
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଧୁନିକ ଜୀବନଶୈଳୀରେ ମେକ୍ଅପ୍ ମହିଳାଙ୍କ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଅଧିକାଂଶ ମହିଳା ମେକଅପ୍ ନନେଲେ ଘରୁ ବାହାରିବାକୁ ପସନ୍ଦ କରନ୍ତି ନାହିଁ।
ମେକ୍ଅପ୍ରେ ମହିଳାମାନେ ବିଭିନ୍ନ ପ୍ରକାରର କସ୍ମେଟିକ୍ ପ୍ରଡକ୍ଟ ବ୍ୟବହାର କରିଥା’ନ୍ତି।
ତେବେ ସାବଧାନ ରୁହନ୍ତୁ, ଅଧିକ ମାତ୍ରାରେ କସମେଟିକ୍ ପ୍ରଡକ୍ଟର ବ୍ୟବହାର ଆପଣଙ୍କୁ ଭବିଷ୍ୟତରେ ବିପଦରେ ପକାଇପାରେ। ଏହି ପ୍ରଡକ୍ଟସବୁ ଆପଣଙ୍କୁ ଅସୁସ୍ଥ କରିବାରେ ପ୍ରମୁଖ ଭୂମିକା ନେଇଥା’ନ୍ତି। ଏକ ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି।
ଗବେଷଣାରୁ ଜଣାପଡ଼ିଛି, କସ୍ମେଟିକ୍ ପ୍ରଡକ୍ଟରେ ଥିବା କେମିକାଲ୍ ମହିଳାଙ୍କ ଶରୀରର ରିପ୍ରଡକ୍ଟିଭ୍ ହର୍ମୋନ୍ ଉପରେ ପ୍ରତିକୂଳ ଅର୍ଥାତ୍ ଖରାପ ପ୍ରଭାବ ପକାଇଥାଏ। ମେକ୍ଅପ୍ ସାମଗ୍ରୀସବୁ ମହିଳାଙ୍କ ହର୍ମୋନ୍ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଏହି ଗବେଷଣାରେ ଆହୁରି ମଧ୍ୟ ଜଣାପଡ଼ିଛି, ଯଦି ମହିଳାମାନେ କମ୍ ପରିମାଣରେ କସ୍ମେଟିକ୍ ପ୍ରଡକ୍ଟ ବ୍ୟବହାର କରିବେ, ତେବେ ରିପ୍ରଡକ୍ଟିଭ୍ ହର୍ମୋନ୍ ଉପରେ ଏହାର ପ୍ରଭାବ କମ୍ ପଡ଼ିଥାଏ।
ବିଶେଷଜ୍ଞ ଆହୁରି ମଧ୍ୟ କହିଛନ୍ତି, କୌଣସି ପ୍ରଡକ୍ଟ ବ୍ୟବହାର କରିବା ସମୟରେ ଏଥିରେ ଥିବା କେମିକାଲ୍ ସମ୍ପର୍କରେ ଭଲଭାବେ ଜାଣିବାକୁ ଚେଷ୍ଟା କରନ୍ତୁ।
ଗବେଷଣାରୁ ଏହା ମଧ୍ୟ ଜଣାପଡ଼ିଛି, ପ୍ରଦୂଷଣ ଯୋଗୁ ଚର୍ମ ଉପରେ ଯେତିକି ଖରାପ ପ୍ରଭାବ ପଡ଼ିଥାଏ, କସ୍ମେଟିକ୍ ପ୍ରଡକ୍ଟ ବ୍ୟବହାର ଦ୍ୱାରା ମଧ୍ୟ ଚର୍ମ ଉପରେ ସେତିକି କୁପ୍ରଭାବ ପଡ଼ିଥାଏ।
from Odisha Reporter https://ift.tt/2OaNhLZ
No comments:
Post a Comment