
ନୂଆଦିଲ୍ଲୀ: ବନ୍ୟା ଛାଡ଼ିବା ପରେ ଏବେ କେରଳରେ ‘ରାଟ୍ ଫିବର’ ଏବେ ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛି।
ହଠାତ୍ ମାଡ଼ିବସୁଛି ଜ୍ୱର। ଆଉ ଧୀରେ ଧୀରେ ସ୍ଥିତି ସାଙ୍ଘାତିକ ହୋଇଯାଉଛି। ବନ୍ୟା ପାରେ ଏବେ ଏହି ଜ୍ୱର ଲୋକଙ୍କ ପାଇଁ ବୋଝ ଉପରେ ନଳୀତା ବିଡା ସଦୃଶ ହୋଇଛି।
କେରଳର ଅଧିକାଂଶ ଅଞ୍ଚଳରେ ବନ୍ୟା ପାଣି ଖସିବା ପରେ ପ୍ରତି ଘରେ ଲୋକେ ଜ୍ୱରରେ ପୀଡ଼ିତ ହେଉଛନ୍ତି। ଏଥିରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୨ ଜଣଙ୍କ ମୃତ୍ୟୁ ଘଟିଛି।
‘ରାଟ୍ ଫିବର’କୁ ଦୃଷ୍ଟିରେ ରଖି ରାଜ୍ୟରେ ୩ ସପ୍ତାହ ପାଇଁ ହାଇ ଆଲର୍ଟ ଜାରି କରାଯାଇଛି। କୋଝିକୋଡ ଓ ପଥାନମାତିଟ୍ଟା ଜିଲ୍ଲାରେ ପ୍ରାୟ ୭୧ ଜଣଙ୍କ ପାଖରେ ଏହି ରୋଗର ଲକ୍ଷଣ ଦେଖିବାକୁ ମିଳିଛି। ଏହି ରୋଗ ପଶୁଙ୍କଠାରୁ ମଣିଷଙ୍କୁ ସଂକ୍ରମିତ ହେଉଛି।
ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶାଳୟର ତଥ୍ୟ ମୁତାବକ ପଲକ୍କଡ଼ ଓ କୋଝିକେଡା ଜିଲ୍ଲାରେ ସୋମବାର ୨ ଜଣଙ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।
ତେବେ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ୭୧ ଜଣ ରାଟ୍ ଫିବର ରୋଗୀ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ପ୍ରାୟ ୧୨୩ ଜଣଙ୍କ ଶରୀରରେ ଏହି ରୋଗର ଲକ୍ଷଣ ଦେଖିବାକୁ ମିଳିଛି। ଗତକାଲି ୧୩, ୮୦୦ରୁ ଅଧିକ ଲୋକ ବିଭିନ୍ନ ଜ୍ଵରରେ ପୀଡ଼ିତ ହୋଇ ଚିକିତ୍ସିତ ହୋଉଛନ୍ତି।
from Odisha Reporter https://ift.tt/2Cca6tS
No comments:
Post a Comment