
ଆନନ୍ଦପୁର: ଗାଁକୁ ରାସ୍ତା ନଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ। ଖଟିଆରେ ବୋହି ନେବା ବେଳେ ବାଟରେ ଶିଶୁ କନ୍ୟାକୁ ଜନ୍ମ ଦେଲେ ମହିଳା । କେନ୍ଦୁଝର ଆନନ୍ଦପୁର ଧବଣୀ ଗାଁରେ ଘଟିଛି ଏହି ଘଟଣା ।
ପରେ ଉଭୟ ମା’ ଓ ଶିଶୁଙ୍କୁ ୧୦୮ ଆମ୍ବୁଲାନ୍ସରେ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେହିପରି ଅସୁସ୍ଥ ଥିବା ଗାଁର ଅନ୍ୟ ଜଣେ ମହିଳା ଜାନ ହୋଙ୍କୁ ବି ଖଟିଆରେ ବୋହି ୧୦୨ ଆମ୍ବୁଲାନ୍ସ ନିକଟକୁ ନେଇଥିଲେ ଲୋକେ। ପରେ ତାଙ୍କୁ ଠାକୁରମୁଣ୍ଡା ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସେହିପରି ବରଗଡ ପଦମପୁର ବ୍ଲକ ଟିଠେଇଡୁଙ୍ଗୁରୀ ଗାଁରେ ଦେଖିବାକୁ ମିଳିଛି ସମାନ ଦୃଶ୍ୟ ।
ଗାଁରେ ରେବତୀ ବଢେଇ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଗୁରୁତର ହେବାରୁ ୧୦୮ ଆମ୍ବୁଲାନ୍ସକୁ ଡାକିଥିଲେ ପରିବାର ଲୋକେ। ହେଲେ ରାସ୍ତା ଭଲ ନ ଥିବାରୁ ଆମ୍ବୁଲାନ୍ସ ଗାଁଠାରୁ ୧ କିଲୋମିଟର ଦୂରରେ ଅଟକି ରହିଥିଲା । ଫଳରେ ପରିବାର ଲୋକେ ବାଧ୍ୟ ହୋଇ ତାଙ୍କୁ ଏକ ଖଟରେ ବୋହି ଆମ୍ବୁଲାନ୍ସ ନିକଟକୁ ନେଇଥିଲେ ।
from Odisha Reporter https://ift.tt/2odnXX1
No comments:
Post a Comment