
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନ, ବିଶୃଙ୍ଖଳିତ ଆଚରଣ ଏବଂ କର୍ତ୍ତବ୍ୟରୁ ଅନଧିକାର ଭାବେ ଓହରି ଯାଇଥିବା ଅଭିଯୋଗରେ ରାଜ୍ୟର ୬ଜଣ ଅଗ୍ନିଶମ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି।
ମୟୁରଭଞ୍ଜ ଚିତ୍ରଡ଼ା ଦମକଳ କେନ୍ଦ୍ରର ଦୁଇ ଜଣ, ନୟାଗଡ଼ ଦଶପଲ୍ଲାର ଦୁଇ ଜଣ ଏବଂ ବାଲିଆପାଳର ଦୁଇ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା ନେଇ ଆଜି କଟକ ସ୍ଥିତ କେନ୍ଦ୍ରୀୟ ରେଞ୍ଜ୍ ଫାୟାର ଅଫିସରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଗତ ସୋମବାରଠାରୁ ରାଜ୍ୟବ୍ୟାପୀ ଅଗ୍ନିଶମ କର୍ମଚାରୀ ସଂଘ ଆନ୍ଦୋଳନକୁ ଓହ୍ଲାଇଛନ୍ତି।
from Odisha Reporter https://ift.tt/2QZEqv9
No comments:
Post a Comment