ଲଞ୍ଚ୍‌ ହେଲା ଆପଲ୍‌ର ବଡ଼ ଡିସ୍‌ପ୍ଲେ ଥିବା ସ୍ମାର୍ଟ ଫୋନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 12, 2018

ଲଞ୍ଚ୍‌ ହେଲା ଆପଲ୍‌ର ବଡ଼ ଡିସ୍‌ପ୍ଲେ ଥିବା ସ୍ମାର୍ଟ ଫୋନ୍‌

ନୂଆଦିଲ୍ଲୀ: ଆପଲ୍‌ କମ୍ପାନୀ ବୁଧବାର ଚତୁର୍ଥ ଜେନେରେଶନ୍‌ର ଏକ ସ୍ମାର୍ଟ ଫୋନ୍‌ ଲଞ୍ଚ୍‌ କରିଛି । ଯାହାକୁ ଆପଲ୍‌ ୱାଚ୍‌ ସିରିଜ୍‌-୪ ବୋଲି କୁହାଯାଉଛି। ଏହି ଫୋନ୍‌ଟିର ଲୁକ୍‌ ଯେମିତି ଆକର୍ଷଣୀୟ ଫିଚରରେ ମଧ୍ୟ ସେମିତି ଖାସ୍‌ ରହିଛି। ପୂର୍ବ ମଡେଲ ଅପେକ୍ଷା ଏହି ଫୋନ୍‌ରେ ସ୍କ୍ରିନ୍‌ ଏବଂ ଡିସ୍‌ପ୍ଲେ ବଡ଼ ରହିଛି । ଏଥିରେ ceramic build, optical heart sensor, swimproof  କ୍ଷମତା ରହିଛି। ଏହି ଫୋନ୍‌ର ଲଞ୍ଚ ସେରିମନିରେ କମ୍ପାନୀର ସିଇଓ ଟିମ୍‌ କୁକ୍‌ କହିଛନ୍ତି ଯେ, ବିଶ୍ୱର ବେଷ୍ଟ ସେଲିଂ ମଧ୍ୟରେ ଆପଲ୍‌ କମ୍ପାନୀ ଆଗରେ ରହିଛି।

ସ୍ମାର୍ଟ ଫୋନ୍‌କୁ ନେଇ କମ୍ପାନୀ ପକ୍ଷରୁ ଗବେଷଣା ଜାରି ରହିଛି। ଆଗକୁ ଆହୁରୀ ଆକର୍ଷଣୀୟ ସେଟ୍‌ ଆସିବ ବୋଲି ସେ କହିଛନ୍ତି। ତେବେ ଏହି ୱାଚ୍‌ ସିରିଜ୍‌ର ଦାମ୍‌ ରହିଛି ୩୯୯ ଡଲାର ତଥା ୨୮,୭୦୦ ଟଙ୍କା। ତେବେ ରଙ୍ଗ ଏବଂ ମଡେଲକୁ ନେଇ ଦରର ତଫାତ୍ ମଧ୍ୟ ଆସିବ।  ଏହି ୱାଚ୍‌ ସିରିଜ୍‌ର ଆଉ ଏକ ଫୋନ୍‌ର ମୂଲ୍ୟ 35,900 ଟଙ୍କା ରହିଛି।

ଗତ ବର୍ଷ ଆପଲ୍‌ ୱାଚ୍‌ ସିରିଜ୍‌-୩ ଲଞ୍ଚ କରାଯାଇଥିଲା। ତେବେ  ଆପଲ୍‌ ୱାଚ୍‌ ସିରିଜ୍‌-୪ ପାଇଁ ସେପ୍ଟେମ୍ବର ୧୪ରୁ ପ୍ରି-ଅର୍ଡ଼ର ଆରମ୍ଭ ହେଉଛି ଏବଂ ସେପ୍ଟେମ୍ବର ୨୧ରୁ ଏହାର ସେଲ୍‌ ଆରମ୍ଭ ହେଉଛି। ଏବେ ଆସନ୍ତୁ  ଜାଣିବା ଏହାର ଖାସ୍‌ ବିଶେଷତ୍ୱ ବିଷୟରେ।

ସିରିଜ୍‌-୪ ଫୋନ୍‌ରେ  ୩୦ ପ୍ରତିଶତ ବଡ଼ ଡିସ୍‌ପ୍ଲେ ରହିଛି। ଆପଲ୍‌ ୱାଚ୍‌ ସିରିଜ୍‌ 40mm ବିଶିଷ୍ଟ ଡିସ୍‌ପ୍ଲେ  ଆସୁଥିବା ବେଳେ ସିରିଜ୍‌-୪ଟି 44mm ରହିଛି। ନୂଆ ସ୍ମାର୍ଟ ଫୋନ୍‌ରେ Apple S4 SoC ରହିଛି। ଯେଉଁଥିରେ  GPU ଏବଂ ୬୪-ବିଟ୍‌ ଡ୍ୟୁଆଲ କୋର୍‌ ପ୍ରସେସର ରହିଛି। ପୂର୍ବ ଫୋନ୍‌ ତୁଳନାରେ ସିରିଜ୍‌ ୪-ଫୋନ୍ ୪୦ ପ୍ରତିଶତ୍ ଫାଷ୍ଟ ରହିଛି। ଏଥିରେ v5.0.  ବ୍ଲୁ-ଟୁଥ୍‌ ରହିଛି।



from Odisha Reporter https://ift.tt/2CPn4y8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages