ସାମ୍‌ସଙ୍ଗ୍‌ ଲଞ୍ଚ୍‌ କଲା ‘Galaxy Note 9’: ଦାମ୍‌ ଶୁଣି ହୋସ୍‌ ଉଡ଼ିଯାଇପାରେ   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 9, 2018

ସାମ୍‌ସଙ୍ଗ୍‌ ଲଞ୍ଚ୍‌ କଲା ‘Galaxy Note 9’: ଦାମ୍‌ ଶୁଣି ହୋସ୍‌ ଉଡ଼ିଯାଇପାରେ  

phone

ମୁମ୍ବାଇ: ସାମ୍‌ସଙ୍ଗ୍‌ ‘Galaxy Note 9’ ଲଞ୍ଚ୍‌ କରିଛି। ଏଥର କମ୍ପାନୀ ଫୋନ୍‌ର ଷ୍ଟାଇଲ୍‌ ଉପରେ ଅଧିକ ଗୁରୁତ୍ୱ ଦେଇଛି। ଏଥିରେ ଦମ୍‌ଦାର ବ୍ୟାଟେରୀ ସହ 1TB ଇଣ୍ଟର୍‌ନାଲ୍‌ ଷ୍ଟୋରେଜ୍‌ର ସପୋର୍ଟ ଦିଆଯାଇଛି।

ଏଥିରେ କ୍ୱାଲ୍‌କମ୍ସ ଫ୍ଲାଗ୍‌ସିପ ପ୍ରୋସେସର୍‌ ସ୍ନାପ୍‌ଡ୍ରାଗନ୍‌ ୮୪୫ ଦିଆଯାଇଛି। ଏହାର ଟପ୍‌ ମଡେଲ୍‌ରେ 512GB ଇଣ୍ଟରନାଲ୍‌ ମେମୋରି ସହ 8GB ରାମ୍‌ ରହିଛି। ଏହାର ଅନ୍ୟ ଭେରିଏଣ୍ଟରେ ଇନ୍‌ହାଉସ୍‌ ପ୍ରୋସେସର୍ Exynos 9810 ଦିଆଯାଇଛି।

Galaxy Note 9, ୪ଟି କଲ୍‌ରରେ ଉପଲବ୍ଧ ହେଉଛି। Ocean Blue, Lavender Purple, Metallic Copper and Midnight Black ରଙ୍ଗରେ ମିଳୁଛି।

‘Galaxy Note 9’ ର ପ୍ରାରମ୍ଭିକ ଦାମ୍ ପ୍ରାୟ ୬୮,୭୦୦ ଟଙ୍କା ରହିଛି। ଏହି ମୂଲ୍ୟର ଫୋନ୍‌ରେ 6GB ରାମ୍‌ ସହ 128GB ମେମୋରି ମିଳୁଛି। ସେହିପରି 8GB ରାମ୍‌ ସହ 512GB ଇଣ୍ଟର୍‌ନାଲ୍‌ ମେମୋରି ଫୋନ୍‌ର ଦାମ୍‌ ୮୫,୯୦୦ ଟଙ୍କା ରଖାଯାଇଛି।

ଏଥିରେ  ୬.୪ ଇଞ୍ଚ୍‌ ବଡ଼ ସ୍କ୍ରିନ୍‌ ରହିଛି। Infinity Display ରହିଛି। ଏହାର Aspect Ratio 18.5:9 ରହିଛି। ଏହାର ବ୍ୟାଟେରୀ Powerful ଲାଗୁଛି। ଏଥିରେ 4,000mAh ବ୍ୟାଟେରୀ ରହିଛି।

ଏହା Galaxy Note 8 ତୁଳନାରେ ମୋଟା ଓ ଓଜନିଆ ରହିଛି। ଏଥିରେ desk feature inbuilt ଦିଆଯାଇଛି। ଅର୍ଥାତ୍‌, ଏହାକୁ ମନିଟର୍‌ ସହ ସଂଯୋଗ କରି କମ୍ପ୍ୟୁଟର ପରି ବ୍ୟବହାର କରିପାରିବେ।

ଏଥିରେ ଡୁଆଲ୍‌ କ୍ୟାମେରା ସେଟ୍‌ଅପ୍‌ ରହିଛି। ଗୋଟିଏ କ୍ୟାମେରା ୧୨ ମେଗାପିକ୍ସେଲର ହୋଇଥିବା ବେଳେ ଏହାର କ୍ଷମତା Wide angle ରହିଛି। କମ୍ପାନୀ ପକ୍ଷରୁ ଏହାକୁ Super Speed Dual Pixel 12 Megapixel Camera କୁହାଯାଉଛି। ଅନ୍ୟ କ୍ୟାମେରାଟି ୧୨ ମେଗାପିକ୍ସେଲର ଟେଲିଫୋଟୋ। ଏଥିରେ 2X ଅପ୍ଟିକାଲ ଜୁମ୍‌ ଓ 10X ଡିଜିଟାଲ୍‌ ଜୁମ୍‌ ଦିଆଯାଇଛି।।

ସେଲ୍‌ଫି ପାଇଁ ଏଥିରେ f/1.7 ଫିଚର୍‌ ବିଶିଷ୍ଟ ୮ ମେଗାପିକ୍ସେଲ କ୍ୟାମେରା ରହିଛି।

ବର୍ତ୍ତମାନ ଏହାର ପ୍ରି ବୁକିଂ ଆମେରିକାରେ ଆରମ୍ଭ ହୋଇଛି। ୨୪ ଅଗଷ୍ଟରୁ ଏହା ବିକ୍ରି ଆରମ୍ଭ ହେବ।



from OdishaReporter https://ift.tt/2B0jeBq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages