ଆସନ୍ତାକାଲିଠାରୁ ଏସିଆ କପ୍‌: ମୁହାଁମୁହିଁ ହେବେ ଶ୍ରୀଲଙ୍କା ଓ ବାଂଲାଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 14, 2018

ଆସନ୍ତାକାଲିଠାରୁ ଏସିଆ କପ୍‌: ମୁହାଁମୁହିଁ ହେବେ ଶ୍ରୀଲଙ୍କା ଓ ବାଂଲାଦେଶ

ଦୁବାଇ: ଦୀର୍ଘ ୨ ବର୍ଷ ପରେ ପୁଣି ଏସିଆ ମହାଦେଶର ୬ଟି ଟିମ୍‌ ଟ୍ରଫି ପାଇଁ ମୁହାଁମୁହିଁ ହେବେ। ଆସନ୍ତାକାଲିଠାରୁ ୟୁଏଇର ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଏସିଆ କପ୍‌ ଆରମ୍ଭ ହେବ। ଉଦ୍‌ଘାଟନୀ ମ୍ୟାଚ୍‌ରେ ଗତ ଏସିଆ କପ୍‌ର ରନର୍ସ ଅପ୍ ବାଂଲାଦେଶ ଶ୍ରୀଲଙ୍କାକୁ ଭେଟିବ। ଭାରତୀୟ ସମୟ ସନ୍ଧ୍ୟା ୫ଟାରୁ ଷ୍ଟାରସ୍ପୋର୍ଟସ୍ ନେଟୱର୍କରେ ଏହା ପ୍ରସାରଣ  କରାଯିବ।
ଶ୍ରୀଲଙ୍କା ଏବେ ଖରାପ ଫର୍ମ ଦେଇ ଗତି କରୁଥିବା ବେଳେ ବାଂଲାଦେଶ ଏହାର ଫାଇଦା ହାସଲ କରିବା ଲକ୍ଷ୍ୟରେ ରହିବ। ସେହିପରି ଦୀର୍ଘ ୪ ବର୍ଷର ବ୍ୟବଧାନ ପରେ ଶ୍ରୀଲଙ୍କା ଟିମ୍‌କୁ ଦୁର୍ଦ୍ଦର୍ଷ ବୋଲର୍‌ ଲସିଥ୍‌ ମାଲିଙ୍ଗା କମ୍‌ବ୍ୟାକ୍‌ କରିଛନ୍ତି। ଏଥିସହ ଅଧିନାୟକ ଆଞ୍ଜେଲୋ ମାଥ୍ୟୁସ୍‌, କୁଶଲ ପେରେରା, ଉପୁଲ ଥରଙ୍ଗାଙ୍କ ଭଳି ଖେଳାଳି ଶ୍ରୀଲଙ୍କା ଟିମ୍‌ରେ ରହିଛନ୍ତି। ତେଣୁ ବାଂଲାଦେଶ ପାଇଁ ମ୍ୟାଚ୍‌ ଜିତିବା ସେତେଟା ସହଜ ହେବନି। 
ଅନ୍ୟପକ୍ଷରେ ବାଂଲାଦେଶ ଅଧିନାୟକ ମର୍ଶିଫ୍‌ ମୋର୍ତାଜା ଶ୍ରୀଲଙ୍କାକୁ ହରାଇ ଏସିଆ କପ୍‌ ଅଭିଯାନ ଆରମ୍ଭ କରିବେ ବୋଲି କହିଛନ୍ତି। ତେଣୁ ଆସନ୍ତାକାଲି ମ୍ୟାଚ୍‌ଟି ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି।
 
ଏସିଆ କପ୍‌ ଦୀର୍ଘ ୨୩ ବର୍ଷ ପରେ ୟୁଏଇରେ ଆୟୋଜନ କରାଯାଉଛି। ଭାରତ ଆସନ୍ତା ୧୮ ତାରିଖରେ ହଂକଂ ବିପକ୍ଷରେ ତା’ର ଅଭିଯାନ ଆରମ୍ଭ କରିବ। 
ତେବେ ଅସଲ ଲଢ଼େଇ ୧୯ ତାରିଖରେ ଦେଖିବାକୁ ମିଳିବ ଯେତେବେଳ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ଦୁବାଇ ପଡ଼ିଆରେ ମୁହାଁମୁହିଁ ହେବେ। ଏସିଆ କପ୍‌ କ୍ରମାଗତ ଦ୍ୱିତୀୟ ଥର ଜିତିବାକୁ ଭାରତ ଏଥର ପୂରା ଦମ୍‌ ଲଗାଇବ, ଏଥିରେ କୌଣସି ସନ୍ଦେହ ନାହିଁ। ହେଲେ ନିୟମିତ ଅଧିନାୟକ ବିରାଟ୍‌ କୋହଲିଙ୍କ ବଦଳରେ ଦାୟିତ୍ୱ ପାଇଥିବା ରୋହିତ ଶର୍ମାଙ୍କ ପାଇଁ ଏହି ଏସିଆ କପ୍‌ ଟୁର୍ଣ୍ଣାମେଣ୍ଟ୍‌ ଅଗ୍ନିପରୀକ୍ଷା ସଦୃଶ ହେବ। 
ରୋହିତ ପୂର୍ବରୁ ଭାରତୀୟ ଦଳର ନେତୃତ୍ୱ ନେଇ ସଫଳ ହୋଇଛନ୍ତି। କିନ୍ତୁ କୌଣସି ବଡ଼ ଟୁର୍ଣ୍ଣାମେଣ୍ଟ୍‌ରେ ଦଳର ନେତୃତ୍ୱ ନେବାର ଅଭିଜ୍ଞତା ରୋହିତଙ୍କ ପାଖରେ ନାହିଁ।  ପ୍ରଥମଥର ପାଇଁ ଏସିଆ କପ୍‌ ଟୁର୍ଣ୍ଣାମେଣ୍ଟ୍‌ ଟିମ୍‌ ଇଣ୍ଡିଆ ରୋହିତଙ୍କ ନେତୃତ୍ୱରେ ଲଢ଼ିବ। ତେଣୁ ରୋହିତଙ୍କ ଉପରେ ଅତିରିକ୍ତ ଚାପ ରହିବ। 
ରୋହିତଙ୍କୁ ୨୦୧୭ରେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ୍‌ ପାଇଁ ଦଳର ଅଧିନାୟକ କରାଯାଇଥିଲା। ଏଥିରେ ରୋହିତଙ୍କ ଟିମ୍‌ ଇଣ୍ଡିଆ ଜବରଦସ୍ତ ପ୍ରଦର୍ଶନ କରି ଉଭୟ ସିରିଜ୍‌କୁ କରାୟତ୍ତ  କରିଥିଲା।
 
ରୋହିତ ମଧ୍ୟ କ୍ୟାପ୍ଟେନ୍‌ ହିସାବରେ ଭଲ ପ୍ରଦର୍ଶନ କରିଛନ୍ତି। ୩ଟି ଦିନିକିଆରେ ରୋହିତ ୧୦୮.୫୦ ହାରରେ ୨୧୭ ରନ୍‌ କରିଛନ୍ତି। ଏଥିରେ ସର୍ବାଧିକ ସ୍କୋର ୨୦୮ ରହିଥିଲା। ତେଣୁ ରୋହିତ ଏସିଆ କପ୍‌ରେ ଟିମ୍‌ ଇଣ୍ଡିଆର ଟ୍ରମ୍ପ କାର୍ଡ ସାବ୍ୟସ୍ତ ହୋଇପାରନ୍ତି।
ରୋହିତ ବିଶ୍ୱର ଏକମାତ୍ର ଖେଳାଳି ଯିଏ, ଟି-୨୦ରେ ୩ଟି ଶତକ ଓ ଦିନିକିଆରେ ୩ଥର ଦ୍ୱିଶତକ ହାସଲ କରିଛନ୍ତି।
 
ସେହିଭଳି ଆସନ୍ତାବର୍ଷ ବିଶ୍ୱକପ୍‌ ଟୁର୍ଣ୍ଣାମେଣ୍ଟ ଥିବାରୁ ଏସିଆ କପ୍‌ର ପ୍ରଦର୍ଶନ ନିଶ୍ଚିତ ଭାବେ ଖେଳାଳିଙ୍କ ଭାଗ୍ୟନିର୍ଦ୍ଧାରଣ କରିବ।
 
ରୋହିତଙ୍କ ବ୍ୟତୀତ ମହେନ୍ଦ୍ର ସିଂହ ଧୋନି, ଶିଖର ଧୱନ୍‌, କେଏଲ୍‌ ରାହୁଲ, କେଦାର ଯାଦବ, ମନୀଷ ପାଣ୍ଡେ, ଅମ୍ବାତି ରାୟଡୁ, ହାର୍ଦ୍ଦିକ ପାଣ୍ଡ୍ୟା ଓ ଦିନେଶ କାର୍ତ୍ତିକଙ୍କ ଭଳି ବ୍ୟାଟସ୍‌ମ୍ୟାନ୍‌ ରହିଛନ୍ତି। ବୋଲିଂ ବାହିନୀରେ ଭୁବନେଶ୍ୱର କୁମାରଙ୍କ କମ୍‌ ବ୍ୟାକ୍‌ ହୋଇଥିବା ବେଳେ ତାଙ୍କୁ ସାଥ୍‌ ଦେବାକୁ ଯଶପ୍ରୀତ ବୁମରା, ସାର୍ଦ୍ଦୁଲ ଠାକୁର ଓ ନବାଗତ ଖଲିଲ ଅହମ୍ମଦ ରହିଛନ୍ତି। ସ୍ପିନ୍‌ ବାହିନୀର ଦାୟିତ୍ୱ ‘ଚାଇନାମ୍ୟାନ୍‌’ କୁଲଦୀପ ଯାଦବ ଓ ୟଜୁବେନ୍ଦ୍ର ଚହଲଙ୍କ ଉପରେ ନ୍ୟସ୍ତ ରହିଛି।  


from Odisha Reporter https://ift.tt/2NHNgyT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages