
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏକବିଂଶ ଶତାବ୍ଦୀରେ ନିଜର ଅସ୍ତିତ୍ୱ ରକ୍ଷା ପାଇଁ ରାଜ୍ୟର ପ୍ରଭାବଶାଳୀ ରାଜନେତା ଓ ଅଫିସରମାନେ ତନ୍ତ୍ରର ସାହାରା ନେଉଛନ୍ତି ବୋଲି ଚର୍ଚ୍ଚା।
ଶୁଣିବାକୁ ମିଳୁଛି,ରାଜ୍ୟର ସର୍ବାଧିକ କ୍ଷମତା ଉପଭୋଗ କରୁଥିବା ୨ଜଣ ବ୍ୟକ୍ତି କୁଆଡ଼େ ନିୟମିତ ତନ୍ତ୍ରପୂଜା କରୁଛନ୍ତି। ବ୍ରହ୍ମପୁର ସହରଠୁ ୨୦-୩୦ କିମି ଦୂରରେ ଥିବା ଏହି ଶକ୍ତି ପୀଠରେ କୁଆଡ଼େ ସିଏ ଦୀର୍ଘ କିଛିବର୍ଷ ହେଲା ନିୟମିତ ତନ୍ତ୍ର ପୂଜା କରି ଆସୁଛନ୍ତି।
ଗତ ୨ମାସ ତଳେ କୁଆଡ଼େ ଉକ୍ତ ଅତ୍ୟନ୍ତ ପ୍ରଭାବଶାଳୀ ବ୍ୟକ୍ତି ଏହି ମନ୍ଦିରରେ ବଡ଼ଧରଣର ପୂଜାର୍ଚ୍ଚନା କରିଥିଲେ। ନିଜର ଜଣେ ଦୁଇଜଣ ବିଶ୍ୱସ୍ତ କର୍ମଚାରୀ ଓ ସାଧକଙ୍କ ସହାୟତାରେ ସିଏ କୁଆଡ଼େ ଏହି ମନ୍ଦିରରେ ତନ୍ତ୍ରପୂଜା କରିଥାନ୍ତି।
ଉଚ୍ଚଶିକ୍ଷିତ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦ୍ୱାରା ତନ୍ତ୍ରମନ୍ତ୍ର ଉପରେ ଭରସାକୁ ନେଇ ପାୱାର କରିଡରରେ ଚର୍ଚ୍ଚା ଚାଲିଛି। ପୂର୍ବରୁ ଏମାନଙ୍କ ମଧ୍ୟରୁ ଜଣେ ପ୍ରଭାବଶାଳୀ ବ୍ୟକ୍ତି ବ୍ରହ୍ମପୁର ସହରଠୁ ପ୍ରାୟ ୩୦କିମି ଦୂରରେ ଥିବା ଅନ୍ୟ ଏକ ଶୈବ ପୀଠରେ ମଧ୍ୟ ଏଭଳି ପୂଜାର୍ଚ୍ଚନା କୁଆଡ଼େ କରୁଥିଲେ। ସିଏ କୁଆଡ଼େ ଏବେ ପ୍ରତି ଶନିବାର ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ କରିଥାନ୍ତି। ଆଉ ପ୍ରତି ମାସେ-ଦୁଇମାସ ବ୍ୟବଧାନରେ ବ୍ରହ୍ମପୁର ସହର ନିକଟରେ ଥିବା ତନ୍ତ୍ରସାଧନା ପୀଠରେ ପୂଜାର୍ଚ୍ଚନା କରିବାକୁ ଆସିଥାନ୍ତି।
ଚର୍ଚ୍ଚା ହେଉଛି, ସ୍ଥାନୀୟ ପ୍ରଶାସନର ସହଯୋଗରେ ଏହି ପୂଜାର୍ଚ୍ଚନା ହୋଇଥାଏ। ଗୋପନୀୟତା ରକ୍ଷା ପାଇଁ ମଧ୍ୟ ସବୁପ୍ରକାରର ବନ୍ଦୋବସ୍ତ ସେଠାରେ ରହିଛି। ତନ୍ତ୍ରପୂଜା ଯୋଗୁ ଏହି ଦୁଇ ବ୍ୟକ୍ତି କୁଆଡ଼େ ରାଜ୍ୟରେ ନିଜ ନିଜର ପ୍ରଭାବ ବିସ୍ତାର କରିବାରେ ସକ୍ଷମ ହୋଇଛନ୍ତି।ଏହି କାରଣରୁ ସମସ୍ତ ଅପପ୍ରଚାର ଓ ବିବାଦକୁ ମଧ୍ୟ ଦୂରେଇବାରେ ସେମାନେ କୁଆଡ଼େ ସଫଳ ହେଉଛନ୍ତି।
ପାୱାରଫୁଲ୍ ବ୍ୟକ୍ତିଙ୍କର ଏଭଳି ତନ୍ତ୍ରପୂଜା କଥା ଜଣାପଡ଼ିବା ପରେ ଏବେ କୁଆଡ଼େ ଅନ୍ୟ ରାଜନେତା ଓ ଅଫିସର ସେଠାକୁ ଯିବା ଆରମ୍ଭ କରିଛନ୍ତି ବୋଲି ଚର୍ଚ୍ଚା।
from Odisha Reporter https://ift.tt/2xx1Ij5
No comments:
Post a Comment