
ନୂଆଦିଲ୍ଲୀ: ଦିଲ୍ଲୀର ସୀମାପୁରୀ ଅଞ୍ଚଳରେ ଜଣେ ୨୧ ବର୍ଷୀୟ ଯୁବକ ବର୍ବରତାର ସବୁ ସୀମା ଟପି ଯାଇଛି। ସେ ଏଠାରେ ଥିବା ଏକ ପାର୍କରେ ଜଣେ ୭ ବର୍ଷୀୟ ଶିଶୁଙ୍କୁ ଦୁଷ୍କର୍ମ କରିବା ସହ ତା’ ଗୁପ୍ତାଙ୍ଗରେ ପାଣି ପାଇପ୍ ପୂରାଇ ହତ୍ୟା କରିବାକୁ ଚେଷ୍ଟା କରିଛି। ତେବେ ସୌଭାଗ୍ୟବଶତଃ ଝିଅଟି ଅଳ୍ପକେ ରକ୍ଷା ପାଇଯାଇଛି। ତେବେ ତା’ ଅବସ୍ଥା ଏବେ ବି ସଙ୍କଟାପନ୍ନ ରହିଛି।
ସୋମବାର ରାତି ପ୍ରାୟ ୧୦.୩୦ରେ ଝିଅଟି ଘର ବାହାରେ ବୁଲାବୁଲି କରୁଥିଲା। ଏହି ସମୟରେ ପଡ଼ୋଶୀ ଭାବେ ରହୁଥିବା ଜଣେ ୨୧ ବର୍ଷୀୟ ଯୁବକ ତାଙ୍କୁ ଡିଏଲ୍ଏଫ୍ ଚୌକଠାରେ ଥିବା ଏକ ବୁଦା ମୂଳକୁ ନେଇ ଦୁଷ୍କର୍ମ କରିଥିଲା ବୋଲି ପୀଡ଼ିତାଙ୍କ ମା’ ଅଭିଯୋଗ କରିଛନ୍ତି।
ଘଟଣା ପରେ ପୀଡ଼ିତା ଜଣଙ୍କ ରକ୍ତାକ୍ତ ଅବସ୍ଥାରେ ଘରକୁ ଫେରି ମା’ଙ୍କୁ ସବୁ କଥା କହିବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା। ପୀଡ଼ିତାଙ୍କ ମା’ଙ୍କ ଅଭିଯୋଗକୁ ଆଧାର କରି ପୁଲିସ୍ ବିଭିନ୍ନ ଦଫାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଦିଲ୍ଲୀ ମହିଳା କମିଶନର୍ ସ୍ୱାତୀ ମାଲିୱାଲ ଟ୍ୱିଟ୍ କରି ଘଟଣାର ତୀବ୍ର ନିନ୍ଦା କରିବା ସହ କଠୋର କାଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେ କହିଛନ୍ତି, ଯୁବକ ଜଣଙ୍କ ଝିଅଟିକୁ ପାର୍କକୁ ନେବା ପରେ ତା’ର ଗୁପ୍ତାଙ୍ଗରେ ପାଣି ପାଇପ୍ ଭର୍ତ୍ତି କରିଦେଇଥିଲା। ଏହାପରେ ଯୁବକ ଜଣଙ୍କ ଶିଶୁଟିକୁ ଦୁଷ୍କର୍ମ କରିଥିଲା। ପୀଡ଼ିତାଙ୍କୁ ଏବେ ଗୁରୁ ତେଗ ବାହାଦୂର ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
from Odisha Reporter https://ift.tt/2D97i1a
No comments:
Post a Comment