ଡିନର୍ ପାର୍ଟିରେ ପରଷନ୍ତୁ ‘କ୍ରିମ୍ ଚିକେନ୍‌’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 8, 2018

ଡିନର୍ ପାର୍ଟିରେ ପରଷନ୍ତୁ ‘କ୍ରିମ୍ ଚିକେନ୍‌’

Cream.Chicken

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଚିକେନ୍‌ ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। ଚିକେନ୍‌ରେ ପ୍ରସ୍ତୁତ ବିଭିନ୍ନ ରେସିପି ମଧ୍ୟ ଖୁବ୍‌ ଟେଷ୍ଟି ହୋଇଥାଏ।

ଆଜି ଆମେ ଆପଣଙ୍କୁ ଏକ ଚିକେନ୍ ରେସିପି ‘କ୍ରିମ୍‌ ଚିକେନ୍‌’ର ପ୍ରସ୍ତୁତି ପ୍ରଣାଳୀ ଶିଖାଇବୁ। ଏହା ଥରେ ଖାଇଲେ, ଆପଣ ପୁଣି ଥରେ ଏହା ଖାଇବାକୁ ନିଶ୍ଚୟ ଇଚ୍ଛା କରିବେ। ଆଉ ଯଦି ଆପଣଙ୍କ ଘରେ ଡିନର୍ ପାର୍ଟିର ଆୟୋଜନ କରୁଛନ୍ତି, ଏହି ଚିକେନ୍‌ ରେସିପି କରିବାକୁ ଆଦୌ ଭୁଲନ୍ତୁ ନାହିଁ।

ସାମଗ୍ରୀ: ଚିକେନ୍, ଡାଲଚିନି, ଲବଙ୍ଗ, ଅଳେଇଚ, ଗୋଲମରିଚ, ଅଦା ରସୁଣ ପେଷ୍ଟ, ଧନିଆ ପାଉଡର୍‌, ଜୀରା ଗୁଣ୍ଡ, କସ୍ତୁରୀ ମେଥି, ଧନିଆ ପତ୍ର, କାଜୁ ପେଷ୍ଟ, କ୍ରିମ୍‌, ପାଣି ଓ ସ୍ୱାଦ ଅନୁସାରେ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ସମସ୍ତ ମସଲା ସାମଗ୍ରୀକୁ ପକାଇ ପରେ ଚିକେନ୍‌କୁ ମିଶାଇ ପାଣିରେ ଫୁଟାନ୍ତୁ। ଚିକେନ୍ ଫୁଟିଯିବା ପରେ ଏହାକୁ ଓହ୍ଲାଇ ଦିଅନ୍ତୁ। ଏବେ ଗୋଲମରିଚ, ଅଳେଇଚ, ଲବଙ୍ଗ ଓ ଡାଲଚିନିକୁ ଗୁଣ୍ଡ କରନ୍ତୁ। ଗ୍ୟାସ୍‌ ଚୂଲାରେ ଏକ କଡ଼େଇ ବସାଇ ତେଲ ଗରମ କରନ୍ତୁ। ଏଥିରେ ଅଦା-ରସୁଣ ପେଷ୍ଟ, ଧନିଆ, ଜୀରା ଓ ଲୁଣ ଦେଇ ହାଲ୍‌କା ଘାଣ୍ଟନ୍ତୁ। କିଛି ସମୟ ଘାଣ୍ଟିବା ପରେ ସେଥିରେ କସ୍ତୁରୀ ମେଥି ଓ ଅଳ୍ପ ପାଣି ଦେଇ ଆଉ କିଛି ସମୟ ଛାଡ଼ି ଦିଅନ୍ତୁ। ଏହାପରେ କଟା ହୋଇଥିବା ଧନିଆ ପତ୍ର ଓ କାଜୁ ପେଷ୍ଟ୍‌ ପକାନ୍ତୁ। ଏବେ ପାଣିରେ ଗରମ ହୋଇଥିବା ଚିକେନ୍‌କୁ ଆଣି ଏହି ମିଶ୍ରଣରେ ପକାନ୍ତୁ। ସେଥିରେ ଗରମ ମସଲା ଓ କ୍ରିମ୍‌ ପକାଇ ଭଲ ଭାବେ ଘାଣ୍ଟି ଦିଅନ୍ତୁ। ଏବେ ହାଲ୍‌କା ଆଞ୍ଚରେ ୨୦ ମିନିଟ୍ ପର୍ଯ୍ୟନ୍ତ ଏହାକୁ ସିଝିବାକୁ ଦିଅନ୍ତୁ।  ଚିକେନ୍ ସିଝି ଯିବା ପରେ ଗୋଲମରିଚ ଓ ଅଳେଇଚ ଗୁଣ୍ଡ ଏଥିରେ ମିଶାଇ ପରଷନ୍ତୁ ଟେଷ୍ଟି ‘କ୍ରିମ୍ ଚିକେନ୍‌’।



from Odisha Reporter https://ift.tt/2oPrACO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages