EVM ବଦଳରେ ବ୍ୟାଲଟ୍ ପେପର୍‌ ବ୍ୟବହାର ଲାଗି ଦାବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 27, 2018

EVM ବଦଳରେ ବ୍ୟାଲଟ୍ ପେପର୍‌ ବ୍ୟବହାର ଲାଗି ଦାବି

ec

ନୂଆଦିଲ୍ଲୀ: ଦେଶରେ ନିର୍ବାଚନ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ଶୃଙ୍ଖଳିତ କରିବା ପାଇଁ ସୋମବାର ମୁଖ୍ୟ  ନିର୍ବାଚନ କମିଶନ ଡାକିଥିବା ଏକ ସର୍ବଦଳୀୟ ବୈଠକରେ ଇଭିଏମ୍ ଓ ଭିଭିପ୍ୟାଟ୍‌ ସ୍ଲିପ୍‌କୁ ନେଇ ଆଲୋଚନା କରାଯାଇଛି।

ଏହି ବୈଠକରେ ବିଭିନ୍ନ ରାଜନୀତିକ ଦଳ ନିଜର ମତ ରଖିଥିଲେ। ଇଲେକ୍‌ଟ୍ରନିକ୍ ଭୋଟିଂ ମେସିନ୍‌କୁ ଟ୍ୟାମ୍ପରିଂ କରାଯିବା ଆଶଙ୍କା ରହୁଥିବାରୁ ପୁଣିଥରେ ବ୍ୟାଲଟ୍ ପେପରରେ ମତଦାନ କରିବା ପାଇଁ ତୃଣମୂଳ କଂଗ୍ରେସ ସମେତ କେତେକ ଦଳ ବୈଠକରେ ଦାବି କରିଥିଲେ।

ଭିଭିପ୍ୟାଟ କ୍ଷେତ୍ରରେ ଅତି କମ୍‌ରେ ୩୦ ପ୍ରତିଶତ ଇଭିଏମ୍‌ର କ୍ରସ୍‌ ଚେକିଂ ପାଇଁ ମଧ୍ୟ କଂଗ୍ରେସ୍ ଦାବି କରିଥିଲା।

କିନ୍ତୁ ଅନ୍ୟ କେତେକ ଦଳ ଏହାକୁ ଜୋର୍‌ଦାର ବିରୋଧ କରିଥିଲେ। ପୁଣିଥରେ ବ୍ୟାଲଟ୍ ପେପର୍‌ରେ ମତଦାନ କରାଗଲେ ବୁଥ କ୍ୟାପଚରିଂ ଓ ଅନ୍ୟାନ୍ୟ ଅନିୟମିତତା ବଢ଼ିବ ବୋଲି ସେମାନେ ଯୁକ୍ତି ଦର୍ଶାଇଥିଲେ।  ଏହି ବୈଠକରେ ବିଜେଡି ମଧ୍ୟ ଇଭିଏମ୍‌ ସପକ୍ଷରେ ମତ ଦେଇଥିଲା।

ଅନ୍ୟପଟେ ଇଭିଏମ୍‌ରେ ମତଦାନ ନେଇ ଆଉ ପଛକୁ ଫେରିବାର ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ସ୍ପଷ୍ଟ କରି ଦେଇଛନ୍ତି।

ବୈଠକରେ ସମସ୍ତ ଆଲୋଚନା ପର୍ଯ୍ୟାଲୋଚନା ପରେ ମୁଖ୍ୟ ନିର୍ବାଚନ କମିଶନର ଓ.ପି. ରାୱତ୍  ନିଜ ମତ ରଖିଛନ୍ତି। ସମସ୍ତଙ୍କ ଅଭିଯୋଗ ଓ ମତାମତର ତର୍ଜମା କରି ଚୂଡାନ୍ତ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି



from Odisha Reporter https://ift.tt/2odlg80

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages