BJD ଏବେ ପାଲଟିଛି PJD ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 14, 2018

BJD ଏବେ ପାଲଟିଛି PJD !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡିରୁ ଡାକ୍ତର ଦାମୋଦର ରାଉତଙ୍କ ବହିଷ୍କାରକୁ ୩ ଦିନ ପୂରିଲାଣି। କିନ୍ତୁ ଡାକ୍ତର ରାଉତଙ୍କ ପ୍ରତି ହୋଇଥିବା ଦଳୀୟ କାର୍ଯ୍ୟାନୁଷ୍ଠାନର ସାଇଡ୍ ଏଫେକ୍ଟ ଏବେ ବିଜୁ ପଟ୍ଟନାୟକଙ୍କ ଅନୁଗତଙ୍କ ମଧ୍ୟରେ ଦେଖିବାକୁ ମିଳିଛି। ବହିଷ୍କାର ପରେ ଡାକ୍ତର ରାଉତଙ୍କୁ ଟେଲିଫୋନ୍ କିମ୍ବା ବ୍ୟକ୍ତିଗତ ସାକ୍ଷାତ କରି ନୈତିକ ସମର୍ଥନ ଦେଇଥିବା ନେତାମାନେ ଏବେ ମୁହଁ ଖୋଲି ସିଧାସଳଖ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅପାରଗତାକୁ ପଦାରେ ପକାଇଛନ୍ତି।

ଏକଦା ବିଜୁ ପଟ୍ଟନାୟକଙ୍କ ଅନୁଗତ ଥିବା ଅଥଚ ଏବେ ବିଜେଡିରେ ନଥିବା ନେତାମାନଙ୍କ ଶାଣିତ ସ୍ୱର ଆଗାମୀ ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ନୂଆ ସମୀକରଣ ନେଇ ସମ୍ଭାବନାକୁ  ଖୋରାକ ଯୋଗାଉଛି।

ବିଜୁଙ୍କ ଅନୁଗତ ଥିବା ଦକ୍ଷିଣ ଓଡ଼ିଶାର ପ୍ରଭାବଶାଳୀ ଆଦିବାସୀ ନେତା ଜୟରାମ ପାଙ୍ଗୀ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବିଜେଡି ଦିନେ ସ୍ୱଚ୍ଛ ଶାସନର ସ୍ଲୋଗାନ୍‌ ଦେଉଥିଲା, କିନ୍ତୁ ଏବେ ତାହା ଆଉ ନାହିଁ। ନବୀନ ପଟ୍ଟନାୟକ ଦଳର ସଭାପତି ଥିବା ଭଳି ଲାଗୁନି। ସେ କହିଛନ୍ତି, ବିଜେଡି ଏବେ ‘ବିଜେଡି’ ନୁହେଁ ବରଂ ‘ପିଜେଡି’ (ପାଣ୍ଡିଆନ ଜନତା ଦଳ) ବା ‘ବେପାରୀ ଜନତା ଦଳ’ ହୋଇଛି ବୋଲି କହିଲେ ଭଲହୁଅନ୍ତା।

ସବୁବେଳେ ସ୍ୱଚ୍ଛ ବୋଲି ପ୍ରଚାର କରୁଥିବା ଏହି ଦଳରେ ଏବେ କୌଣସି ନୈତିକତା ନାହିଁ। ୨୦୧୯ ମସିହାରେ ବିସ୍ଫୋରଣ ହେବ। ସେତେବେଳେ ରାଜ୍ୟରେ ବିଜେଡି ଆଉ ରହିବ କି ନାହିଁ ତାହା ବି ସନ୍ଦେହରେ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ନବୀନଙ୍କ ପରାମର୍ଶଦାତାଙ୍କ ଆକ୍ରୋଶର ଶିକାର ହୋଇ ପାଙ୍ଗୀ ବିଜେଡି ଛାଡ଼ି ଏବେ ବିଜେପିରେ ଅଛନ୍ତି।

‘ବିଜେଡି ପ୍ରାଇଭେଟ ଲିମିଟେଡ କମ୍ପାନୀ’

ତେବେ  କେବଳ ପାଙ୍ଗୀ ଏକା ନୁହନ୍ତି, ବିଜୁ ଅନୁଗତ ଭାବେ ପରିଚିତ ସମତାକ୍ରାନ୍ତି ଦଳର ସଭାପତି ବ୍ରଜ କିଶୋର ତ୍ରିପାଠୀ କହିଛନ୍ତି ଯେ ବିଜେଡି ଏବେ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀ ପାଲଟି ଯାଇଛି। ରାଜ୍ୟରେ ପ୍ରଶାସନିକ ଶାସନ ଚାଲିଛି। ମୁଖ୍ୟମନ୍ତ୍ରୀଙ୍କର ସୌଭାଗ୍ୟ ଯେ ସେ କିଛି ନଜାଣି ରାଜ୍ୟ ମୁଖ୍ୟ ହୋଇଛନ୍ତି। ଦାମବାବୁ କରିଥିବା ଅଭିଯୋଗର ତଦନ୍ତ ହେବା ଆବଶ୍ୟକ। ତଦନ୍ତ ନକରି ଅଭିଯୋଗ ଆଧାରରେ ତାଙ୍କୁ ବହିଷ୍କାର କରାଗଲା। ରାଜ୍ୟ ସରକାର ଦୁର୍ନୀତିରେ ବୁଡ଼ି ରହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କର ସତସାହସ ଥିଲେ ଦାମବାବୁ କରିଥିବା ଅଭିଯୋଗର ତଦନ୍ତ କରାନ୍ତୁ ।ପରିବର୍ତ୍ତନ ପାଇଁ ଲୋକଙ୍କୁ ବେଶୀ ସମୟ ଲାଗିବ ନାହିଁ ବୋଲି ସେ କହିବା ସହ ରାଜନୀତିକ ସମୀକରଣର ସମ୍ଭାବନା ସବୁବେଳେ ରହିଛି ବୋଲି ସ୍ପଷ୍ଟ କରିଛନ୍ତି।

ନୂଆ ଦଳ ଗଢ଼ା ହେବାର ସମ୍ଭାବନା ଅଛି: ଡା. ରାଉତ 

ଏ ସବୁ ଭିତରେ ଡାକ୍ତର ରାଉତ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଯେଉଁମାନେ ବିଜୁବାବୁଙ୍କ ସହ ଥିଲେ ଓ ନବୀନ ପଟ୍ଟନାୟକ ତାଙ୍କୁ ବିଜେଡିରୁ ତଡ଼ି ଦେଇଛନ୍ତି, ସେମାନେ ସମସ୍ତେ ଏକାଠି ହୋଇ ଗୋଟିଏ ଦଳ ଗଢ଼ିବାର ସମ୍ଭାବନା ରହିଛି। ବୈଜୟନ୍ତ ପଣ୍ଡା, ଦିଲ୍ଲୀପ ରାୟ, ପ୍ରଫୁଲ୍ଲ ଘଡ଼େଇ, ଜୟରାମ ପାଙ୍ଗୀ, ବିଜୟ ମହାପାତ୍ର, ପଞ୍ଚାନନ କାନୁନଗୋ ଆଦି ବିଜୁବାବୁଙ୍କ ସହ ଥିଲେ। ଏମାନେ ସମସ୍ତେ ଏବେ ବାହାରେ ଅଛନ୍ତି। ଯଦି ଏମାନେ ଏକାଠି ହୋଇ ବିଜୁବାବୁଙ୍କ ନାଁରେ ଗୋଟିଏ ଦଳ କରିବେ, ସେ ସେମାନଙ୍କ ସଙ୍ଗେ ରହିବେ ବୋଲି ସ୍ପଷ୍ଟ କରିଛନ୍ତି।

ସେହିପରି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଛନ୍ତି ଯେ, କଂଗ୍ରେସ-ବିଜେପି ତୁଳନାରେ ବିଜୁଙ୍କ ନାଁ ଥିବା ନୂଆ ଦଳ ଗଢ଼ିବାକୁ ସମସ୍ତେ ଚାହୁଁଛନ୍ତି। କିନ୍ତୁ ଏଥିପାଇଁ ବିଜୁ ଅନୁଗତ ପ୍ରମୁଖ ନେତାମାନେ ଗୋଟିଏ ସ୍ଥାନରେ ବସି ପ୍ରାରମ୍ଭିକ ଆଲୋଚନା କରିବାର ଆବଶ୍ୟକତା ରହିଛି। ଅର୍ଥ ବାଧକ ସାଜିବ ନାହିଁ। ପ୍ରଥମେ ଏଜେଣ୍ଡା ଓ ଲକ୍ଷ୍ୟ ସ୍ଥିର ହେବା ଦରକାର। ଅବଶ୍ୟ ଏଥିପାଇଁ ବ୍ୟାକ୍‌ଡୋରରେ ପ୍ରାରମ୍ଭିକ ପ୍ରୟାସ ଆରମ୍ଭ ହୋଇଛି ବୋଲି ସେ ସ୍ୱୀକାର କରିଛନ୍ତି।



from Odisha Reporter https://ift.tt/2CSHztT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages