
ପୁରୀ(ଓଡ଼ିଶା ରିପୋର୍ଟର): ଚିଲିକା ଉପରେ ‘ସି ପ୍ଲେନ୍’ ଉଡ଼ାଣ ମାମଲାରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଓ ହ୍ୟାଙ୍ଗରକୁ ପୁଲିସ୍ ସନ୍ଦେହରେ ସିଜ୍ କରିଛି। ଚିଲିକା ଉପରେ ବୈଜୟନ୍ତଙ୍କ ହେଲିକପ୍ଟର ଉଡ଼ିଛି କି ନାହିଁ ସେନେଇ ଏୟାରପୋର୍ଟ କର୍ତ୍ତୃପକ୍ଷ କି ଡିଜିସିଏଙ୍କ ଠାରୁ କୌଣସି ତଥ୍ୟ ପାଇନଥିବା ପୁରୀ ଏସ୍ପି ଡ. ସାର୍ଥକ ସଡ଼ଙ୍ଗୀ ବିଳମ୍ବିତ ରାତିରେ ଏକ ପ୍ରେସମିଟ୍ କରି କହିଛନ୍ତି।
ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ନେଇ ହେଲିକପ୍ଟର ଉଡ଼ାଣ କରିଥିଲା ବୋଲି ଏସ୍ପି ସୂଚନା ଦେଇଛନ୍ତି। ସିଡିଏ କର୍ତ୍ତୃପକ୍ଷଙ୍କ ଏତଲାକୁ ଭିତ୍ତି କରି ହେଲିକପ୍ଟର ଓ ହ୍ୟାଙ୍ଗର ସିଜ୍ କରାଯାଇଛି। ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କୁ ହେଲିକପ୍ଟର ବାବଦ ତଥ୍ୟ ମଗାଯାଇଛି। ଏନେଇ ଅଧିକ ତଥ୍ୟ ହାସଲ ପାଇଁ ଇମ୍ଫା ଏଭିଏସନ କର୍ତ୍ତୃପକ୍ଷଙ୍କୁ ଡକାଯାଇଛି। ତଦନ୍ତ ପରେ ସବୁ ସ୍ପଷ୍ଟ ହୋଇଯିବ ବୋଲି ସେ କହିଛନ୍ତି।
from Odisha Reporter https://ift.tt/2xru3Y1
No comments:
Post a Comment