୨୫ ମେଗାପିକ୍ସେଲ୍‌ କ୍ୟାମେରା ସହ ଲଞ୍ଚ୍ ହେଲା V11 Pro - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 8, 2018

୨୫ ମେଗାପିକ୍ସେଲ୍‌ କ୍ୟାମେରା ସହ ଲଞ୍ଚ୍ ହେଲା V11 Pro

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର୍‌): ଚାଇନିଜ୍‌ ସ୍ମାର୍ଟ ଫୋନ୍‌ କମ୍ପାନୀ ‘ଭିଭୋ’ ଭାରତୀୟ ବଜାରରେ ଆଉ ଏକ ନୂଆ ସ୍ମାର୍ଟ ଫୋନ୍‌ V11 Pro ଲଞ୍ଚ୍ କରିଛି। ଏହି ସ୍ମାର୍ଟ ଫୋନ୍‌ର ମୂଲ୍ୟ ୨୫,୯୯୦ ଟଙ୍କା ରହିଛି। V11 Pro ଏଯାଏ ଭାରତୀୟ ବଜାରରେ ସବୁଠୁ ଶସ୍ତା ସ୍ମାର୍ଟ ଫୋନ୍‌, ଯେଉଁଥିରେ ଇନ୍‌-ଡିସ୍‌ପ୍ଲେ ଫିଙ୍ଗର୍‌ ପ୍ରିଣ୍ଟ୍‌ ସ୍କାନର୍‌ ଦିଆଯାଇଛି।

ଏହି ଫୋନ୍‌ଟି ଡ୍ୟାଜଲିଙ୍ଗ୍ ଗୋଲ୍ଡ ଓ ଷ୍ଟାରୀ ନାଇଟ୍ ବ୍ଲାକ୍‌ କଲର୍‌ରେ ଉପଲବ୍ଧ। ସେପ୍ଟେମ୍ବର ୧୨ରୁ ଏହାର ବିକ୍ରି ଆରମ୍ଭ ହେବ। ଏହାକୁ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ରିଟେଲ୍‌ ଷ୍ଟୋର୍‌ରେ ସେଲ୍‌ କରାଯିବ। V11 Pro ପାଇଁ ପ୍ରି-ବୁକିଂ ଆରମ୍ଭ ହୋଇଯାଇଛି।

ଲଞ୍ଚିଂ ଅଫର୍‌:  HDFC କାର୍ଡ଼ ଦ୍ୱାରା ପେମେଣ୍ଟ୍‌ କଲେ ଗ୍ରାହକଙ୍କୁ ୨ହଜାର ଟଙ୍କା କ୍ୟାସ୍‌ବ୍ୟାକ୍ ମିଳିବ। ଏହା ସହ ରିଲାଏନ୍ସ୍ ଜିଓ ତରଫରୁ ୪,୦୫୦ ଟଙ୍କାର ଭାଲ୍ୟୁ ପ୍ୟାକ୍‌ ମିଳିବ ଓ ୱାନ୍‌-ଟାଇମ୍‌ ସ୍କ୍ରିନ୍‌ ରିପ୍ଲେସମେଣ୍ଟ୍‌ର ଅଫର୍‌ ମଧ୍ୟ ରହିଛି।

ସ୍ପେସିଫିକେଶନ୍: 

ଡୁଆଲ୍‌ ସିମ୍‌(ନାନୋ) ସପୋର୍ଟେଡ୍‌ V11 Pro ଆଣ୍ଡ୍ରଏଡ୍ ୮.୧ ଓରିଓ ବେସ୍‌ଡ FunTouch OS ୪.୫ରେ ଚାଲେ। ଏଥିରେ ୧୯:୫:୯ ରେସିଓ ସହ ୬.୪୧ ଇଞ୍ଚ୍ ଫୁଲ୍ ଏଚ୍‌ଡି ପ୍ଲସ୍ (୧୦୮୦x୨୩୪୦ପିକ୍ସେଲ୍) ହାଲୋ ଫୁଲ୍‌ଭ୍ୟୁ ୩.୦ ସୁପର AMOLED ଡିସ୍‌ପ୍ଲେ ଦିଆଯାଇଛି। ଏଥିରେ Adreno ୫୧୨ GPU ସହ ଅକ୍ଟା-କୋର୍ କ୍ୱାଲକମ୍‌ ସ୍ନାପଡ୍ରାଗନ୍ ୬୬୦ ପ୍ରୋସେସର୍‌ ଦିଆଯାଇଛି। ଏହି ସ୍ମାର୍ଟ ଫୋନ୍‌ରେ ୬ଜିବି ରାମ୍‌ ଥିବାବେଳେ ୬୪ଜିବି ଇଣ୍ଟରନାଲ୍‌ ମେମୋରୀ ଦିଆଯାଇଛି, ଯାହାକୁ କି ଏସ୍‌ଡି କାର୍ଡ ଜରିଆରେ ୨୫୬ ଜିବି ଯାଏ ବଢ଼ାଯାଇପାରିବ। ଏଥିରେ 3,400mAhର ବ୍ୟାଟେରୀ ରହିଛି।

କ୍ୟାମେରା:  V11 Pro ରେ ଡୁଆଲ୍‌ ରିୟର୍‌ କ୍ୟାମେରା ଦିଆଯାଇଛି। ଏହାର ପ୍ରାଇମେରୀ କ୍ୟାମରା ୧୨ ମେଗାପିକ୍ସେଲ ହୋଇଥିବାବେଳେ ସେକେଣ୍ଡାରୀ ୫ ମେଗାପିକ୍ସେଲ୍‌ର ରହିଛି। ଏହାସହ ଏଥିରେ ଏଲ୍‌ଇଡି ଫ୍ଲାସ୍ , ଫାଷ୍ଟ ଫୋକସ୍‌ ଓ ଲୋ-ଲାଇଟ୍‌ ଫଟୋଗ୍ରାଫି ପାଇଁ ‘ଡୁଆଲ୍ ପିକ୍ସେଲ୍’ ଟେକ୍ନୋଲୋଜି ଦିଆଯାଇଛି। ସେଲ୍‌ଫି ପାଇଁ ଏଥିରେ AI ଫିଚର ଓ AR ସ୍ପିକର୍‌ ସହ ୨୫ ମେଗାପିକ୍ସେଲ୍‌ର ଫ୍ରଣ୍ଟ୍‌ କ୍ୟାମେରା ସେଲ୍‌ଫି ପାଇଁ ଦିଆଯାଇଛି।

 



from Odisha Reporter https://ift.tt/2wXRtEu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages