କୁକୁର, ବିଲେଇ ମାଂସ ଖାଇଲେ ୩,୫୦,୦୦୦ ଟଙ୍କା ଫାଇନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 13, 2018

କୁକୁର, ବିଲେଇ ମାଂସ ଖାଇଲେ ୩,୫୦,୦୦୦ ଟଙ୍କା ଫାଇନ୍‌

ନୂଆଦିଲ୍ଲୀ: ଆମେରିକାର ହାଉସ୍‌ ଅଫ୍‌ ରିପ୍ରେଜେନ୍‌ଟେଟିଭ୍‌  ପକ୍ଷରୁ ବୁଧବାର ଏକ ବିଲ୍‌ ପାସ ହୋଇଛି। ଏଥିରେ ମଣିଷ ଖାଦ୍ୟ ଭାବେ କୁକୁର ଏବଂ ବିଲେଇକୁ ହତ୍ୟା କରିବାକୁ ବାରଣ କରାଯାଇଛି । ଯଦି କେହି କୁକୁର ଏବଂ ବିଲେଇକୁ ହତ୍ୟା କରନ୍ତି ତେବେ ୫୦୦ ଆମେରିକୀୟ ଡଲାର ଜରିମାନା କରାଯିବ। ଯାହା ଭାରତୀୟ ମୁଦ୍ରାରେ 3,50,000 ଟଙ୍କା ହେବ। ମୁଖ୍ୟତଃ କୁକୁର ଏବଂ ବିଲେଇ ମାଂସକୁ ଖାଇଲେ ଏମିତି ତଣ୍ଡ ଗଣିବାକୁ ପଡ଼ିବ।  ଏନେଇ କୁକୁର ଏବଂ ବିଲେଇ ମାଂସକୁ ବାରଣ ନେଇ ଏକ ବିଲ୍‌ ପାସ କରାଯାଇଛି।

ଖାଲି ସେତିକି ନୁହଁ କୁକୁର ଓ ବିଲେଇ ମାଂସକୁ ବହୁଳ ଭାବେ ବ୍ୟବହାର କରୁଥିବା ଦେଶମାନଙ୍କୁ ମଧ୍ୟ ଏଥିପ୍ରତି ସମ୍ବେଦନଶୀଳ ହେବାକୁ ହାଉସ୍‌ ଅଫ୍‌ ରିପ୍ରେଜେନ୍‌ଟେଟିଭ୍‌ରେ ଏକ ପ୍ରସ୍ତାବ ପାରିତ ହୋଇଛି। ବିଶେଷ କରି ଚୀନ୍‌ ଓ ଦକ୍ଷିଣ କୋରିଆକୁ କୁକୁର ଓ ବିଲେଇ ମାଂସ ବ୍ୟବସାୟ ଉପରେ ରୋକ୍‌ ଲଗାଇ ପାଇଁ ଅନୁରୋଧ କରାଯିବ ବୋଲି ହାଉସ୍‌ ଅଫ୍‌ ରିପ୍ରେଜେନଟେଟିଭ୍‌ରେ ଆଲୋଚନା କରାଯାଇଛି।

କଂଗ୍ରେସର ଜଣେ ସଦସ୍ୟ କଲାଉଡିଆ ଟେନି କହିଛନ୍ତି ଯେ, ଦିନକୁ ଦିନ କୁକୁରଙ୍କ ସଂଖ୍ୟା କମୁଥିବାରୁ ପରିବେଶରେ ଏକ ଜୈବିକ ଅସନ୍ତୁଳନ ସୃଷ୍ଟି ହେଉଛି। ସେ କହିଛନ୍ତି ଯେ, ଚୀନ୍‌ରେ ପ୍ରତି ବର୍ଷ କୋଟିଏ କୁକୁରଙ୍କୁ ହତ୍ୟା କରାଯାଉଛି। ମଣିଷ ନିଜ ରୁଚି ଆଉ ପସନ୍ଦ ପାଇଁ ପଶୁମାନଙ୍କୁ ହତ୍ୟା କରି ସେମାନଙ୍କ ପ୍ରତି କ୍ରୁର ଅତ୍ୟାଚାର କରୁଛି।

ତେଣୁ କୁକୁର ଓ ବିଲେଇମାନଙ୍କ ସୁରକ୍ଷା ପାଇଁ ଏମାନଙ୍କ ମାଂସ ବ୍ୟବସାୟ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଚୀନ୍‌, ଥାଇଲାଣ୍ଡ, ଭାରତ, ଦକ୍ଷିଣ କୋରିଆରେ ଆଇନ୍ ପାସ୍‌ କରିବା ପାଇଁ ଏଠାରେ ଆଲୋଚନା କରାଯାଇଥିଲା।

ସୌଜନ୍ୟ: ଏନ୍‌ଡିଟିଭି



from Odisha Reporter https://ift.tt/2Mn0w7u

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages