
ଉଦଳା(ମାନସ ପାଣି): ସାଙ୍ଗମାନଙ୍କ ସହ ତାସ୍ ଖେଳୁଥିଲେ। ଖେଳ ଚାଲିଥିବା ବେଳେ ଟଙ୍କା ନେଣଦେଣ ନେଇ ସାଙ୍ଗମାନଙ୍କ ସହିତ ତାଙ୍କର ବଚସା ହୋଇଥିଲା। ତା’ପରେ ମାତ୍ର ୪୦ ଟଙ୍କା ପାଇଁ ସାଙ୍ଗମାନେ ତଣ୍ଟି ଚିପି ତାଙ୍କୁ ମାରି ଦେଇଥିଲେ ଓ ମୃତଦେହକୁ ଜଙ୍ଗଲରେ ପୋତି ଦେଇଥିଲେ।
ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ପଠାଣପକ୍କା ଗାଁରେ ଘଟିଛି ଏହି ଘଟଣା। ମୃତକଙ୍କ ନାଁ ଚାମା ସିଜୋଇ।
ଚାମାଙ୍କ ଶବକୁ ପୁଲିସ୍ ଜବତ କରିଛି। ତା’ସହିତ ମୁଖ୍ୟ ଅଭିଯୁକ୍ତ ସୁରେନ୍ଦ୍ରକୁ ଗିରଫ କରିଛି। ଆଉ ଦୁଇ ଜଣ ଫେରାର ଅଛନ୍ତି।
ଗତ ୧୭ ତାରିଖ ସୋବାର ଦିନ ଚାମା ହାଟକୁ ବେପାର କରିବା ପାଇଁ ଯାଇଥିଲେ। ତା’ ପରଠାରୁ ସେ ଘରକୁ ଫେରି ନ ଥିଲେ। ଏହାକୁ ନେଇ ଚାମାଙ୍କ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ। ପୁଲିସ୍ ତଦନ୍ତ ବେଳେ ଚାମାକୁ ତା’ର ସାଙ୍ଗମାନେ ହତ୍ୟା କରିଥିବା ଜଣାପଡ଼ିଥିଲା।
from Odisha Reporter https://ift.tt/2OSHEPE
No comments:
Post a Comment