ଓଡ଼ିଶାରେ ମୋଦି ସରକାର ଅଧିକ ଲୋକପ୍ରିୟ: ସର୍ଭେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 28, 2018

ଓଡ଼ିଶାରେ ମୋଦି ସରକାର ଅଧିକ ଲୋକପ୍ରିୟ: ସର୍ଭେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ପ୍ରାୟ ଦୁଇ ଦଶନ୍ଧି ଧରି କ୍ଷମତାସୀନ ନବୀନ ପଟ୍ଟନାୟକ ନେତୃତ୍ୱାଧୀନ ସରକାରଙ୍କ ପ୍ରତି ଭୋଟରଙ୍କ ଆସ୍ଥା କମିବାରେ ଲାଗିଛି। ଏପରିକି ଓଡ଼ିଶାର ଲୋକମାନେ ନବୀନ ପଟ୍ଟନାୟକ ସରକାର ତୁଳନାରେ ନରେନ୍ଦ୍ର ମୋଦି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ପ୍ରତି ଅଧିକ ପରିମାଣରେ ଆସ୍ଥା ପ୍ରକଟ କରିଛନ୍ତି।

ଅବଶ୍ୟ ରାଜ୍ୟରେ ନବୀନଙ୍କ ଭାବମୂର୍ତ୍ତି ୫୯% ଭୋଟ୍ ସହ ଶୀର୍ଷରେ ରହିଛି କିନ୍ତୁ ତାଙ୍କ ସରକାର ପ୍ରତି ଶାସନବିରୋଧୀ ହାୱା ବିଜେଡି ପାଇଁ ଚିନ୍ତାଜନକ ପାଲଟିବାକୁ ଯାଉଛି।୨୦୧୯ ସାଧାରଣ ନିର୍ବାଚନର କିଛିମାସ ପୂର୍ବରୁ ଆସିଥିବା ‘ଇଣ୍ଡିଆ ଟୁଡେ ଆକ୍ସିସ- ‘ମାଇଁ ଇଣ୍ଡିଆ’ ସର୍ଭେକୁ ଯଦି ବିଶ୍ୱାସ କରାଯାଏ, ତେବେ ରାଜ୍ୟରେ କ୍ଷମତାକୁ ଆସିବା ପାଇଁ ବିଜେପିର ଦମ୍ଭୋକ୍ତି ବାସ୍ତବରେ ରୂପାନ୍ତରିତ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ।

‘ଇଣ୍ଡିଆ ଟୁଡେ’ର ଏହି ସର୍ଭେ ରିପୋର୍ଟ ଅନୁସାରେ ରାଜ୍ୟରେ ୪୪ ପ୍ରତିଶତ ଲୋକ ବିଜେଡି ସରକାର ପ୍ରତି ସନ୍ତୁଷ୍ଟ ଥିବାବେଳେ ୧୯ % ଲୋକ ଅସନ୍ତୁଷ୍ଟ ଅଛନ୍ତି। ୩୨% ଲୋକ ସରକାର ପ୍ରତି ସାଧାରଣ(ଆଭରେଜ୍) ମତ ପୋଷଣ କରିଛନ୍ତି। ଅପରପକ୍ଷରେ ଓଡ଼ିଶାରେ ନରେନ୍ଦ୍ର ମୋଦି ସରକାରଙ୍କ ଉପରେ ୫୨% ଲୋକ ସନ୍ତୁଷ୍ଟ ଥିବାବେଳେ ୧୨% ଲୋକ ଅସନ୍ତୁଷ୍ଟ ଅଛନ୍ତି। ୩୧% ଲୋକ ଆଭରେଜ ବା ସାଧାରଣ ମତପୋଷଣ କରିଛନ୍ତି।

ନବୀନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ୫୯ପ୍ରତିଶତ ଲୋକ ପସନ୍ଦ କରୁଥିବାବେଳେ ୫୪% ଲୋକ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ଚାହାନ୍ତି।

ନବୀନ ପଟ୍ଟନାୟକ ସରକାର ପାଇଁ ଆଗାମୀ ନିର୍ବାଚନରେ ସବୁଠୁ ବଡ଼ ପ୍ରସଙ୍ଗ ହେବାକୁ ଯାଉଛି ପାନୀୟ ଜଳ, କୃଷି, ବେକାରୀ, ସ୍ୱାସ୍ଥ୍ୟ ଓ ପରିଚ୍ଛନ୍ନତା। ସର୍ଭେରେ ସାମିଲ ଆଠ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ମଧ୍ୟରୁ ୫୧% ପାନୀୟ ଜଳ ସଙ୍କଟକୁ ମୁଖ୍ୟ ପ୍ରସଙ୍ଗ ବୋଲି କହିଥିବାବେଳେ ୩୫% ଲୋକ କୃଷି ଓ ଏହା ସହ ଜଡ଼ିତ ସମସ୍ୟାକୁ ନିର୍ବାଚନୀ ପ୍ରସଙ୍ଗ କରିଛନ୍ତି। ୨୨ % ଲୋକ ବେକାରୀ ସମସ୍ୟାକୁ ଓ ୩୧ % ଲୋକ ସ୍ୱାସ୍ଥ୍ୟ ସମସ୍ୟାକୁ ସରକାରଙ୍କ ପ୍ରମୁଖ ବିଫଳତା ବୋଲି ମତ ଦେଇଛନ୍ତି।

ରାଜ୍ୟରେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ୫୯% ଲୋକଙ୍କ ପସନ୍ଦ ପାଲଟିଥିବାବେଳେ ଧର୍ମେନ୍ଦ୍ର ପ୍ରଧାନ ୨୧% ଓ ନିରଞ୍ଜନ ପଟ୍ଟନାୟକ ମାତ୍ର ୫% ଲୋକଙ୍କ ପସନ୍ଦ ପାଲଟିଛନ୍ତି।
ରାଫେଲ୍ ଡିଲକୁ କଂଗ୍ରେସ ଏକ ମୁଖ୍ୟ ପ୍ରସଙ୍ଗ କରିଥିଲେ ମଧ୍ୟରେ ଓଡ଼ିଶାର ୭୬% ଲୋକ ଏ ବାବଦରେ ବିଲକୁଲ ସଚେତନ ନାହାନ୍ତି। ଆଉ ଯେଉଁମାନେ ସଚେତନ ଅଛନ୍ତି ସେମାନଙ୍କ ମଧ୍ୟରୁ ୭୯% ଲୋକ ରାଫେଲ୍ ଡିଲର ଗୋପନୀୟତା ବଜାୟ ରଖିବା ସପକ୍ଷରେ ମତ ଦେଇଛନ୍ତି।

ରାଜ୍ୟର ୮୭% ଲୋକ ପେଟ୍ରୋଲିୟମ ସାମଗ୍ରୀର ମୂଲ୍ୟବୃଦ୍ଧିକୁ ନେଇ ଚିନ୍ତା ବ୍ୟକ୍ତ କରିଥିଲେ ମଧ୍ୟ ୫୨% ଲୋକ ସାମଗ୍ରିକ ଭାବେ ମୋଦି ସରକାରର ନୀତିକୁ ନେଇ ସନ୍ତୁଷ୍ଟ ଅଛନ୍ତି।

ରାଜ୍ୟର ସମସ୍ତ ୨୧ଟି ନିର୍ବାଚନମଣ୍ଡଳୀରେ ହୋଇଥିବା ଏହି ସର୍ଭେକୁ ଯଦି ବିଶ୍ୱାସ କରାଯାଏ ତା’ହେଲେ ବିଜେପି ରାଜ୍ୟରେ ଦ୍ୱିତୀୟ ସର୍ବବୃହତ ଦଳ ଭାବେ ଉଭା ହେଉଥିବାବେଳେ ବିଜେଡିକୁ କଡ଼ା ଟକ୍କର ଦେବାର ସୁଯୋଗ ସୃଷ୍ଟି କରିବାରେ ସକ୍ଷମ ହୋଇଛି।

ବିଜେପି ଜାତୀୟ ନେତୃତ୍ୱ ଓଡ଼ିଶା ପାଇଁ ‘ମିଶନ-୧୨୦’ର ଟାର୍ଗେଟ୍ ନିର୍ଦ୍ଧାରଣ କରିବା ସହ ଦଳ ଆଗାମୀ ସାଧାରଣ ନିର୍ବାଚନରେ କ୍ଷମତାକୁ ଆସିବ ବୋଲି ଦମ୍ଭୋକ୍ତି ବାଢ଼ିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଜାତୀୟ ଅଧ୍ୟକ୍ଷ ଅମିତ୍ ଶାହଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ମଧ୍ୟ ଏବେ ବିଜେପି କର୍ମୀମାନଙ୍କ ଉତ୍ସାହକୁ ବୃଦ୍ଧି କରିଛି।

ଏଭଳି ସ୍ଥିତିରେ ବିଜେପିର ସଂଗଠନରେ ସୁଧାର ଆସିବା ସହ ଭୋଟ୍ ହାର ବଢ଼ିବାର ସମ୍ଭାବନା ରହିଛି। ପ୍ରାୟ ଦୁଇ ଦଶନ୍ଧିର ନବୀନ ପଟ୍ଟନାୟକ ସରକାର ପ୍ରତି ଆଣ୍ଟି ଇନକମ୍ବେନସି ହାୱାକୁ ବିଜେପି ଚାହିଁଲେ ତାକୁ ନିଜ ସପକ୍ଷ ଭୋଟରେ ବଦଳାଇ ପାରିବ। ମୋଦି ସରକାର ପ୍ରତି ରହିଥିବା ଲୋକପ୍ରିୟତା ଓ ନବୀନ ସରକାର ପ୍ରତି ବିରୋଧାଭାସ ସହ ଦ୍ୱନ୍ଦ୍ୱାତ୍ମକ ସ୍ଥିତିରେ ଥିବା ଭୋଟରଙ୍କୁ ଟାର୍ଗେଟ୍ କଲେ ଆଗାମୀ ଦିନରେ ବିଜେପି ଓଡ଼ିଶାରେ ସରକାର ଗଢ଼ିବାର ସମ୍ଭାବନା ରହିଛି।

ମାତ୍ର ନବୀନ ପଟ୍ଟନାୟକ ସରକାର ପ୍ରତି ବଢ଼ୁଥିବା ଅସନ୍ତୋଷକୁ ବିଜେପି କିଭଳି ଭାବେ ଭୋଟରେ ପରିବର୍ତ୍ତନ କରୁଛି ଓ ସେ ଦିଗରେ କିଭଳି ପଦକ୍ଷେପ ନେଉଛି, ତାହା ଉପରେ ୨୦୧୯ ନିର୍ବାଚନରେ ତା’ର ଭାଗ୍ୟ ନିର୍ଦ୍ଧାରଣ ହେବ ବୋଲି ରାଜନୀତିକ ବିଶ୍ଲେଷକମାନେ ମତ ରଖିଛନ୍ତି।



from Odisha Reporter https://ift.tt/2DFgqLr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages