ଚୁଟି ଝଡ଼ିବା ସମସ୍ୟାର ସମାଧାନ ଚାହୁଁଛନ୍ତି କି, ଆପଣାନ୍ତୁ ଏହି ସବୁ ଉପାୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 18, 2018

ଚୁଟି ଝଡ଼ିବା ସମସ୍ୟାର ସମାଧାନ ଚାହୁଁଛନ୍ତି କି, ଆପଣାନ୍ତୁ ଏହି ସବୁ ଉପାୟ

ଭୁବନେଶ୍ୱର: ଆଜିକାଲି ଚୁଟି ଝଡ଼ିବା ଅନେକଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ହୋଇଗଲାଣି। ବୟସ ଥାଉ ଥାଉ କେତେକ ବ୍ୟକ୍ତି ଚନ୍ଦା ହୋଇ ଯାଉଛନ୍ତି। ଫଳରେ କମ୍‌ ବୟସରେ ବୃଦ୍ଧାବସ୍ଥାର ଭ୍ରମ ସୃଷ୍ଟି ହେଉଛି । ତେବେ ଏହି ଚୁଟି ଝଡ଼ିବାର ମୁଖ୍ୟ କାରଣ ହେଉଛି, ପୃଷ୍ଟିସାର ଖାଦ୍ୟ କମ୍‌ ଖାଇବା। ଏହା ସହ ବଜାରରେ ମିଳୁଥିବା ବିଭିନ୍ନ କେମିକାଲ ପ୍ରଡକ୍ଟସ୍‌ ଚୁଟି ପାଇଁ ହାନିକାରକ ହେଉଛି। ଏସବୁ ସାମଗ୍ରୀ ଲଗାଇବା ଦ୍ୱାରା ମୂଳ ଦୁର୍ବଳ ହେବା ସହ ଚୁଟି ଝଡ଼ି ଯାଉଛି। ଯଦି ଆପଣ ସେମିତି ସମସ୍ୟାରେ ପଡ଼ିଛନ୍ତି, ତେବେ ଚିନ୍ତା କରନ୍ତୁ ନାହିଁ। ଆଜି ଆମେ ଆପଣଙ୍କୁ କିଛି ଚମତ୍କାରୀ ଉପାୟ ବିଷୟରେ କହିବୁ, ଯାହା ଆପଣଙ୍କ କେଶ ଝଡ଼ିବା ଭଳି ସମସ୍ୟାର ସମାଧାନ କରିପାରେ।

୧-ଡାଲି: ଏଥିରେ ଭିଟାମିନ୍‌ ବି’ ଏବଂ ଆଣ୍ଟିଅକ୍ସିଡାଣ୍ଟ୍‌ର ମାତ୍ରା ଅଧିକ । ସେହିପରି ଡାଲିରେ ଥିବା ଡାଇଟାରୀ ଫାଇବର୍‌ ମଧ୍ୟ ଶରୀର ପାଇଁ ବେଶ୍‌ ଉପକାରୀ। ଡାଲିରେ ଥିବା ଭିଟାମିନ୍‌ ଚୁଟିକୁ ମଜବୁତ ରଖିବାରେ ସହାୟକ ହୋଇଥାଏ।

୨- ଭିଟାମିନ୍‌ ବି-କମ୍ପ୍ଲେକ୍ସ: ଏହା ଶରୀର ପାଇଁ ବେଶ୍‌ ଉପଯୋଗୀ। ଭିଟାମିନ୍‌ ବି-କମ୍ପ୍ଲେକ୍ସ ମସ୍ତିଷ୍କକୁ କ୍ରିୟାଶୀଳ କରେ। ମାଛ, ମାଂସ ଓ ଅଣ୍ଡାରେ ଭିଟାମିନ୍‌ ବି-କମ୍ପ୍ଲେକ୍ସ ପ୍ରଚୁର ପରିମାଣରେ ରହିଥାଏ । ସେହିପରି କ୍ଷୀର,ପନିର,ସୋୟା, ଆଳୁ, ଗାଜର,ମୂଳା ଓ ବିଟ୍‌ରେ ଭିଟାମିନ୍‌ ବି-କମ୍ପ୍ଲେକ୍ସ ପ୍ରଚୁର ଥାଏ। ଏହାକୁ ଡାଏଟ୍‌ରେ ସାମିଲ୍‌ କଲେ ଚୁଟି ଝଡ଼ିବାର ଆଶଙ୍କା କମ୍‌ ରୁହେ।

୩-ଦୁଗ୍ଧଜାତୀୟ ଖାଦ୍ୟ: ଏଥିରେ ପ୍ରୋଟିନ୍‌, କ୍ୟାଲ୍‌ସିୟମ୍‌ ଏବଂ ରାଇବୋଫ୍ଲୋବିନ (ଭିଟାମିନ ବି-୨) ଯୁକ୍ତ ହୋଇଥାଏ । ଏହା ଛଡ଼ା ଦୁଗ୍ଧଜାତୀୟ ଖାଦ୍ୟରେ ଭିଟାମିନ୍‌ ଏ’, ଡି’, କେ’ ଏବଂ ଈ’ ସହିତ ଫସ୍‌ଫରସ୍‌, ମ୍ୟାଗ୍ନେସିୟମ୍‌ ଓ ଆୟୋଡିନ ପରି କିଛି ଦ୍ରବ୍ୟ ରହିଥାଏ, ଯାହା ଆପଣ ନିୟମିତ ଖାଇଲେ ଚୁଟି ଝଡ଼ିବା ସମସ୍ୟାରୁ ମୁକୁଳି ପାରିବେ।

୪- ରାଶି ତେଲ: ଯଦି ଆପଣଙ୍କର ଅତ୍ୟଧିକ ଚୁଟି ଝଡ଼ୁଛି, ତେବେ ରାଶି ତେଲକୁ ଚୁଟି ମୂଳରେ ଲଗାଇ ମାଲିସ୍‌ କରନ୍ତୁ। ଏହା ଆପଣଙ୍କ ଚୁଟିକୁ ମଜବୁତ ରଖିବ।

୫- ପ୍ରୋଟିନ୍: ଆମିଷଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଚୁଟିମୂଳ ଅଧିକ ମଜବୁତ୍‌ ରହିଥାଏ। ମାଂସ ଓ ଅଣ୍ଡାରେ ପ୍ରଚୁର ମାତ୍ରାରେ ପ୍ରୋଟିନ୍ ରହିଛି। ଅଣ୍ଡାରେ ୧୧ରୁ ୧୪ ପ୍ରତିଶତ ପ୍ରୋଟିନ୍ ରହିଥିବା ବେଳେ ୧୦୦ ଗ୍ରାମ୍ ମାଂସରେ ୨୦ରୁ ୨୨ ଗ୍ରାମ୍‌ ପ୍ରୋଟିନ୍‌ ରହିଛି।



from Odisha Reporter https://ift.tt/2NjWimh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages