କ୍ୟାନ୍‌ସର୍‌ ଦୂର କରେ ପାଚିଲା କଦଳୀ ଚୋପା ଚା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 8, 2018

କ୍ୟାନ୍‌ସର୍‌ ଦୂର କରେ ପାଚିଲା କଦଳୀ ଚୋପା ଚା’

banana

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଚିଲା କଦଳୀ ଖାଇ ସାରିବା ପରେ ଆମେ ଏହାର ଚୋପାକୁ ଫୋପାଡ଼ି ଦେଇଥାଉ। ତେବେ କଦଳୀ ଚୋପାକୁ ନଫୋପାଡ଼ି, ଆପଣ ଏହାକୁ ବିଭିନ୍ନ ରୋଗର ପ୍ରତିଷେଧକ ଭାବେ ବ୍ୟବହାର କରିପାରିବେ।

ଏକ ଗବେଷଣାରୁ ଜଣାପଡ଼ିଛି ଯେ ପାଚିଲା କଦଳୀ ପରି ଏହାର ଚୋପା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବହୁ ଉପକାରୀ। ଆଉ ପାଚିଲା କଦଳୀ ଚୋପାର ଚା’ ନିୟମିତ ପିଇବା ଦ୍ୱାରା ଶରୀରକୁ ବିଭିନ୍ନ ରୋଗରୁ ଆରୋଗ୍ୟ ମିଳିଥାଏ। ଏପରିକି ଏହି ଚା’ ଶରୀରରେ କ୍ୟାନ୍‌ସର୍‌ ହେବାର ଆଶଙ୍କାକୁ ମଧ୍ୟ ହ୍ରାସ କରିଥାଏ।

କଦଳୀ ଚୋପାରେ କ’ଣ ରହିଛି?

ପାଚିଲା କଦଳୀ ଚୋପାରେ ପୋଟାସିୟମ୍‌ର ମାତ୍ରା ଅଧିକ ଥାଏ। ଏହାବ୍ୟତୀତ ଏଥିରେ ଭିଟାମିନ୍‌ ବି-୬ ଏବଂ ଭିଟାମିନ୍‌ ବି-୧୨ ପ୍ରଚୂର ପରିମାଣରେ ରହିଛି। ଏହା ସହ ମ୍ୟାଗ୍ନେସିୟମ୍‌ ଓ ଫାଇବର୍‌ ମଧ୍ୟ ରହିଛି । କଦଳୀ ଚୋପାରେ ଲୁଟେନିନ୍‌ ରହିଛି, ଯାହା ଏକ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ୍‌।

କେଉଁ ରୋଗ ଭଲ କରେ କଦଳୀ ଚୋପାର ଚା’, ଜାଣନ୍ତୁ

କଦଳୀ ଚୋପାରେ ପ୍ରସ୍ତୁତ ଆୟୁର୍ବେଦିକ୍‌ ଚା’ ପ୍ରତିଦିନ ପିଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ। ପାଚିଲା କଦଳୀ ଚୋପାରେ ପୋଟାସିୟମ୍‌ର ମାତ୍ରା ଅଧିକ ଥିବାରୁ, ଏହି  ଚା’ ପିଇବା ଦ୍ୱାରା ବ୍ଲଡ୍‌ ପ୍ରେସର୍‌ ନିଯନ୍ତ୍ରିତ ହେବା ସହ ହୃଦ୍‌ରୋଗ ହେବାର ଆଶଙ୍କା ମଧ୍ୟ କମ୍‌ ହୋଇଥାଏ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି,  କଦଳୀ ଚୋପାରେ ଥିବା ପୋଟାସିୟମ୍‌ ଏବଂ ମ୍ୟାଗ୍ନେସିୟମ୍‌ ତତ୍ତ୍ୱ ସ୍ନାୟୁଗୁଡ଼ିକୁ ଆରାମ ଦେବା ପାଇଁ ସହାୟକ ହେଉଥିବାରୁ ଏଥିରେ ପ୍ରସ୍ତୁତ. ଚା’ ପିଇଲେ, ଆପଣଙ୍କର ନିଦ ଭଲ ହେବ।

ଗବେଷଣାରୁ ଜଣାପଡ଼ିଛି, କଦଳୀ ଚୋପାରେ Pypholololles ଏବଂ Carotenoids ପରି ଫିଟୋକେମିକାଲସ୍‌ (Phytochemicals) ରହିଛି। ଏହା ଏପରି ଦୁଇ ଆଣ୍ଟିଅକ୍ସିଡାଣ୍ଟ୍‌, ଯାହା କ୍ୟାନ୍‌ସର୍‌ ସେଲ୍ ସହିତ ଲଢ଼ିବାରେ ଶରୀରକୁ ସାହାଯ୍ୟ କରିଥା’ନ୍ତି। ଏଣୁ କଦଳୀ ଚୋପାରେ ପ୍ରସ୍ତୁତ ଚା’ ଶରୀରରେ କ୍ୟାନ୍‌ସର୍‌ ହେବାର ଆଶଙ୍କାକୁ ମଧ୍ୟ କମ୍‌ କରିଥାଏ।

କଦଳୀ ଚୋପା ଚା’ ପାଇଁ ଆବଶ୍ୟକ ସାମଗ୍ରୀ

ପାଚିଲା କଦଳୀ ଚୋପା, ଡାଲଚିନି ଗୁଣ୍ଡ ଏବଂ ଏକ ଚାମଚ ମହୁ

କିପରି ପ୍ରସ୍ତୁତ କରିବେ କଦଳୀ ଚୋପା ଚା’

ପ୍ରଥମେ କଦଳୀ ଚୋପାକୁ ଧୋଇ ରଖନ୍ତୁ।  ଗୋଟିଏ ପାତ୍ରରେ ପାଣି ଗରମ କରି ସେଥିରେ ପାଚିଲା କଦଳୀର ଚୋପା ପକାନ୍ତୁ। ପାଣିରେ ଚୋପାକୁ ୭ରୁ ୮ ମିନିଟ୍‌ ଯାଏ ଅଳ୍ପ ଆଞ୍ଚରେ ଫୁଟାନ୍ତୁ। ପାଣି ଫୁଟିଯିବା ପରେ ଏଥିରେ ଡାଲଚିନି ଗୁଣ୍ଡ ପକାଇ ଗ୍ୟାସ୍‌ ବନ୍ଦ କରିଦିଅନ୍ତୁ। ଏବେ ୩ମିନିଟ୍‌ ପର୍ଯ୍ୟନ୍ତ ଏହାକୁ ଘୋଡ଼ାଇ ରଖନ୍ତୁ ଏବଂ ପରେ ଏହାକୁ ଛାଣି ସ୍ୱାଦ ଅନୁସାରେ ମହୁ ମିଶାଇ ପିଅନ୍ତୁ।



from Odisha Reporter https://ift.tt/2NZ42X7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages