
କାମାକ୍ଷାନଗର (ରାକେଶ ଦେହୁରୀ): ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ନୂଆ ଭୁବନ ଗାଁରେ ଗ୍ୟାସ୍ ସିଲିଣ୍ଡରରୁ ନିଆଁ ଲାଗି ଯିବାରୁ ଜଣେ ମହିଳା ଓ ତାଙ୍କ ଝିଅ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।
ମୃତକ ଦ୍ୱୟ ହେଲେ ମମତା ପୋଥାଳ ଓ ତାଙ୍କ ଝିଅ ଜ୍ୟୋତ୍ସ୍ନାମୟୀ। ମମତାଙ୍କ ସ୍ୱାମୀ ଦୁର୍ଯ୍ୟୋଧନ ଆହତ ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରୁ ସିଲିଣ୍ଡରରୁ ଗ୍ୟାସ୍ ଲିକ୍ ହୋଇଥିଲା। ଆଜି ସକାଳେ ଜୋତ୍ସ୍ନାମୟୀ ଚା’ କରିବା ପାଇଁ ଦିଆସିଲି ମାରିବା ମାତ୍ରେ ନିଆଁ ଲାଗି ଯାଇଥିଲା। ପାଖରେ ମମତା ଥିଲେ। ଝିଅକୁ ବଞ୍ଚାଇବାକୁ ଯାଇ ସେ ବି ଜଳି ଯାଇଥିଲେ। ସେହିପରି ସେମାନଙ୍କୁ ବଞ୍ଚାଇବାକୁ ଯାଇ ଦୁର୍ଯ୍ୟୋଧନ ଆହତ ହୋଇଛନ୍ତି।
ଭୁବନ ପୁଲିସ୍ ଘଟଣାର ତଦନ୍ତ କରୁଛି।
from Odisha Reporter https://ift.tt/2MQV2Hf
No comments:
Post a Comment