ଏହିସବୁ କାରଣ ପାଇଁ ମଶା କିଛି ଲୋକଙ୍କୁ ଅଧିକ କାମୁଡ଼ନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 17, 2018

ଏହିସବୁ କାରଣ ପାଇଁ ମଶା କିଛି ଲୋକଙ୍କୁ ଅଧିକ କାମୁଡ଼ନ୍ତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମଶା କାମୁଡ଼ିବା ଏକ ସାଧାରଣ ଘଟଣା। ମଶା କାମୁଡ଼ିବା ଦ୍ୱାରା ବିଭିନ୍ନ ପ୍ରକାର ରୋଗ ହୋଇଥାଏ, ଏହାତ ସମସ୍ତେ ଜାଣିଛନ୍ତି। ଏହା ଏପରି ଏକ ଜୀବ,ଯାହା ବିଶ୍ୱର ସବୁ ସ୍ଥାନରେ ନିଜ ସତ୍ତା ଜାହିର୍ କରିଛି। ମଶା ସମସ୍ତଙ୍କୁ କାମୁଡ଼ୁ ଥିଲେ ବି ସେମାନଙ୍କର ବି ନିଜସ୍ୱ ପସନ୍ଦ ରହିଛି। ଅର୍ଥାତ ମଶା ମୁଖ୍ୟତଃ ୫ ପ୍ରକାର ଲୋକଙ୍କୁ ଅଧିକ କାମୁଡ଼ି’ଥାନ୍ତି। ଏହା ନିକଟରେ ହୋଇଥିବା ଏକ ସର୍ଭେରୁ ଜଣାପଡ଼ିଛି।

ମଣିଷର କିଛି ସ୍ୱତନ୍ତ୍ର ଗୁଣ ବା ପାରିପାର୍ଶ୍ୱିକ ପରିସ୍ଥିତି ମଶାଙ୍କୁ ସେମାନଙ୍କ ଆଡ଼କୁ ଆକୃଷ୍ଟ କରିଥାଏ। ସର୍ଭେ ଅନୁସାରେ ବିଶ୍ୱରେ ୨୦ ପ୍ରତିଶତ ଲୋକ ଏମିତି ଅଛନ୍ତି ଯେଉଁମାନଙ୍କ ଆଡ଼କୁ ମଶା ଅଧିକ ଆକର୍ଷିତ ହୋଇଥାନ୍ତି।

କାହିଁକି କିଛି ଲୋକଙ୍କୁ ମଶା ଅଧିକ କାମୁଡ଼ି’ଥାନ୍ତି, ସେ ବିଷୟରେ ଚାଲନ୍ତୁ ଜାଣିବା।

mosquitoesଡାର୍କ କଲର୍‌ ପୋଷାକ

ସାଧାରଣତଃ ମଶା କାହାକୁ ଦେଖି କିମ୍ବା ଗନ୍ଧ ଶୁଙ୍ଘି କାମୁଡ଼ି’ଥାନ୍ତି। ବୈଜ୍ଞାନିକଙ୍କ ଅନୁସାରେ ମଶାଙ୍କ ଦେଖିବା ଶକ୍ତି ବହୁତ ପ୍ରଖର। ବିଶେଷ କରି ସନ୍ଧ୍ୟା ହେବା ପରେ ଏମାନେ ନିଜ ତୀକ୍ଷ୍ନ ନଜରରେ ମଣିଷଙ୍କୁ ଖୋଜି ନେଇଥାନ୍ତି ଓ କାମୁଡ଼ି’ଥାନ୍ତି। ଡାର୍କ ପୋଷାକ ପିନ୍ଧିଥିବା ଲୋକଙ୍କୁ ମଶା ଅଧିକ କାମୁଡ଼ି’ଥାନ୍ତି। ବିଶେଷ କରି ନେଭି ବ୍ଲ୍ୟୁ, ବ୍ଲାକ୍‌ ଓ ଲାଲ ରଙ୍ଗର ପୋଷାକ ପିନ୍ଧିଥିବା ଲୋକଙ୍କୁ ମଶା ଅଧିକ କାମୁଡ଼ି’ଥାନ୍ତି। କାରଣ ଅନ୍ଧାରରେ ଏହି ରଙ୍ଗ ସେମାନଙ୍କୁ ସ୍ପଷ୍ଟ ଦେଖାଯାଇଥାଏ ଓ ସେମାନେ ଆକର୍ଷିତ ହୋଇ ମଣିଷ ପାଖକୁ ଆସିଥାନ୍ତି।

mosquitoes‘ଓ’ ବ୍ଲଡ଼ ଗ୍ରୁପ୍‌ର ଲୋକଙ୍କୁ ଅଧିକ କାମୁଡ଼ନ୍ତି

ମଶାଙ୍କ ପାଇଁ ରକ୍ତ ହେଉଛି ସବୁକିଛି। ଆପଣ କହିପାରନ୍ତି, ମଶାଙ୍କ ପାଇଁ ରକ୍ତ ହେଉଛି ଅମୃତ। ମଶାଙ୍କ ପାଇଁ ଏହା ପ୍ରୋଟିନ୍‌ ପରି କାମ କରେ। ବିଶେଷ କରି ମଣିଷ ରକ୍ତିରେ ଥିବା ପ୍ରୋଟିନ୍‌ ମାଈ ମଶାଙ୍କ ଅଣ୍ଡାଦାନ ପାଇଁ ସହାୟକ ହୋଇଥାଏ।

ଏଥିପାଇଁ କିଛି ନିର୍ଦ୍ଦିଷ୍ଟ ବ୍ଲଡ୍‌ ଟାଇପ୍‌ ସେମାନଙ୍କ ପାଇଁ ଅଧିକ ଆବଶ୍ୟକ ହୋଇଥାଏ। ଯେଉଁମାନଙ୍କୁ ମଶା ନିଜ ଶିକାର ବନାଇଥାଏ।

‘ଏ’ ବ୍ଲଡ୍‌ ଗ୍ରୁପ୍‌ର ଲୋକଙ୍କ ତୁଳନାରେ ମଶା ‘ଓ’ ବ୍ଲଡ଼୍‌ ଗ୍ରୁପ୍‌ର ଲୋକଙ୍କୁ ଅଧିକ କାମୁଡି’ଥାନ୍ତି। ଅନ୍ୟପକ୍ଷରେ ‘ବି’ ବ୍ଲଡ୍‌ ଗ୍ରୁପ୍‌ ଲୋକଙ୍କୁ ଏମାନେ ବହୁତ କମ କାମୁଡ଼ି’ଥାନ୍ତି।

mosquitoesକାର୍ବନ ଡାଇଅକ୍ସାଇଡର ଆକର୍ଷଣ

ମଶାମାନେ ୧୬୬ ଫୁଟ୍‌ ଦୂରରୁ କାର୍ବନ ଡାଇଅକ୍ସାଇଡକୁ ଶୁଙ୍ଘି ଜାଣି ନେଇଥାନ୍ତି। ଏହି ଗ୍ୟାସ୍‌ ପ୍ରତି ମଶାଙ୍କର ଅଧିକ ଆକର୍ଷଣ ରହିଥାଏ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆମେ ପ୍ରଶ୍ୱାସ୍‌ରେ କାର୍ବନ୍‌ ଡାଇଅକ୍ସାଇଡ ଛାଡିଥାନ୍ତି, ଯାହା ମଶାଙ୍କୁ ଆମ ଆଡ଼କୁ ଆସିବାକୁ ଆମନ୍ତ୍ରଣ କରିଥାଏ। ଏହି କାରଣରୁ ମଶା ଆମ ନାକ ଓ ମୁଣ୍ଡ ଉପରେ ଅଧିକ ଘୁରି ବୁଲିଥାନ୍ତି।

mosquitoesଝାଳ ମଧ୍ୟ କରେ ଆକର୍ଷିତ

କାର୍ବନ୍‌ ଡାଇଅକ୍ସାଇଡ ବ୍ୟତୀତ କିଛି ଏମିତି ଅଛି ଯାହା ମଶାଙ୍କୁ ଆମ ଆଡକୁ ଅଧିକ ଆକର୍ଷିତ କରିଥାଏ। ଆମ ଶରୀରରୁ ବାହାରୁଥିବା ଝାଳ ମଶାଙ୍କୁ ଆକର୍ଷିତ କରିଥାଏ। ଝାଳରେ ଥିବା ଲେଟିକ୍‌ ଏସିଡ, ୟୁରିକ୍‌ ଏସିଡ ଓ ଆମୋନିଆ ମଶାଙ୍କୁ ଆମ ଆଡ଼କୁ ଟାଣି ଆଣିଥାଏ। ତେଣୁ ଯେଉଁ ଲୋକଙ୍କର ଅଧିକ ଝାଳ ବାହାରିଥାଏ, ସେମାନଙ୍କୁ ମଶା ଅଧିକ କାମୁଡ଼ି’ଥାନ୍ତି।

mosquitoesଗର୍ଭବତୀଙ୍କୁ ଅଧିକ କାମୁଡ଼ନ୍ତି

ଏକ ରିସର୍ଚ୍ଚ ଅନୁସାରେ, ସାଧାରଣ ମହିଳାଙ୍କୁ ତୁଳନାରେ ଗର୍ଭବତୀ ମହିଳାଙ୍କୁ ମଶା ଅଧିକ କାମୁଡ଼ି’ଥାନ୍ତି। ଜଣେ ସାଧାରଣ ମହିଳା ତୁଳନାରେ ଗର୍ଭବତୀ ମହିଳା ଅଧିକ କାର୍ବନ ଡାଇଅକ୍ସାଇଡ୍‌ ଛାଡିଥାନ୍ତି। ଏହି କାରଣରୁ ମଶା ଏମାନଙ୍କ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି।

ସେହିପରି ଅନ୍ୟ ଦିନ ତୁଳନାରେ ଗର୍ଭାବସ୍ଥାରେ ମହିଳାଙ୍କ ପେଟ ଅଧିକ ଗରମ ରହିଥାଏ। ଏହା ମଧ୍ୟ ମଶାଙ୍କୁ ଆକର୍ଷିତ କରିବାର ଅନ୍ୟ ଏକ କାରଣ ହୋଇଥାଏ।



from Odisha Reporter https://ift.tt/2MKlugC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages