
ମୁମ୍ବାଇ: ଚାଇନା ସ୍ମାର୍ଟ୍ଫୋନ୍ ମେକର୍ ‘ସାଓମି’ ଭାରତରେ ଆଜି ପୁଣି ଏକ ନୂଆ ସ୍ମାର୍ଟ୍ଫୋନ୍ Mi A2 ଲଞ୍ଚ୍ କରିଛି। ‘ସାଓମି’ର ଇଣ୍ଡିଆ ମୁଖ୍ୟ ମନୁ କୁମାର ଜୈନ୍ ଏହାକୁ ଲଞ୍ଚ୍ କରିଛନ୍ତି ।
ଏହା ଭାରତରେ ‘ସାଓମି’ର ଦ୍ୱିତୀୟ Android One ପ୍ଲାଟ୍ଫର୍ମ୍ରେ ଚାଲୁଥିବା ସ୍ମାର୍ଟ୍ଫୋନ୍। ଉଲ୍ଲେଖଯୋଗ୍ୟ, Mi A2 ନିକଟରେ ସ୍ପେନ୍ରେ ‘ଗ୍ଲୋବାଲ୍ ପ୍ରଡକ୍ଟ ଲଞ୍ଚିଂ ଇଭେଣ୍ଟ୍’ରେ ଲଞ୍ଚ୍ କରାଯାଇଥିଲା।
Mi A1 ଭାରତୀୟ ବଜାରରେ ଭଲ ଲୋକପ୍ରିୟତା ପାଇଥିଲା। ତେଣୁ ଗ୍ରାହକମାନେ Mi A2କୁ ନେଇ ବେଶ୍ ଆଶାବାଦୀ ଅଛନ୍ତି।
ଏଥିରେ ଖୁବଶୀଘ୍ର Android Pieର ସୁବିଧା ଦେବାକୁ କମ୍ପାନୀ ଘୋଷଣା ମଧ୍ୟ କରିଛି। ତେଣୁ ଏହି ସ୍ମାର୍ଟଫୋନ୍ରେ ମଧ୍ୟ ଖୁବ୍ଶୀଘ୍ର ଆଣ୍ଡ୍ରଏଡ୍ର ଅଲଗା ଭର୍ସନ୍ ଦିଆଯାଇପାରେ।
ଏହି ସ୍ମାର୍ଟଫୋନ୍ କେବଳ କମ୍ପାନୀର ଅଫିସିଆଲ୍ ଷ୍ଟୋର୍ ଓ ଇ-କମର୍ସ ୱେବ୍ସାଇଟ୍ ‘ଆମାଜନ୍’ରେ ଉପଲବ୍ଧ ହେବ।
Mi A2 ଦୁଇ ପ୍ରକାରର ରହିଛି। ଗୋଟିକରେ 4GB ରାମ୍ ଓ 32GB ଇଣ୍ଟର୍ନାଲ୍ ମେମୋରି ଦିଆଯାଇଥିବା ବେଳେ ଅନ୍ୟଟିରେ 6GB ରାମ୍ ସହ 128GBର ଇଣ୍ଟର୍ନାଲ୍ ମେମୋରି ରହିଛି।
ଏହି ସ୍ମାର୍ଟଫୋନ୍ର ଡିସ୍ପ୍ଲେ ୫.୯୯ ଇଞ୍ଚ୍ ଓ ଏହାର ଆସ୍ପେକ୍ଟ୍ ରେସିଓ ୧୯:୯ର ରହିଛି।
ଫୋନ୍ରେ କ୍ୱାଲ୍କମ୍ ସ୍ନାପ୍ ଡ୍ରାଗନ୍ ୬୬୦ ଅକ୍ଟାକୋର୍ ପ୍ରୋସେସର୍ ଦିଆଯାଇଛି। ଏହା ସହ ଏଥିରେ ଲେଟେଷ୍ଟ ଆଣ୍ଡ୍ରଏଡ୍ ଭର୍ସନ ମଧ୍ୟ ରହିଛି।
କ୍ୟାମେରା କଥା କହିଲେ, ଏଥିରେ ୨୦ ମେଗାପିକ୍ସେଲ୍ର ଉଭୟ ଫ୍ରଣ୍ଟ୍ ଓ ରିୟର୍ କ୍ୟାମେରା ଦିଆଯାଇଛି।
ତେବେ ଫୋନ୍ଟିର ଦାମ୍ ଭାରତୀୟ ବଜାରରେ କେତେ ହେବ , ତାହା ବର୍ତ୍ତମାନ ଯାଏ ଜଣାପଡ଼ି ନାହିଁ।
from OdishaReporter https://ift.tt/2Mw0mvw

No comments:
Post a Comment