହୋଇଥିଲେ। ଆଗ ପଛ ହୋଇ ଦୁହେଁ ଦୁନିଆଁ ଛାଡ଼ିଗଲେ। ଜଣେ ସ୍ୱାଧୀନତା ଦିବସର ଦୁଇ ଦିନ ଆଗରୁ ଓ ଆଉ ଜଣେ ଏହାର ଦିନକ ପରେ। ଜଣେ ହେଉଛନ୍ତି ସୋମନାଥ ଚାଟାର୍ଜୀ ଓ ଅନ୍ୟ ଜଣେ ଅଟଳ ବିହାରୀ ବାଜପେୟୀ।

ଲୋକସଭାର ପୂର୍ବତନ ବାଚସ୍ପତି ତଥା ୧୦ ଥରର ସାଂସଦ ସୋମନାଥ ଚାଟାର୍ଜୀଙ୍କର ଅଗଷ୍ଟ ୧୩ ତାରିଖରେ ପରଲୋକ ହୋଇଯାଇଥିଲା। ୮୯ ବର୍ଷରେ ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଥିଲା। ଗତକାଲି ୯୩ ବର୍ଷରେ ବାଜପେୟୀଙ୍କ ଦେହାନ୍ତ ହୋଇଛି।

ଏହି ଦୁଃଖଦ ସମୟରେ ଏକ ଘଟଣା ମନେ ପଡ଼ିଯାଉଛି। ଘଟଣାଟି ଉଭୟ ସୋମନାଥ ଓ ବାଜପେୟୀଙ୍କୁ ନେଇ। ଭାରତୀୟ ରାଜନୀତିରେ ଅଟଳ ବିହାରୀ ହେଉଛନ୍ତି ଏମିତି ନେତା ଯିଏ ବିରୋଧୀଙ୍କର ମଧ୍ୟ ପ୍ରିୟ ଥିଲେ। ହେଲେ ସେହି ବାଜପେୟୀଙ୍କ ଉପରେ ଦିନେ ସୋମନାଥ ରାଗି ଯାଇଥିଲେ।

କଥାଟା ହେଉଛି ୨୦୦୬ ଅଗଷ୍ଟ ମାସର। ସେତେବେଳେ ସୋମନାଥ ଲୋକସଭାର ବାଚସ୍ପତି ଥିଲେ। ବିଜେପି ସେତେବେଳେ ବାଚସ୍ପତି ପକ୍ଷପାତ କରୁଥିବା ଅଭିଯୋଗ ଆଣିଥିଲା। ସୋମନାଥଙ୍କ ବିରୋଧରେ ସେ ସମୟରେ ଏକ ଚିଠିରେ ବହୁ ବିଜେପି ନେତା ଦସ୍ତଖତ କରିଥିଲେ।

ଏହାକୁ ସମର୍ଥନ କରି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ବି ଦସ୍ତଖତ କରିଥିଲେ। ଏହି ଚିଠିକୁ ନେଇ ସେତେବେଳେ ଖୁବ୍‌ ହଙ୍ଗାମା ହୋଇଥିଲା। ଶାସନରେ ଥିବା ୟୁପିଏ ଏହି ଅଭିଯୋଗକୁ ନେଇ ବିଜେପି ବିରୋଧରେ ବିଷୋଦଗାର କରିଥିଲା।

AtalBihari

ତେବେ ଚିଠିରେ ବାଜପେୟୀଙ୍କ ଦସ୍ତଖତ ଦେଖି ସୋମନାଥ ଅଧିକ ମର୍ମାହତ ହୋଇଥିଲେ। ସୋମନାଥ ଏ ସମ୍ପର୍କରେ ବାଜପେୟୀଙ୍କୁ ଫୋନ୍‌ କରି ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। କହିଥିଲେ, ଯଦି ସେ ସଦନରେ କାହା ପ୍ରତି ପକ୍ଷପାତ କରୁଥିବା କେହି ଅନୁଭବ କରୁଥାନ୍ତି, ତେବେ ସେ ଆଜି ହଁ ଏହି ପଦ ଛାଡ଼ିବାକୁ ପ୍ରସ୍ତୁତ ଅଛନ୍ତି। ସୋମନାଥଙ୍କ ଏହି କଥା ଶୁଣି ବାଜପେୟୀ କହିଥିଲେ, “କମ୍ରେଡ୍‌, ବିଜେପିର ସଦସ୍ୟ ଯୋଗୁଁ ମୁଁ ସେଥିରେ ଦସ୍ତଖତ କରିଛି। ଯଦି ମୁଁ ଦସ୍ତଖତ ନକରିବି ତେବେ ଏହା ଦଳ ଅନୁଶାସନର ପରିପନ୍ଥୀ ହେବ। କିନ୍ତୁ ବ୍ୟକ୍ତିଗତ ଭାବେ କହିବି ଯେ, ଆପଣ କେବେ ଭେଦଭାବ କରନ୍ତି ନାହିଁ।”

ଏହା ଶୁଣି ସୋମନାଥ ପ୍ରଶ୍ନ କରି କହିଥିଲେ, “ଯଦି ଆପଣ ଏହି ପତ୍ରରେ ଦସ୍ତଖତ କରି ନଥାନ୍ତେ, ତେବେ କ’ଣ ଅନୁଶାସନ ଭାଙ୍ଗିଯାଇଥାନ୍ତା?

ଏହାର ଜବାବ ବାଜପେୟୀ ବ୍ୟଙ୍ଗାତ୍ମକ ଢଙ୍ଗରେ ଦେଇଥିଲେ।

କହିଥିଲେ, “କମ୍ରେଡ୍‌, ଯଦି ତୁମେ ଏମିତି ଭାବୁଛ ତା’ ହେଲେ ଠିକ୍‌ ଅଛି। ସତ ଏଇଆ ଯେ, ମୁଁ ଭାଜପା ନେତା। ହେଲେ ଭାବିନିଅ ମୁଁ ଜଣେ ବାମପନ୍ଥୀ, ଆଉ ମୋତେ ତୁମ ଭୋଜିକୁ ଗୋଟେ ନିମନ୍ତ୍ରଣ ଦେଇ ଦେଖ। ଦେଖିବ ତା’ ପରେ ତୁମେ ନିଜେ ଭାଜପା ପାଇଁ ଗୋଟେ ବଡ଼ ଆସେଟ୍‌ ପାଲଟିଯିବ।”

ଏହା ଶୁଣି ସୋମନାଥ ହସିଥିଲେ। ଆଉ ବାଜପେୟୀଙ୍କ ପ୍ରତି ଥିବା ତାଙ୍କ ଅସନ୍ତୋଷ ଦୂର ହୋଇଯାଇଥିଲା।

 

 

 



from Odisha Reporter https://ift.tt/2OJo2wP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages