
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଏବେ ନିତିଦିନିଆ ଜୀବନରେ ସ୍ମାର୍ଟ ଫୋନ୍ର ବ୍ୟବହାର ଯଥେଷ୍ଟ ବଢ଼ିଯାଇଛି। ପରିସ୍ଥିତି ଏପରି ହୋଇଗଲାଣି ଯେ, ସ୍ମାର୍ଟ ଫୋନ୍ ବ୍ୟବହାରକାରୀମାନେ ଏହାକୁ ଅଳ୍ପ ସମୟ ପାଇଁ ମଧ୍ୟ ନିଜଠାରୁ ଦୂରେଇ ରଖିବାର ମୁଡ୍ରେ ନାହାନ୍ତି।
ହେଲେ ସାବଧାନ ! ଗୋଟିଏ କଥା ଜାଣି ରଖନ୍ତୁ, ସ୍ମାର୍ଟ ଫୋନ୍ ଦୀର୍ଘ ସମୟ ଧରି ବ୍ୟବାହର କଲେ, ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ପଡ଼ିଥାଏ। ଏମିତି କି, ଏହାର ବ୍ୟବହାର ଆପଣଙ୍କ ଚର୍ମ ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଇଥାଏ।
ଜଣାଶୁଣା ଚର୍ମରୋଗ ବିଶେଷଜ୍ଞ ଡାକ୍ତର କିରନ୍ ଲୋହିଆ ନିକଟରେ ଏସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ନିଜ ଇନ୍ଷ୍ଟାଗ୍ରାମ୍ରେ ଶେୟାର୍ କରିଛନ୍ତି। ଆଉ ଲେଖିଛନ୍ତି, ‘ସ୍ମାର୍ଟ ଫୋନ୍ ଚର୍ମ ପାଇଁ କ୍ଷତିକାରକ’।
ଡାକ୍ତର କିରନ୍ଙ୍କ ମତରେ, ଯେଉଁ ଲୋକମାନେ ଅଧିକ ସମୟ ଧରି ସ୍ମାର୍ଟ ଫୋନ୍ ବ୍ୟବହାର କରିଥା’ନ୍ତି, ସେମାନଙ୍କୁ ‘ସ୍ମାର୍ଟ ଫୋନ୍ ଫେସ୍’ ବୋଲି କୁହାଯାଏ। କଥା ହେଉଥିବା ବେଳେ ମୁଣ୍ଡ ତଳକୁ କରି କଥା ହେବାର ଶୈଳୀକୁ ସେ ଏଭଳି ନାମକରଣ କରିଛନ୍ତି।
ସ୍ମାର୍ଟ ଫୋନ୍ର ବିକିରଣ ରଶ୍ମୀ ଚର୍ମକୁ ଢିଲା କରିବା ସହିତ ଚର୍ମରେ କୁଞ୍ଚନ ସୃଷ୍ଟି କରିଥାଏ। ଯାହାର ପ୍ରଭାବରେ ଆଖି ଭିତରକୁ ପସିଯିବା ସହ ଆଖି ତଳେ କଳା ଦାଗ ମଧ୍ୟ ସୃଷ୍ଟି ହୁଏ।
ଏହା ବ୍ୟତୀତ ଏକା ସଙ୍ଗରେ ଅନେକ କାମ କରିବା ପାଇଁ ଅଧିକାଂଶ ସମୟରେ ଲୋକେ ଫୋନ୍ରେ କଥା ହେବା ବେଳେ ଏହାକୁ ଗାଲରେ ଲଗାଇ ରଖିଥା’ନ୍ତି। ଯାହା ଚର୍ମ ସଂସ୍ପର୍ଶରେ ଆସି ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ।
ଏପରିକି ଫୋନ୍କୁ କାନରେ ଚାପି ମୁଣ୍ଡ ତଳକୁ କରି ଲୋକେ ଅନ୍ୟ କାମସବୁ କରୁଥିବା ଦେଖିବାକୁ ମିଳିଥାଏ। ଯାହା ଫଳରେ ଫୋନ୍ ଗରମ ହେବା ସହିତ ଆପଣଙ୍କ ଚର୍ମରେ ଦାଗ ଏବଂ ବ୍ରଣ ସୃଷ୍ଟି ହୋଇଥାଏ।
ସେଥିପାଇଁ ଡାକ୍ତର କିରନ୍ଙ୍କ ମତରେ, ତ୍ୱଚାକୁ ସୁନ୍ଦର ଏବଂ ଦାଗମୁକ୍ତ ରଖିବା ପାଇଁ ସ୍ମାର୍ଟ ଫୋନ୍କୁ ନିଜ ଚର୍ମଠାରୁ ଦୂରେଇ ରଖନ୍ତୁ।
from Odisha Reporter https://ift.tt/2NcR3Eh
No comments:
Post a Comment