ଜାଡ଼େଜା ନାୟକ ନା ଖଳନାୟକ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 26, 2018

ଜାଡ଼େଜା ନାୟକ ନା ଖଳନାୟକ?

jadeja

ଦୁବାଇ: ଗତକାଲି ଆଫ୍‌ଗାନିସ୍ତାନ୍ ବିପକ୍ଷ ମ୍ୟାଚ୍‌କୁ ଭାରତ ଜିତି ପାରିଲା ନାହିଁ। ମ୍ୟାଚ୍ ‘ଟାଇ’ରେ ସରିଥିଲା। ଆଫ୍‌ଗାନିସ୍ତାନ ୨୫୨ ରନ୍ କରିଥିବା ବେଳେ ଭାରତ ବି ସେତିକି ରନ୍ କରି ଅଲ୍ ଆଉଟ୍ ହୋଇ ଯାଇଥିଲା।

୫୦ ତମ ଓଭରର ପଞ୍ଚମ ବଲ୍‌ରେ ରବୀନ୍ଦ୍ର ଜାଡେଜା ୨୫ ରନ୍ କରି ଆଉଟ୍ ହୋଇଯାଇଥିଲେ। ଆଉ ଏହା ସହିତ ପୁଣି ସେଇ ପୁରୁଣା କଥାକୁ ନେଇ ଚର୍ଚ୍ଚା ଜୋର ଧରିଛି। ତାହା ହେଉଛି ଜାଡେଜା ‘ନାୟକ’ ନା ‘ଖଳନାୟକ’? କାରଣ ଚାରି ବର୍ଷ ତଳେ ବି ଏମିତି କିଛି ଘଟିଥିଲା।

ଜାଡ଼େଜା ଖରାପ ଶଟ୍ ଖେଳିଲେ ଓ ଆଉଟ୍ ହୋଇଗଲେ। ସେହି ଦୃଷ୍ଟିରୁ ଦେଖିଲେ ତାଙ୍କୁ ‘ଖଳନାୟକ’ କୁହାଯାଇପାରେ। କିନ୍ତୁ ସେ ଥିଲେ ବୋଲି ଗତକାଲି ସ୍କୋର୍ ସମାନ ହୋଇଯାଇଥିଲା। ନ ହେଲେ ଭାରତ ହାରି ଯିବାର ଭୟ ଥିଲା। ତେଣୁ ତାଙ୍କୁ ନାୟକ ବି କୁହାଯାଇପାରେ।

ଗତକାଲି କ’ଣ ଘଟିଥିଲା?
ଗତକାଲି ଭାରତକୁ ମ୍ୟାଚ୍ ଜିତିବା ପାଇଁ ଶେଷ ଓଭରରେ ୭ ରନ୍ ଦରକାର ଥିଲା। ରଶିଦ ଖାନ୍ ବୋଲିଂ କରୁଥିଲେ। କ୍ରିଜ୍‌ରେ ଜାଡେଜା ଓ ଖଲୀଲ ଅହମଦ ଥିଲେ।

ଏହି ଓଭରର ଦ୍ୱିତୀୟ ବଲ୍‌ରେ ଜାଡେଜା ଚୌକା ମାରିଥିଲେ। ଏହା ସହିତ ଭାରତ ବିଜୟ ଦ୍ୱାର ପାଖରେ ପହଞ୍ଚି ଯାଇଥିଲା। ତୃତୀୟ ବଲ୍‌ରେ ଜାଡେଜା ଏକ ରନ୍ ନେଇଥିଲେ। ଚତୁର୍ଥ ବଲ୍‌ରେ ଖଲୀଲ ଅହମଦ ବି ଏକ ରନ୍ ନେବାରେ ସଫଳ ହେଲେ। ଫଳରେ ଭାରତକୁ ବିଜୟ ପାଇଁ ଆଉ ୧ ରନ୍ ଦରକାର ଥିଲା। ହାତର ଦୁଇଟି ବଲ୍ ଥିଲା। ପଞ୍ଚମ ବଲ୍‌ରେ ଜାଡେଜା କ୍ୟାଚ୍ ଆଉଟ୍ ହୋଇଯାଇଥିଲେ ଓ ତା’ସହିତ ଟିମ୍ ଅଲ୍ ଆଉଟ୍ ହୋଇଯାଇଥିଲା ଏବଂ ମ୍ୟାଚ୍ ‘ଟାଇ’ରେ ଶେଷ ହୋଇଥିଲା।

୪ ବର୍ଷ ତଳେ କ’ଣ ଘଟିଥିଲା?
୨୦୧୪ ଜାନୁଆରୀ ମାସରେ ବି ଏକ ମ୍ୟାଚ୍‌ରେ ଭାରତ ସହିତ ଏମିତି କିଛି ସ୍ଥିତି ସୃଷ୍ଟି ହୋଇଥିଲା। ଦଳ ଉକ୍ତ ମ୍ୟାଚ୍ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳିଥିଲା। ମ୍ୟାଚ୍ ଜିତିବା ପାଇଁ ଭାରତକୁ ଶେଷ ବଲ୍‌ରେ ଦୁଇ ରନ୍ ଦରକାର ଥିଲା। ବ୍ୟାଟିଂ କରୁଥିଲେ ରବୀନ୍ଦ୍ର ଜାଡେଜା। ବୋଲର୍ ଥିଲେ କୋରୀ ଆଣ୍ଡରସନ୍‌। ତେବେ ଶେଷ ବଲ୍‌ରେ ଜାଡେଜା ମାତ୍ର ୧ ରନ୍ କରିବାକୁ ସଫଳ ହୋଇଥିଲେ। ଆଉ ତା’ସହିତ ମ୍ୟାଚ୍ ‘ଟାଇ’ ହୋଇଯାଇଥିଲା।

ନ୍ୟୁଜିଲ୍ୟାଣ୍ଡ ୩୧୪ ରନ୍ କରିଥିଲା। ଜବାବରେ ଭାରତ ୯ ୱିକେଟ୍ ହରାଇ ୩୧୪ ରନ୍ କରିଥିଲା। ଜାଡେଜା ୪୫ ବଲ୍‌ରେ ୬୬ ରନ୍ କରି ନଟ୍ ଆଉଟ୍ ରହିଥିଲେ।

ଏହି ମ୍ୟାଚ୍ ପାଇଁ ଜାଡ଼େଜାଙ୍କୁ କ’ଣ କୁହାଯିବ? ନାୟକ ନା ଖଳନାୟକ?



from Odisha Reporter https://ift.tt/2Ihxrdj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages