ଜୀବିତ ଥାଉ ଥାଉ ସୋନାଲୀ ବେନ୍ଦ୍ରେଙ୍କୁ ମାରିଦେଲେ ବିଜେପି ବିଧାୟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 7, 2018

ଜୀବିତ ଥାଉ ଥାଉ ସୋନାଲୀ ବେନ୍ଦ୍ରେଙ୍କୁ ମାରିଦେଲେ ବିଜେପି ବିଧାୟକ

ମୁମ୍ବାଇ: ବିଜେପି ବିଧାୟକ ରାମ କଦମଙ୍କୁ ନେଇ ବିବାଦ ଥମିବାର ନାଁ ଧରୁନି। ପ୍ରଥମେ ଯୁବକମାନଙ୍କୁ ଆକୃଷ୍ଟ କରିବାକୁ ଯାଇ ଝିଅମାନଙ୍କୁ ଅପହରଣ କଲେ ସାହାଯ୍ୟ କରାଯିବ ବୋଲି କହିଥିବା ରାମ କଦମ ଏବେ ଆଉ ଏକ ବିବାଦୀୟ ଘଟଣାରେ ଫସିଛନ୍ତି।

ବଲିଉଡ୍‌ ଓ ମହାରାଷ୍ଟ୍ର ଫିଲ୍ମ ଜଗତର ଲୋକପ୍ରିୟ ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେଙ୍କୁ ଜୀବିତ ଥାଉଥାଉ ମାରିଦେଇଛନ୍ତି ରାମ କଦମ। ଏ ସଂକ୍ରାନ୍ତ ଖବର ନିଜେ ରାମ କଦମ ଟ୍ୱିଟର୍‌ରେ ଛାଡ଼ିବା ପରେ ଅନେକ ଲୋକ ତାଙ୍କୁ ଗାଳିଗୁଲଜ ଓ ସମାଲୋଚନା କରିଛନ୍ତି।

କ୍ୟାନସର୍‌ ରୋଗରେ ପୀଡ଼ିତ ସୋନାଲୀ ଏବେ ଆମେରିକାରେ ଚିକିତ୍ସିତ ହେଉଛନ୍ତି। ତେବେ ରାମ କଦମ୍‌ଙ୍କ ପାଖକୁ ସୋନାଲି ବେନ୍ଦ୍ରେଙ୍କ ମୃତ୍ୟୁ ଘଟିଛି ବୋଲି ଏକ ମେସେଜ୍‌ ଆସିଥିଲା।

ଏହି ମେସେଜ୍‌ଟିକୁ ସ୍କ୍ରିନ୍‌ଶଟ୍‌ ଜରିଆରେ ରାମ କଦମ ନିଜ ଟ୍ୱିଟର୍‌ ଆକାଉଣ୍ଟ୍‌ରେ ଛାଡ଼ିଥିଲେ।

ହିନ୍ଦୀ ଓ ମରାଠା ଫିଲ୍ମର ଅଭିନେତ୍ରୀ ତଥା ଆମ ସମସ୍ତଙ୍କର ପ୍ରିୟ ସୋନାଲୀ ବେନ୍ଦ୍ରେ ଆଉ ନାହାନ୍ତି ବୋଲି ଏହି ମେସେଜ୍‌ରେ ଲେଖାହୋଇଥିଲା।

ଏହି ମେସେଜ୍‌ଟିକୁ ରାମ କଦମ ସୋଶାଲ୍‌ ମିଡିଆରେ ଛାଡ଼ିବା ପରେ ତାଙ୍କୁ ଟ୍ରଲ୍‌ର ସମ୍ମୁଖୀନ ହେବାକୁ ପଡ଼ିଛି। ଟ୍ରଲ୍‌ ହେବା ପରେ ରାମ କଦମ ଟ୍ୱିଟର୍‌ରେ କ୍ଷମା ମାଗିଛନ୍ତି। ସେ କହିଛନ୍ତି, ସୋନାଲୀଜୀଙ୍କୁ ନେଇ ଦୁଇ ଦିନ ହେଲା ଗୁଜବ ଲାଗି ରହିଛି। ସେ ସୁସ୍ଥ ହୋଇ ଘରକୁ ଫେରନ୍ତୁ ବୋଲି ମୁଁ ଈଶ୍ୱରଙ୍କ ପାଖରେ ପ୍ରାର୍ଥନା କରୁଛି ବୋଲି ସେ ଟ୍ୱିଟ୍‌ କରିଛନ୍ତି।

ତେବେ ଅନେକ ଲୋକ ରାମ କଦମ ନିଜେ ହିଁ ଭିତ୍ତିହୀନ ଗୁଜବ ପ୍ରଚାର କରୁଛନ୍ତି ବୋଲି କହିଛନ୍ତି।



from Odisha Reporter https://ift.tt/2wRiDxh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages