ଖୋଲୁଛି ଦୁର୍ନୀତି ପେଡ଼ି: ଚାରା ରୋପଣରେ ସରକାରୀ ଅଫିସର ସାଜିଛନ୍ତି ଭେଣ୍ଡର! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 19, 2018

ଖୋଲୁଛି ଦୁର୍ନୀତି ପେଡ଼ି: ଚାରା ରୋପଣରେ ସରକାରୀ ଅଫିସର ସାଜିଛନ୍ତି ଭେଣ୍ଡର!

ବାରିପଦା(ମାଣିକ୍‌ ଲାଲ୍‌ ପାଣି): ରାଜ୍ୟ ସରକାରଙ୍କ ଗୋଟିଏ ପରେ ଗୋଟିଏ ଦୁର୍ନୀତି ପେଡ଼ି ଖୋଲିବାରେ ଲାଗିଛି। ତେବେ ସବୁଠୁ ଚର୍ଚ୍ଚାରେ ରହିଛି ଚାରା ଘୋଟାଲା। କାରଣ ଗଛ ଲଗାଇବାକୁ ଆଳ କରି ରାଜ୍ୟର ଅନେକ ଜିଲ୍ଲାରେ ହୋଇଛି ହରିଲୁଟ୍। ଆଉ ସବୁଠୁ ଶୀର୍ଷରେ ରହିଛି ମୟୂରଭଞ୍ଜ ଜିଲ୍ଲା। ଯେଉଁଠି ଚାଷୀଙ୍କୁ ମୋହରା ବନାଇ ପାଖାପାଖି ୧୮ କୋଟି ଟଙ୍କା ଚଳୁ କରିଛନ୍ତି ସରକାରୀ ବାବୁ।

ମୟୂରଭଞ୍ଜ ଜିଲ୍ଲା ନୂଆଗାଁର ଚାଷୀ ଦୀପକ ମହାପାତ୍ରଙ୍କ ଜମିରେ ଲାଗିଥିଲା ଶହ ଶହ ଆମ୍ବ ଓ କଦଳୀ ଗଛ। ହେଲେ ଏଠି କିନ୍ତୁ ଗଛର ନାଁ ଗନ୍ଧ ନାହିଁ। ଏଭଳି ଭାବେ ନୂଆଗାଁର ୧୬ ଜଣ ଚାଷୀଙ୍କ ୧୧ ଏକର ଜମିରେ ଆମ୍ବ ଓ କଦଳୀ ଚାରା ରୋପଣ ହୋଇଥିଲା। କିନ୍ତୁ ଜମି ଚାରିପଟେ ବାଡ଼ ଦେବାକୁ ସରକାର ଟଙ୍କାଟିଏ ଦେଲେ ନାହିଁ। ଏପରିକି ଗଛରେ ପାଣି ଦେବାକୁ ଆସିଥିବା ଟଙ୍କାକୁ ମିଳିଲାନି। ତେଣୁ ଗଛ ବଞ୍ଚିନପାରିବାରୁ ଜମି ଏବେ ଖାଲି ପଡ଼ିଆ ପଡ଼ିଛି।

ସେହିପରି ଜିଲ୍ଲାର ନିଶ୍ଚିନ୍ତା ଗାଁରେ ଏକ ପଡ଼ିଆ ରହିଛି। ଯେଉଁଠି କୁଆଡ଼େ ୨ ବର୍ଷ ତଳେ ୨୦ ଲକ୍ଷ ଟଙ୍କା ଖର୍ଚ୍ଚରେ ଆମ୍ବ ଗଛ ଲାଗିଥିଲା। ହେଲେ ଗଛର ଚିହ୍ନବର୍ଣ୍ଣ କିଛି ନାହିଁ। କେବଳ ସେତିକି ନୁହେଁ, ଏମ୍‌ଏନ୍ଆରଜିଏସ୍‌ରେ ଶ୍ରମିକଙ୍କୁ ନିଯୁକ୍ତ କରି ଗଛ ଲଗାଯାଇଥିଲେ ମଧ୍ୟ ମଜୁରି ମିଳିନଥିବା ଅଭିଯୋଗ ହୋଇଛି।

ଖାଲି ଜମିରେ ନୁହେଁ, କାଗଜପତ୍ରରେ ବି କଳାକାରନାମା ଦେଖାଇଛନ୍ତି ସରକାରୀ ବାବୁ। ମଷ୍ଟରରୋଲ୍‌ରେ ଶ୍ରମିକଙ୍କର ରହିଛି ଲମ୍ବା ତାଲିକା। ହେଲେ କେହି ବି ଅସଲି ନୁହଁନ୍ତି। ସମସ୍ତେ ନକଲି ଶ୍ରମିକ। ଆଉ ଏହି ଜାଲ୍ ମଷ୍ଟରରୋଲ୍‌ ଜରିଆରେ ହରଣ କରାଯାଇଛି କୋଟି କୋଟି ଟଙ୍କା।

ବାରିପଦା ଉପ-ନିର୍ଦ୍ଦେଶକଙ୍କୁ ବଡ଼ସାହି ସହକାରୀ ଉଦ୍ୟାନକୃଷି ନିର୍ଦ୍ଦେଶକ ଦେଇଥିବା ଚିଠିରୁ ଏହି ପ୍ରମାଣ ମିଳିଛି। ଯାହାର ଖଳନାୟକ ହେଉଛନ୍ତି ବଡ଼ସାହିର ନିଲମ୍ବିତ ଡାଟା ଏଣ୍ଟ୍ରି ଅପରେଟର୍ ଜୟକୃଷ୍ଣ ଲେଙ୍କା। ସେହିପରି ବାରିପଦାର ଡାଟା ଏଣ୍ଟ୍ରି ଅପରେଟର କାଦମ୍ବିନୀ ଶତପଥୀ ମଧ୍ୟ କୃଷିଉଦ୍ୟାନ ଉପନିର୍ଦ୍ଦେଶକଙ୍କ ଦସ୍ତଖତକୁ ନକଲ କରି ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଛି।

ଆଉ ଏକ ସାଘାଂତିକ ତଥ୍ୟ ହେଉଛି, ସରକାରୀ କର୍ମଚାରୀମାନେ ବାଡ଼ ଓ ପାଣି ମଡ଼ାଇବା ପାଇଁ ନିଜକୁ ଭେଣ୍ଡର ସଜାଇ ଆତ୍ମସାତ କରିଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଅଭିଯୋଗ ହେଉଛି, ସମଗ୍ର ଦୁର୍ନୀତିର ସୂତ୍ରଧର ହେଉଛନ୍ତି ମୟୂରଭଞ୍ଜର ତତ୍କାଳୀନ କୃଷି ଉଦ୍ୟାନ ବିଭାଗର ସହକାରୀ ଉପନିର୍ଦ୍ଦେଶକ ଧରଣୀଧର ପାତ୍ର। ତେବେ ଏନେଇ ସେ ମୁହଁ ଖୋଲିବାକୁ ନାରାଜ।



from Odisha Reporter https://ift.tt/2QI99gc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages