ଚମକେଇଲା ରଜନୀକାନ୍ତଙ୍କ ନୂଆ ଫିଲ୍ମ 2.0ର ଟିଜର, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 12, 2018

ଚମକେଇଲା ରଜନୀକାନ୍ତଙ୍କ ନୂଆ ଫିଲ୍ମ 2.0ର ଟିଜର, ଦେଖନ୍ତୁ ଭିଡିଓ

2.0film

ଭୁବନେଶ୍ୱର: ରଜନୀକାନ୍ତଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ ୨.୦ର ଟିଜର ରିଲିଜ୍ ହୋଇଛି। ଗଣେଶ ଚତୁର୍ଥୀ ଅବସରରେ ରଜନୀକାନ୍ତ ତାଙ୍କ ଫ୍ୟାନ୍‌ମାନଙ୍କୁ ଏହା ଉପହାର ଭାବେ ଦେଇଛନ୍ତି ବୋଲି କୁହାଯାଉଛି।

ଟିଜର୍‌ଟି ବହୁତ ଭଲ ହୋଇଛି। ୟୁଟ୍ୟୁବ୍‌ରେ ଏହାକୁ ୪ ଲକ୍ଷ ୮୫ ହଜାରୁ ଅଧିକ ଥର ଲୋକେ ଦେଖି ସାରିଲେଣି।

ଟିଜର ପ୍ରାରମ୍ଭରେ ଏକ ସହର ଉପରେ କାଉ ଉଡ଼ିବା ଦୃଶ୍ୟ ଆସୁଛି। ସହରଟି ଚେନ୍ନାଇ ଭଳି ଲାଗୁଛି। ତା’ପରେ ଯାହା ଘଟୁଛି ତାହା ସମସ୍ତଙ୍କୁ ଚକିତ କରି ଦେଉଛି। ହଠାତ୍ ଆଶ୍ଚର୍ଯ୍ୟଜନକ ଭାବେ ଲୋକଙ୍କ ହାତରୁ ମୋବାଇଲ୍‌ ଫୋନ୍‌ଗୁଡ଼ିକ ଉଡ଼ି ଯାଉଛି।

ସହରର ପ୍ରଶାସନ ଏ ନେଇ ଏକ ବୈଠକ ଡାକିଛନ୍ତି। ଏଥିରେ ଅଦିଲ ହୁସେନ୍ ଅଧ୍ୟକ୍ଷତା କରୁଛନ୍ତି। ସମାଧାନର ବାଟ ଖୋଜିବାକୁ ଏହି ବୈଠକ ଡକାଯାଇଛି।

ଫିଲ୍ମରେ ବୈଜ୍ଞାନିକ ଡ.ଭାସୀଗରନ୍ ଭୂମିକାରେ ଅଭିନୟ କରୁଥିବା ରଜନୀକାନ୍ତ ଏହି ବୈଠକରେ ଉପସ୍ଥିତ ଅଛନ୍ତି। ସେ କହୁଛନ୍ତି,“ଏହା ବିଜ୍ଞାନ ବାହାରେ (This is beyond science)। ସେ ଚିଟ୍ଟି- ଦ ରୋବୋଟ୍‌କୁ ଡାକିବାକୁ ପରାମର୍ଶ ଦେଉଛନ୍ତି।

ତା’ପରେ ପରଦାକୁ ଆସୁଛି ଚିଟ୍ଟି। ପରେ ପରେ ଅକ୍ଷୟ କୁମାର ନଜର ଆସୁଛନ୍ତି। ସେ ବୈଜ୍ଞାନିକ ଡ. ରିଚାର୍ଡ ଭୂମିକାରେ ଅଭିନୟ କରୁଛନ୍ତି। ସେ ଫିଲ୍ମରେ ଖଳନାୟକ ସାଜିଛନ୍ତି।

ଟିଜରରେ ଆମି ଜ୍ୟାକ୍‌ସନ୍‌ଙ୍କୁ ବି ଦେଖିବାକୁ ମିଳୁଛି।

ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଏସ୍‌ ଶଙ୍କର। ଏଥିରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏ.ଆର୍ ରହମାନ୍।

୫୫୦ କୋଟି ଟଙ୍କାରେ ନିର୍ମିତ ହୋଇଥିବା ଏହି ଫିଲ୍ମଟି ଆସନ୍ତା ନଭେମ୍ବର ୨୯ ତାରିଖରେ ରିଲିଜ୍ ହେବ।



from Odisha Reporter https://ift.tt/2x98s6J

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages