ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କ ପ୍ରତିମୂର୍ତ୍ତି ଅନାବରଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 8, 2018

ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କ ପ୍ରତିମୂର୍ତ୍ତି ଅନାବରଣ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡିଆ ସିନେମାର ଜନକ ‘ମୋହନ ସୁନ୍ଦର ଦେବ ଗୋସ୍ୱାମୀ’ଙ୍କ ଆବକ୍ଷ ପ୍ରତିମୂର୍ତ୍ତିକୁ ଆଜି ପୂର୍ବାହ୍ନରେ ସ୍ଥାନୀୟ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପରିସରରେ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଅନାବରଣ କରିଛନ୍ତି।

ସେଠାରେ ଅନୁଷ୍ଠିତ ସଂକ୍ଷିପ୍ତ କାର୍ଯ୍ୟକ୍ରମରେ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା, ସଂସ୍କୃତି ସଂଗଠକ ଉପସ୍ଥିତି ଥିଲେ। ଏହି ପ୍ରତିମୂର୍ତ୍ତି ନିର୍ମାଣ କରିବା ପାଇଁ ୨ କୋଟି ୮୨ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି।

ଆଜି ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କ  ଜନ୍ମତିଥିରେ ଏହି ପ୍ରତିମୂର୍ତ୍ତି ଅନାବରଣ ତାଙ୍କ ପ୍ରତି ଯଥାର୍ଥ ଶ୍ରଦ୍ଧାଞ୍ଜଳି ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମରେ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ସମେତ ମୋହନ ସୁନ୍ଦରଙ୍କ ଆତ୍ମୀୟମାନେ ଉପସ୍ଥିତ ଥିଲେ।

ମୋହନ ସୁନ୍ଦର ଦେବ ଗୋସ୍ୱାମୀ (୧୮୯୨-୧୯୪୮) ପୁରୀଠାରେ ଜନ୍ମଗ୍ରହଣ କରିଥିଲେ। ଓଡିଶାରେ ରଙ୍ଗମଞ୍ଚ ଆନ୍ଦୋଳନକୁ ତାଙ୍କର ଦାନ ଅତୁଳନୀୟ। ଲୋକନାଟ୍ୟ ‘ରସଲୀଳା’ର ପ୍ରସାର ପାଇଁ ‘ଶ୍ରୀରାଧା’ ତନ୍ମଧ୍ୟରୁ ଅନ୍ୟତମ।

ସେ ୨୫ରୁ ଅଧିକ ଗୀତାଭିନୟ ରଚନା କରିଥିଲେ। ତନ୍ମଧ୍ୟରୁ ‘ମାନଭଞ୍ଜନ’, ‘ଆନନ୍ଦ ବୃନ୍ଦାବନ’, ‘ଶାରଦୀୟ ମହାରସ’, ‘ଶ୍ରୀରାଧା ପ୍ରେମାମୃତ’ ଅନ୍ୟତମ।



from OdishaReporter https://ift.tt/2ASWFPb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages