ଓଭର୍‌ସାଇଜ୍‌ ସୁଟ୍‌ ପିନ୍ଧି ଟ୍ରଲ୍‌ ହେଲେ ସୋନମ୍‌ କପୁର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 3, 2018

ଓଭର୍‌ସାଇଜ୍‌ ସୁଟ୍‌ ପିନ୍ଧି ଟ୍ରଲ୍‌ ହେଲେ ସୋନମ୍‌ କପୁର୍‌

sonam1

ମୁମ୍ବାଇ(ଓଡ଼ିଶା ରିପୋର୍ଟର୍‌): ସୋନମ କପୁର୍‌ଙ୍କୁ ବଲିଉଡ୍‌ର ‘ଫ୍ୟାଶନ୍‌ ଡିଭା’ କୁହାଯାଏ। ସେ ସବୁବେଳେ ନିଜର ନୂଆ ଓ ନିଆରା ଡିଜାଇନ୍‌ର ଡ୍ରେସ୍‌ ପାଇଁ ଚର୍ଚ୍ଚାରେ ଥାଆନ୍ତି। ତେବେ ନିକଟରେ ସେ ନିଜ ଡ୍ରେସ୍‌ ପାଇଁ ସୋଶାଲ୍‌ ମିଡିଆରେ ଟ୍ରଲ୍‌ର ଶିକାର ହୋଇଛନ୍ତି।

ସ୍କ୍ରିନ୍‌ ମାର୍କେଟ୍‌ ୱେଲ୍‌କମ୍ ଡିନର୍‌ର ‘ଜିଓ ମାମୀ ନର୍ଡ’ର ତୃତୀୟ ସଂସ୍କରଣରେ ସୋନମ୍ କପୁର୍‌ ଭାଗ ନେଇଥିଲେ। ସେ ସେଥିରେ ଏକ ଓଭର୍‌ସାଇଜ୍‌ ସୁଟ୍‌ ପିନ୍ଧିଥିଲେ। ଚିକ୍‌ ପୋଷାକ ସହ, ହୁପ୍‌ କାନଫୁଲ ଓ ବ୍ରାଇଟ୍‌ ପିଙ୍କ୍‌ କଲର୍‌ ଲିପ୍‌ଷ୍ଟିକ୍‌ ତାଙ୍କୁ ଖୁବ୍‌ ମାନୁଥିଲା।

sonam2ସୋନମ୍‌ ଏହି ଲୁକ୍‌ରେ ଖୁବ୍‌ ଷ୍ଟନିଂ ଦେଖାଯାଉଥିଲେ। କିନ୍ତୁ ଯେତେବେଳେ ସୋନମ୍‌ଙ୍କ ଭଉଣୀ ରିୟା ତାଙ୍କର ଏହି ଫଟୋକୁ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଥିଲେ, କେତେକ ୟୁଜର୍ସ ସୋନମ୍‌ଙ୍କ ଡ୍ରେସ୍‌କୁ ପ୍ରଶଂସା କରିଥିବାବେଳେ ଆଉ କେତେକ ଏହାକୁ ସମାଲୋଚନା ମଧ୍ୟ କରିଥିଲେ।

sonam3ଆଉ କିଛି ୟୁଜର୍ସ ସୋନମ୍‌ଙ୍କୁ ଏପରି ଓଭର୍‌ସାଇଜ୍‌ ଡ୍ରେସ୍‌ରେ ଦେଖି ତାଙ୍କୁ ପାଗଳ ଓ ଭୟଙ୍କର ବୋଲି କମେଣ୍ଟ୍‌ସ ଦେଇଥିଲେ। ଜଣେ ୟୁଜର୍‌ ଏହି ସୁଟ୍‌ ବାପା ଅନୀଲଙ୍କର ନୁହେଁ, ବରଂ ବଡ଼ବାପା ବୋନି କପୁର୍‌ଙ୍କର ବୋଲି ଲେଖିଥିଲେ।

ଏପରିକି ସୋନମ୍‌ଙ୍କ ଭାଇ ଅର୍ଜୁନ୍‌ କପୁର ଟ୍ୱିଟ୍‌ କରିଥିଲେ, “ମୋ ସୁଟ୍‌ ଫେରାଅ”।



from Odisha Reporter https://ift.tt/2NfwMOe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages