‘ଦେଶର ସବୁଠାରୁ ବଡ଼ ବୋକା ରାହୁଲ ଗାନ୍ଧି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 6, 2018

‘ଦେଶର ସବୁଠାରୁ ବଡ଼ ବୋକା ରାହୁଲ ଗାନ୍ଧି’

rahul-gandhi

ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଉପରେ ବର୍ଷିଛନ୍ତି। ଗତକାଲି ତେଲେଙ୍ଗାନା ବିଧାନସଭା ଭାଙ୍ଗିବା ପରେ ଏକ ସାମ୍ୱାଦିକ ସମ୍ମିଳନୀରେ ସେ ରାହୁଲଙ୍କୁ ଟାର୍ଗେଟ୍ କରିଥିଲେ।

ସେ କହିଥିଲେ,“ସମସ୍ତେ ଜାଣନ୍ତି ରାହୁଲ ଗାନ୍ଧି କିଏ? ସେ ଦେଶର ସବୁଠାରୁ ବଡ଼ ବୋକା। ସାରା ଦେଶ ଦେଖିଛି, ସେ କିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଗଲେ, ଆଉ ତାଙ୍କୁ ଆଲିଙ୍ଗନ କଲେ। ଏହାପରେ ସେ କିପରି ମୋଦିଙ୍କୁ ଆଖି ମାରିଲେ।

telanganaଚନ୍ଦ୍ରଶେଖର ରାଓ କହିଥିଲେ,“ ରାହୁଲ ଆମ (ଟିଆର୍‌ଏସ୍‌) ପାଇଁ ସମ୍ପତ୍ତି। ସେ ଯେତେଥର ତେଲେଙ୍ଗାନା ଆସିବେ, ଆମେ ସେତେ ଅଧିକ ଆସନରେ ବିଜୟୀ ହେବୁ।”

ସେ ଆହୁରି କହିଥିଲେ,“ରାହୁଲ ଗାନ୍ଧିଙ୍କୁ କଂଗ୍ରେସର ଦିଲ୍ଲୀ ରାଜ୍ୟଟି ଉତ୍ତରାଧିକାରୀ ସୂତ୍ରରେ ମିଳିଛି…। ସେ କଂଗ୍ରେସର ଦିଲ୍ଲୀ ସାମ୍ରାଜ୍ୟର ଉତ୍ତରାଧିକାରୀ…। ତେଣୁ ମୁଁ ଲୋକଙ୍କୁ ଅନୁରୋଧ କରୁଛି ଯେ କଂଗ୍ରେସର ଓ ଦିଲ୍ଲୀର କ୍ରୀତଦାସ ହୁଅନ୍ତୁ ନାହିଁ…।  ତେଲେଙ୍ଗାନାର ନିର୍ଣ୍ଣୟ ତେଲେଙ୍ଗାନାରେ ହେବା ଆବଶ୍ୟକ।”

ଆଗାମୀ ବିଧାନସଭା ନିର୍ବାଚନରେ ତାଙ୍କ ଦଳ ଏକକୀ ଲଢ଼ିବ ବୋଲି ଚନ୍ଦ୍ରଶେଖର ରାଓ କହିଛନ୍ତି।



from Odisha Reporter https://ift.tt/2M6yvAJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages