ରାଫେଲ୍‌ ପ୍ରସଙ୍ଗରେ କଂଗ୍ରେସ ଛାଡ଼ିଲା ନୂଆ ଭିଡିଓ, ଏଚ୍ଏ‌ଏଲ୍‌କୁ ଡିଲରୁ ବାଦ୍ ଦେବା ନେଇ ଉଠାଇଲା ପ୍ରଶ୍ନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 24, 2018

ରାଫେଲ୍‌ ପ୍ରସଙ୍ଗରେ କଂଗ୍ରେସ ଛାଡ଼ିଲା ନୂଆ ଭିଡିଓ, ଏଚ୍ଏ‌ଏଲ୍‌କୁ ଡିଲରୁ ବାଦ୍ ଦେବା ନେଇ ଉଠାଇଲା ପ୍ରଶ୍ନ

ନୂଆଦିଲ୍ଲୀ: କଂଗ୍ରେସ ରାଫେଲ୍‌ ଯୁଦ୍ଧ ବିମାନ ନିର୍ମାଣ କରୁଥିବା ଡାସଲ୍ଟ ଚେୟାରମ୍ୟାନ୍‌ଙ୍କ ଏକ ଭିଡିଓ ଜାରି କରିଛି। ଏଥିସହ ଡାସଲ୍ଟ ଓ ହିନ୍ଦୁସ୍ତାନ ଏରୋନେଟିକ୍‌ସ ଲିମିଟେଡ (ଏଚ୍‌ଏଏଲ୍‌) ମିଳିତ ଭାବେ ୧୦୮ଟି ରାଫେଲ୍‌ ଯୁଦ୍ଧ ବିମାନ ନିର୍ମାଣ କରିବାକୁ ଡିଲ୍‌ ଏକ ପ୍ରକାରର ଚୂଡ଼ାନ୍ତ ହୋଇଥିଲା ବୋଲି କଂଗ୍ରେସ ଦାବି କରିଛି।

ଏହି ଭିଡିଓରେ ଡାସଲ୍ଟ ଚେୟାରମ୍ୟାନ୍‌ ଇରିକ୍‌ ଟ୍ରାପିଅର୍‌ ହିନ୍ଦୁସ୍ତାନ ଏରୋନାଟିକ୍‌ ସହ ରାଫେଲ୍‌ ଯୁଦ୍ଧ ବିମାନ ନିର୍ମାଣ ବେଳେ କିଏ କ’ଣ କରିବ ବୋଲି କହୁଥିବା ସ୍ପଷ୍ଟ ଶୁଣିବାକୁ ମିଳୁଛି। ଅର୍ଥାତ ହିନ୍ଦୁସ୍ତାନ ଏରୋନେଟିକ୍‌ସ ସହ ଡାସଲ୍ଟ ମିଳିତ ଭାବେ ରାଫେଲ୍‌ ଯୁଦ୍ଧ ବିମାନ ନିର୍ମାଣ କରିବାକୁ ରାଜି ହୋଇଥିଲା କି ବୋଲି ଏବେ ପ୍ରଶ୍ନ ଉଠିଛି। ଇରିକ୍‌ ୨୦୧୫ ମାର୍ଚ୍ଚ ୨୫ରେ ଭାରତୀୟ ବାୟୁସେନା ଓ ଏଚ୍‌ଏଏଲ୍‌ ଅଫିସରମାନଙ୍କ ଉପସ୍ଥିତିରେ ଏଭଳି କହୁଥିବା ଭିଡିଓରୁ ସ୍ପଷ୍ଟ ହୋଇଛି।

