ଘରେ ପ୍ରସ୍ତୁତ କରନ୍ତୁ ‘କଦଳୀ କୋଫ୍‌ତା କରି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 24, 2018

ଘରେ ପ୍ରସ୍ତୁତ କରନ୍ତୁ ‘କଦଳୀ କୋଫ୍‌ତା କରି’

ଭୁବନେଶ୍ୱର: କଞ୍ଚା କଦଳୀରୁ ପ୍ରସ୍ତୁତ ହେଉଥିବା ଏକ ସ୍ବାଦିଷ୍ଟ ଡିସ୍‌ ହେଉଛି କଦଳୀ କୋଫ୍‌ତା କରି। ତେବେ ଆପଣ ଏହାକୁ ଘରେ କିପରି ପ୍ରସ୍ତୁତ କରିପାରିବେ, ଆମେ ସେ ସମ୍ପର୍କରେ ଆଜି ଆପଣଙ୍କୁ ଜଣାଇବୁ।

ଆବଶ୍ୟକ ସାମଗ୍ରୀ- କଞ୍ଚା କଦଳୀ, ବେସନ, ଲୁଣ, କଞ୍ଚା ଲଙ୍କା, ଗରମ ମସଲା, ଧନିଆ ପତ୍ର, ଧନିଆ ପାଉଡର୍, ତେଲ, ଜିରା, ହଳଦି ଗୁଣ୍ଡ, କସ୍ତୁରୀ ମେଥି, ବାଦାମ, ଟମାଟୋ, ଅଦା ଏବଂ ଲଙ୍କା ଗୁଣ୍ଡ।

ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ କଞ୍ଚା କଦଳୀକୁ କାଟି ପ୍ରେସର୍‌ କୁକର୍‌ ରେ ସିଝାନ୍ତୁ। କଦଳୀ ସିଝିଯିବା ପରେ ଏହାର ଚୋପା ଛଡ଼ାଇ ସେଥିରେ ବେସନ, କଟା ଧନିଆ ପତ୍ର, ଲୁଣ, ଗରମ ମସଲା ଓ ଲଙ୍କା ଗୁଣ୍ଡ ପକାଇ ଏହି ମିଶ୍ରଣକୁ ଚକଟନ୍ତୁ। ଏହି ଚକଟାକୁ ଗୋଲ ଗୋଲ ଆକୃତି କରି ରଖନ୍ତୁ। ଏବେ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ ପୂର୍ବରୁ ପ୍ରସ୍ତୁତ ଥିବା ସେହି ଗୋଲ ଗୋଲ ଆକୃତିର କଦଳୀ (କୋପ୍‌ତା) ଚକଟାଗୁଡ଼ିକୁ ଛାଣନ୍ତୁ। ଏହା ଗୋଲ୍ଡେନ୍‌ ରଙ୍ଗର ହୋଇଗଲେ କଡ଼େଇରୁ କାଢ଼ି ଦିଅନ୍ତୁ।
ଏବେ ଅନ୍ୟ ଏକ କଡ଼େଇରେ ତେଲ ଗରମ କରି ସେଥିରେ ଜିରା, ହଳଦି ଗୁଣ୍ଡ, ଧନିଆ ପାଉଡର, କସ୍ତୁରୀ ମେଥି ଏବଂ ବାଦାମ ଓ ଅଦାକୁ ପେଷ୍ଟ୍‌ କରି ପକାନ୍ତୁ। ଏହା ପରେ ସେଥିରେ ଟମାଟୋ ପେଷ୍ଟ୍‌ ପକାନ୍ତୁ। ଏବେ କିଛି ଲଙ୍କା ଗୁଣ୍ଡ ପକାଇ ମସଲାକୁ ଭଲ ଭାବେ କସନ୍ତୁ। ମସଲା କସିଯିବା ପରେ ସେଥିରେ ଅଳ୍ପ ପାଣି ଦିଅନ୍ତୁ। ବର୍ତ୍ତମାନ ଏଥିରେ ଛଣାଯାଇଥିବା କଦଳୀ କୋପ୍‌ତାଗୁଡ଼ିକୁ ପକାନ୍ତୁ। ପାଣି ଫୁଟିଯିବା ପରେ ସେଥିରେ ଗରମ ମସଲା ଏବଂ ଧନିଆ ପତ୍ର ପକାଇ ଗରମ ଗରମ ଖାଆନ୍ତୁ ‘କଦଳୀ କୋଫ୍‌ତା କରି’।



from Odisha Reporter https://ift.tt/2DCluQP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages