ରୋମାଞ୍ଚକର ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ବାଜିମାତ, ସପ୍ତମ ଥର ପାଇଁ ଜିତିଲା ଏସିଆ କପ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 28, 2018

ରୋମାଞ୍ଚକର ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ବାଜିମାତ, ସପ୍ତମ ଥର ପାଇଁ ଜିତିଲା ଏସିଆ କପ୍‌

india

ଦୁବାଇ: ଛାତି ଧଡ଼ଧଡ଼ କରିଦେବା ଭଳି ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ଶେଷରେ ବାଜିମାତ କରିଛି। ବାଂଲାଦେଶ ବିପକ୍ଷ ଏସିଆ କପ୍‌ର ଫାଇନାଲ୍‌ ମୁକାବିଲାରେ ଟିମ୍ ଇଣ୍ଡିଆ ଶେଷ ବଲ୍‌ରେ ବିଜୟୀ ହୋଇ ପୁଣି ଥରେ ଏସିଆ ମହାଦେଶକୁ କବ୍‌ଜା କରିଛି ।

ଶୁକ୍ରବାର ରୋହିତ ଶର୍ମାଙ୍କ ଟିମ୍‌ ଇଣ୍ଡିଆ ବାଂଲାଦେଶକୁ ରୋମାଞ୍ଚକର ମ୍ୟାଚ୍‌ରେ ୩ ୱିକେଟ୍‌ ହରାଇ ଚାମ୍ପିଅନ୍‌ ହୋଇଛି। ଏହି ବିଜୟ ସହ ଟିମ୍‌ ଇଣ୍ଡିଆ ସପ୍ତମ ଥର ପାଇଁ ଏସିଆ କପ୍‌ ଜିତିଥିବା ବେଳେ ବାଂଲାଦେଶ ପୁଣି ଉପ ବିଜେତା ହୋଇଛି।

୨୦୧୬ରେ ଟି-୨୦ ଫର୍ମାଟରେ ଏସିଆ କପ୍‌ ଖେଳା ଯାଇଥିଲା। ଫାଇନାଲ୍‌ରେ ଭାରତ ଓ ବାଂଲାଦେଶ ମୁହାଁମୁହିଁ ହୋଇଥିଲେ। ଏଥିରେ ବି ବାଂଲାଦେଶକୁ ଭାରତ ପରାସ୍ତ କରି ଚାମ୍ପିଅନ୍‌ ହୋଇଥିଲା।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ଓପନର୍‌ ଲିଟନ୍‌ ଦାସଙ୍କ ବିସ୍ଫୋରକ ଶତକୁ ଆଧାର କରି ୨୨୨ ରନ୍‌ କରିଥିଲା।

୨୨୩ ରନ୍‌ର ଟାର୍ଗେଟ ପାଇଥିବା ଟିମ୍‌ ଇଣ୍ଡିଆ ଏହାକୁ ଶେଷ ବଲରେ ହିଁ ୭ ୱିକେଟ୍‌ ହରାଇ ହାସଲ କରି ନେଇଥିଲା।

କେଦାର ଯାଦବ ଶେଷ ବଲ୍‌ରେ  ୧ ରନ୍‌ ନେଇ ଭାରତ ପାଇଁ ବିଜୟ ମୁଣ୍ଡି ମାରିଥିଲେ। କେଦାର ରିଟାର୍ଡହର୍ଟ ହୋଇଥିଲେ ହେଁ ପରବର୍ତ୍ତୀ ସମୟରେ ଟିମ୍ ଇଣ୍ଡିଆ ବିଜୟର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ୨୭ ବଲ୍‌ରେ ୨୩ ରନ୍‌ର ଇନିଂସ ଖେଳିଥିଲେ।