ତେବେ ଇରିକ୍‌ଙ୍କ ଏଭଳି ଘୋଷଣାର ୧୭ ଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଫେଲ୍‌ ଯୁଦ୍ଧ ବିମାନ କିଣା ନେଇ ଫ୍ରାନ୍ସ ସହ ନୂଆ ଡିଲ୍‌ କଥା ଘୋଷଣା କରିଥିଲେ। ଏହି ସମୟରେ ଏଚ୍‌ଏଏଲ୍‌କୁ ଅଣଦେଖା କରି ଅନୀଲ ଅମ୍ବାନୀଙ୍କ ରିଲାଏନ୍ସ ଗ୍ରୁପ୍‌କୁ ରାଫେଲ୍‌ ଡିଲ୍‌ରେ ସାମିଲ କରିବାକୁ ମୋଦି ଫ୍ରାନ୍ସ ସରକାର ଓ ଡାସଲ୍ଟ କମ୍ପାନୀକୁ କହିଥିଲେ ବୋଲି କଂଗ୍ରେସ ଦାବି କରିଛି। ଏଥିସହ ଦଳ ପ୍ରତିରକ୍ଷାମନ୍ତ୍ରୀ ନର୍ମଳା ସୀତାରମଣଙ୍କ ଇସ୍ତଫା ମଧ୍ୟ ଦାବି କରିଛି।

୨୦୧୫ ଏପ୍ରିଲ ୧୦ରେ ନରେନ୍ଦ୍ର ମୋଦି ୩୬ଟି ରାଫେଲ୍‌ ଯୁଦ୍ଧ ବିମାନ କିଣିବା ପାଇଁ ତତ୍କାଳୀନ ଫ୍ରାନ୍ସ ରାଷ୍ଟ୍ରପତି ଫ୍ରାନ୍‌ସୁଆ ଓଲାନ୍ଦଙ୍କ ସହ ଚୁକ୍ତି କରିଥିଲେ। ମୋଦିଙ୍କ ପୂର୍ବରୁ ୟୁପିଏ ସରକାର ଫ୍ରାନ୍ସ ସହ କରିଥିବା ଚୁକ୍ତି ଅନୁଯାୟୀ, ଫ୍ରାନ୍ସ ସରକାର ୧୨୬ଟି ରାଫେଲ୍‌ ଯୁଦ୍ଧ ବିମାନ ମଧ୍ୟରୁ ୧୮ଟି ପ୍ୟାରିସ୍‌ରେ ନିର୍ମାଣ କରାଯିବାର ଥିଲା ଏବଂ ବାକି ବିମାନ ଫ୍ରାନ୍ସ କମ୍ପାନୀ ଭାରତରେ ଏଚ୍‌ଏଏଲ୍‌ ସହ ମିଶି ନିର୍ମାଣ କରିବ ବୋଲି ନିଷ୍ପତ୍ତି ହୋଇଥିଲା। କିନ୍ତୁ ୟୁପିଏର ଏହି ଡିଲ୍‌ ସଫଳ ହୋଇ ନଥିଲା।

କଂଗ୍ରେସ କହିଛି ମୋଦିଙ୍କ ଫ୍ରାନ୍ସ ଗସ୍ତ ପୂର୍ବରୁ ଏପ୍ରିଲ ୮ରେ ବୈଦେଶିକ ସଚିବ ଏସ୍‌ ଜୟଶଙ୍କର କହିଥିଲେ, ରାଫେଲ ନିର୍ମାଣ ପାଇଁ ଡାସଲ୍ଟ ଓ ଏଚ୍‌ଏଏଲ୍‌ ମଧ୍ୟରେ ବୁଝାମଣା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। କିନ୍ତୁ ମୋଦି ସରକାର କେଉଁ ଆଧାରରେ ଏଚ୍‌ଏଏଲ୍‌କୁ ରାଫେଲ୍‌ ଯୁଦ୍ଧ ବିମାନ ନିର୍ମାଣ କାର୍ଯ୍ୟରୁ ଅନ୍ତର କଲା ବୋଳି ଦଳ ପକ୍ଷରୁ ପ୍ରଶ୍ନ କରାଯାଇଛି।

ମୋଦି ସରକାର ଡାସଲ୍ଟ ଓ ରିଲାଏନ୍ସ କମ୍ପାନୀ ମିଳିତ ଭାବେ ରାଫେଲ୍‌ ଯୁଦ୍ଧ ବିମାନ ନିର୍ମାଣ କରିବାକୁ ପ୍ରସ୍ତାବ ଦେଇଥିବା ପୂର୍ବତନ ଫ୍ରାନ୍ସ ରାଷ୍ଟ୍ରପତି ଫ୍ରାନ୍‌ସୁଆ ଓଲାନ୍ଦ କହିଥିଲେ।

ଦେଖନ୍ତୁ ଭିଡିଓ



from Odisha Reporter https://ift.tt/2zqqJi9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages