
ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ଲଗାଣ ବର୍ଷା ଯୋଗୁ ଧସିଥିଲା ମାଟି। ପାଣି କମିବା ପରେ ଆବିଷ୍କାର ହେଲା ଗୋଟିଏ ନୁହେଁ, ଦୁଇଟି ସୁଡ଼ଙ୍ଗ। ମାତ୍ର ସୁଡ଼ଙ୍ଗ ସମ୍ପର୍କରେ କୌଣସି ଆଦି ଅନ୍ତ ମିଳୁନଥିବାରୁ ଭୁବନେଶ୍ୱରରୁ ଜିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆର କର୍ମଚାରୀ ଆଜି ରାଉରକେଲା ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ସେମାନେ ଆସନ୍ତାକାଲି ସୁଡ଼ଙ୍ଗ ସମ୍ପର୍କରେ ଅନୁଧ୍ୟାନ କରିବେ।
ଗତ କିଛି ଦିନ ଧରି ବର୍ଷା ଲାଗି ରହିଥିଲା। ଏହାର ପ୍ରଭାବରେ ରବିବାର ରାତିରେ ବିଶ୍ରା ବ୍ଲକ୍ ଜବାଘାଟ ନିକଟରେ ୩୦ ଫୁଟ୍ ତଳକୁ ମାଟି ଧସି ଯାଇଥିଲା। ସୋମବାର ସକାଳେ ପାଣି କମିବା ପରେ ସେଠାରେ ସୁଡ଼ଙ୍ଗ ଦେଖି ସ୍ଥାନୀୟ ଲୋକେ ପ୍ରଶାସନକୁ ଖବର ଦେଇଥିଲେ।

ଅଧିକ ତଥ୍ୟ ହାସଲ ପାଇଁ ଜିଲ୍ଲା ପ୍ରଶାସନ ଭୁବନେଶ୍ୱର ସ୍ଥିତ ଜିଓଲଜିକାଲ ସର୍ଭେ ଅଫ୍ ଇଣ୍ଡିଆକୁ ଅବଗତ କରାଇଛି। ଆଶା କରାଯାଉଛି ଜିଓଲଜିକାଲ ସର୍ଭେ ଅଫ୍ ଇଣ୍ଡିଆର ବିଶେଷଜ୍ଞମାନେ ଏହି ଦୁଇଟି ସୁଡ଼ଙ୍ଗ ସମ୍ପର୍କରେ କିଛି ରୋଚକ ତଥ୍ୟ ପଦାକୁ ଆଣିବେ।
from OdishaReporter https://ift.tt/2ASzN1X
No comments:
Post a Comment