
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ORHDC ଦୁର୍ନୀତି ମାମଲାରେ ଆଜି ଆଉ ୨ ତତ୍କାଳୀନ ଅଧିକାରୀଙ୍କୁ ଜେଲ୍ ହୋଇଛି। ସେମାନେ ହେଲେ ତତ୍କାଳୀନ ଆକାଉଣ୍ଟ ପ୍ରଦୀପ ରାଉତ ଓ ଆକାଉଣ୍ଟାଣ୍ଟ ଚିତ୍ତ ମଲ୍ଲିକ।
ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଆତ୍ମସମର୍ପଣ କରିବା ପରେ ଉଭୟଙ୍କୁ ଗିରଫ କରାଯାଇଛି। ପରେ କୋର୍ଟ ସେମାନଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ପ୍ରଦୀପ ରାଉତ ଏକ ଘରୋଇ ହସ୍ପିଟାଲ ଚଳାଉଥିବା ବେଳେ ଚିତ୍ତ ମଲ୍ଲିକ ଏକ ଷ୍ଟାର ହୋଟେଲର ମାଲିକ ଅଛନ୍ତି।
ORHDC ଦୁର୍ନୀତି ମାମଲାରେ ପୂର୍ବରୁ ଆଏଏସ୍ ବିନୋଦ କୁମାରଙ୍କ ସମେତ ୫ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ରାୟ ଶୁଣାଣି ବେଳେ ହାଜର ହୋଇନଥିବାରୁ ସେମାନଙ୍କ ନାଁରେ ଏନ୍ବିଡବ୍ଲୁ ଜାରି କରାଯାଇଥିଲା। କେହି ଧରାଛୁଆଁ ଦେଇନଥିବା ବେଳେ ଆଇଏଏସ୍ ବିନୋଦ କୁମାର ଏନ୍ବିଡବ୍ଲୁ ଉପରେ ହାଇକୋର୍ଟରୁ ୧୦ ତାରିଖ ପର୍ଯ୍ୟନ୍ତ ରହିତାଦେଶ ଆଣିଥିଲେ।
from OdishaReporter https://ift.tt/2vuojg1
No comments:
Post a Comment