ତେବେ ଜବରଦସ୍ତ ଇନିଂସ ପାଇଁ ବାଂଲାଦେଶର ଲିଟନ ଦାସଙ୍କୁ ‘ମ୍ୟାନ୍ ଅଫ୍‌ ଦ ମ୍ୟାଚ୍‌’ ବିବେଚନା କରା ଯାଇଥିଲା ବେଳେ ପୂରା ଏସିଆ କପରେ ଭଲ ବ୍ୟାଟିଂ କରିଥିବାରୁ ଶିଖର ଧୱନଙ୍କୁ ‘ମ୍ୟାନ୍ ଅଫ୍‌ ଦ ସିରିଜ୍’ ପୁରସ୍କାର ମିଳିଛି।

୨୨୩ ରନ୍‌ର ଟାର୍ଗେଟ ପାଇଥିବା ଟିମ୍‌ ଇଣ୍ଡିଆର ଦୁଇ ଓପନର୍‌ ରୋହିତ ଶର୍ମା ଓ ଶିଖର ଧୱନ୍‌ ଜବରଦସ୍ତ ଆରମ୍ଭ କରିଥିଲେ।

ତେବେ ଦଳୀୟ ସ୍କୋର ୩୫ ଥିବା ବେଳେ ବଡ଼ ଶଟ୍‌ ଖେଳିବାକୁ ଯାଇ ଶିଖର ଧୱନ୍‌ ସୌମ୍ୟ ସରକାରଙ୍କ ହାତରେ ଶଟ୍‌ ଲଙ୍ଗଅପ୍‌ରେ କ୍ୟାଚ୍‌ ହୋଇଯାଇଥିଲେ। ତାଙ୍କୁ ନିଜାମୁଲ ଇସ୍‌ଲାମ ଆଉଟ୍‌ କରିଥିଲେ। ସେ ମାତ୍ର ୧୫ ରନ୍‌ କରି ଆଉଟ୍ ହୋଇଥିଲେ। ଏହାପରେ ଦଳୀୟ ସ୍କୋର ୪୬ ଥିବା ବେଳେ ରାୟିଡୁ(୨)ଙ୍କୁ ଅଧିନାୟକ ମର୍ତଜା ୱିକେଟ୍‌ କିପର୍‌ଙ୍କ ହାତରେ କ୍ୟାଚ୍‌ କରାଇ ପ୍ୟାଭିଲିୟନ୍‌ ପଠାଇ ଦେଇଥିଲେ।

ତେବେ ତୃତୀୟ ୱିକେଟ୍‌ ପାଇଁ ରୋହିତ ଶର୍ମା ଓ ଦିନେଶ କାର୍ତ୍ତିକଙ୍କ ମଧ୍ୟରେ ୩୭ ରନ୍‌ର ଭାଗିଦାରୀ ହୋଇଥିଲା।  ରୋହିତ ୪୮ ରନ୍ କରି ରୁବେଲଙ୍କ ବଲ୍‌ରେ ଆଉଟ୍ ହୋଇଥିଲେ।

ଏହାପରେ ଦୀନେଶ କାର୍ତ୍ତିକଙ୍କ ସହ ମିଶି ଧୋନି ଟିମ୍ ଇଣ୍ଡିଆର ସ୍କୋରକୁ ଆଗକୁ ନେଇଥିଲେ। ଦଳୀୟ ସ୍କୋର ୧୩୭ ରନ୍‌ ହେଇଥିବା ବେଳେ କାର୍ତ୍ତିକ ୩୭ ରନ୍ କରି ଆଉଟ୍ ହେଇଥିଲେ। ତାଙ୍କୁ ମହାମୁଦୁଲ୍ଲା ଆଉଟ୍‌ କରିଥିଲେ।

ଧୋନି ୩୬ ରନ୍ କରିଥିବାବେଳେ ମୁସ୍ତାଫିଜୁରଙ୍କ ବଲ୍‌ରେ ଆଉଟ୍ ହେଇଥିଲେ। ୧୬୭ ରନ୍‌ରେ ୫ଟି ୱିକେଟ୍‌ ହରାଇ ଅଡୁଆରେ ପଡ଼ିଥିବା ଟିମ୍ ଇଣ୍ଡିଆକୁ ରବୀନ୍ଦ୍ର ଜାଡେଜା ଓ କେଦାର ଯାଦବ କିଛି ବାଟ ନେଇଥିଲେ। କିନ୍ତୁ କେଦାର ଆହତ ହୋଇ ପଡ଼ିଆ ବାହାରକୁ ଚାଲିଯିବାରୁ ଟିମ୍ ଇଣ୍ଡିଆର ଚିନ୍ତା ବଢ଼ି ଯାଇଥିଲା।

ଏହି ସମୟରେ ଜାଡ଼େଜାଙ୍କ ସହ ମିଶି ଭୁବନେଶ୍ୱର କୁମାର ଦଳୀୟ ସ୍ଥିତ ସମ୍ଭାଳି ଥିଲେ। ଉଭୟ ଷଷ୍ଠ ୱିକେଟ୍ ପାଇଁ ୪୫ ରନ୍‌ର  ଭାଗିଦାରୀ କରି ଦଳୀୟ ସ୍କୋରକୁ ୨୧୨ରେ ହଞ୍ଚାଇଥିଲେ। ମାତ୍ର ଦୁଇ ରନ୍ ମଧ୍ୟରେ ଟିମ୍ ଇଣ୍ଡିଆ ଉଭୟ ଜାଡେଜା ଓ ଭୁବନେଶ୍ୱରଙ୍କୁ ହରାଇଥିଲା। ତେବେ କେଦାର ଯାଦବ ପୁଣି ପଡ଼ିଆକୁ ଆସିଥିଲେ।

ଶେଷ ଓଭରରେ ବିଜୟ ପାଇଁ ୬ ରନ୍ ଦରକାର ଥିବାବେଳେ କେଦାର ଓ କୁଲଦୀପ ଦଳକୁ ବିଜୟୀ କରାଇବାରେ ସଫଳ ହୋଇଥିଲେ। 

ବାଂଲାଦେଶ ପକ୍ଷରୁ ମୁସ୍ତାଫିଜୁର ରହମାନ ଓ ରୁବେଲ ହାସନ ୨ଟି ୱିକେଟ୍‌ ଲେଖାଏ ୱିକେଟ୍ ନେଇଥିବା ବେଳେ ନିଜାମୁଲ ଇସ୍‌ଲାମ, ମହାମୁଦୁଲ୍ଲା ଓ ଅଧିନାୟକ ମର୍ଶଫି ମର୍ତଜା ଗୋଟିଏ ଲେଖାଏ ୱିକେଟ୍‌ ପାଇଥିଲେ।

ଟିମ୍‌ ଇଣ୍ଡିଆ ପକ୍ଷରୁ ଚାଇନା ମ୍ୟାନ୍‌ ବୋଲର୍‌ କୁଲଦୀପ ଯାଦବ ସର୍ବାଧିକ ୩ଟି ୱିକେଟ୍‌ ନେଇଥିବା ବେଳେ ଅଣ୍ଡର ଆର୍ମ ସ୍ପିନର୍‌ କେଦାର ଯାଦବ ଦୁଇଟି, ୟୁଜବେନ୍ଦର ଚହଲ ଗୋଟିଏ ଓ ଯଶପ୍ରୀତ୍‌ ବୁମରା ୧ଟି ୱିକେଟ୍‌ ନେଇଥିଲେ। ବାଂଲାଦେଶର ୩ ଜଣ ବ୍ୟାଟସ୍‌ମ୍ୟାନ୍‌ ରନ୍‌ ଆଉଟ୍‌ ହୋଇ ପ୍ୟାଭିଲିୟନ୍‌ ଫେରିଥିଲେ।



from Odisha Reporter https://ift.tt/2OnIZB0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages