ଭାଇରାଲ୍ ହେଉଛି ଏହି ଫଟୋ; କହିଲେ ଦେଖି ଇଏ କିଏ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 8, 2018

ଭାଇରାଲ୍ ହେଉଛି ଏହି ଫଟୋ; କହିଲେ ଦେଖି ଇଏ କିଏ?

sritinew

ମୁମ୍ବାଇ: ଉପର ଫଟୋଟି କାହାର କହିପାରିବେ? କିଛି ଦିନ ତଳେ ଫଟୋଟି ଇନ୍‌ଷ୍ଟାଗ୍ରାମ୍ ପେଜ୍‌ରେ ପୋଷ୍ଟ୍ ହୋଇଥିଲା। ଏହା ଭାଇରାଲ୍ ହୋଇଛି। ଏହାକୁ ୭୨ ହଜାରରୁ ଅଧିକ ଲୋକ ଲାଇକ୍ କରି ସାରିଲେଣି।

ଏ ଫଟୋରେ ଯିଏ ଅଛନ୍ତି, ସେ ଜଣେ ଲୋକପ୍ରିୟ ଟେଲିଭିଜନ୍ ଅଭିନେତ୍ରୀ। ‘ଜି’ ଟିଭିରେ ତାଙ୍କର ଏକ ଧାରାବାହିକ ପ୍ରସାରିତ ହେଉଛି ଓ ଏହା ବହୁତ ଲୋକପ୍ରିୟ ମଧ୍ୟ। ଏହା ହେଉଛି ତାଙ୍କର ସ୍କୁଲ୍ ବେଳର ଫଟୋ। ଏବେ ବୋଧେ ଚିହ୍ନି ଯିବେଣି!

ହଁ, ସେ ହେଉଛନ୍ତି ‘କୁମ୍‌ କୁମ୍‌ ଭାଗ୍ୟ’ରେ ‘ପ୍ରଜ୍ଞା’ ଚରିତ୍ରରେ ଅଭିନୟ କରୁଥିବା ସ୍ରିତି ଝା।
ସେ ନିଜେ ଏହି ଫଟୋକୁ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ପୋଷ୍ଟ୍ କରିଛନ୍ତି।

kumkumସେ ଲେଖିଛନ୍ତି,“ସେତେବେଳେ ମୋତେ ୧୭ ବର୍ଷ ହୋଇଥିଲା। ମୁଁ ଜୀବନ ବିଷୟରେ କିଛି ଜାଣି ନଥିଲି। ବଡ଼ ହୋଇ କ’ଣ କରିବି, ତାହା ବି ଜାଣି ନଥିଲି। ତେବେ ତା’ ଭିତରେ ମୁଁ ଅଭିନୟକୁ ଭଲ ପାଇ ବସିଲି। ୧୭ ବର୍ଷ ବୟସରେ ମୁଁ ଅଭିନୟ କ୍ଷେତ୍ରରେ ପାଦ ଦେଲି।”
ସେ ଲେଖିଛନ୍ତି,“ମୁଁ ଏବେ ବି ଜୀବନ ଓ ଭବିଷ୍ୟତକୁ ନେଇ କିଛି ଜାଣିନି। କିନ୍ତୁ ଏତିକି ଜାଣିଛି ଯେ ମୁଁ ଅଭିନୟକୁ ବହୁତ ଭଲ ପାଏ।”

pragyanଏ ଫଟୋରେ ସ୍ରିତି ଚଷମା ପିନ୍ଧିଛନ୍ତି। ‘କୁମ୍ କୁମ୍ ଭାଗ୍ୟ’ରେ ବି ସେ ପ୍ରଥମେ ପ୍ରଥମେ ଚଷମା ପିନ୍ଧୁଥିଲେ।

‘ଧୁମ୍‌ ମଚାଦେ ଧୁମ୍‌’ ସିରିଏଲ୍‌ରୁ ସେ କ୍ୟାରିଅର ଆରମ୍ଭ କରିଥିଲେ। କିନ୍ତୁ ‘ଦିଲ୍‌ ସେ ଦି ଦୁଆ… ସୌଭାଗ୍ୟବତୀ ଭବ’ରୁ ତାଙ୍କୁ ସ୍ୱତନ୍ତ୍ର ପରିଚୟ ମିଳିଥିଲା। ତା’ପରେ ସେ ‘ବାଳିକା ବଧୂ’ରେ ଅଭିନୟ କରିଥିଲେ। ଏବେ ସେ ୪ ବର୍ଷ ହେବ ‘କୁମ୍‌ କୁମ୍ ଭାଗ୍ୟ’ରେ ଅଭିନୟ କରୁଛନ୍ତି।



from Odisha Reporter https://ift.tt/2QeYFVp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages