ନବମ ଶ୍ରେଣୀ ଝିଅକୁ ଡାକିନେଇ ଏମିତି କାଣ୍ଡ କଲା ପ୍ରେମିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 7, 2018

ନବମ ଶ୍ରେଣୀ ଝିଅକୁ ଡାକିନେଇ ଏମିତି କାଣ୍ଡ କଲା ପ୍ରେମିକ

ganjam

ବ୍ରହ୍ମପୁର (ଜଗନ୍ନାଥ ସାହୁ): ଧୋକାବାଜ୍‌ ପ୍ରେମିକର ଚାଲ୍‌ ଜାଣିପାରିନଥିଲା। ଫୋନ୍‌ କଲ ପାଇ ନବମ ଶ୍ରେଣୀ ଝିଅଟି ଦୌଡ଼ି ଯାଇଥିଲା ତାକୁ ଦେଖା କରିବା ପାଇଁ।

ହେଲେ ପ୍ରତାରଣାପୂର୍ଣ୍ଣ ପ୍ରେମିକ ତାକୁ ନେଇ ତା’ ସାଙ୍ଗ ସହିତ ମିଶି ଦୁଷ୍କର୍ମ କରିଥିଲା। ପରେ ତାକୁ ଘର ପାଖରେ ଆଣି ଛାଡ଼ି ପଳାଇ ଯାଇଥିଲା ପ୍ରେମିକ। ଏପରି ହୃଦୟବିଦାରକ ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଛି।

୧୬ ବର୍ଷୀୟ ନାବାଳିକା ବାପା-ମାଆ ଛେଉଣ୍ଡ। ସେଥିପାଇଁ ସେ ପିଉସୀଙ୍କ ଘରେ ରହି ପାଠ ପଢ଼ୁଥିଲେ। କିନ୍ତୁ ସେଠାରେ ତାଙ୍କୁ ଦିଆଯାଉଥିଲା ଶାରୀରିକ ଓ ମାନସିକ ନିର୍ଯାତନା। ଏହା ପରେ ମଧ୍ୟ ନାବାଳିକା ଜଣକ ସେଠାରେ ରହୁଥିଲେ। ଗାଁ ସ୍କୁଲରେ ୯ମ ଶ୍ରେଣୀରେ ପାଠ ପଢ଼ୁଥିଲେ।

ସ୍କୁଲରେ ପାଠ ପଢ଼ିବା ସମୟରେ ନାବାଳିକା ବୁଗୁଡ଼ା ଅଞ୍ଚଳର ରାଜା ପାଣିଗ୍ରାହୀ ନାମକ ଜଣେ ଯୁବକଙ୍କୁ ମନଦେଇ ବସିଥିଲେ। ଉଭୟ ପରସ୍ପରକୁ ବହୁ ଭଲ ପାଉଥିଲେ।

୮ ଦିନ ତଳେ ନାବାଳିକାଙ୍କୁ ରାଜା ଫୋନ୍‌ କରି ଡାକିଥିଲା। ପ୍ରେମିକଙ୍କଠାରୁ ଡାକରା ପାଇ ଘରୁ ଦୌଡ଼ି ଆସିଥିଲେ ସେ। ମାତ୍ର ଜାଣିପାରିନଥିଲେ ଧୋକାବାଜ୍‌ ପ୍ରେମିକର ଚାଲ୍‌। ପରେ ରାଜା ନାବାଳିକାକୁ ବୁଗୁଡ଼ା ଟ୍ରେଜେରୀ ପାଖକୁ ଡାକିନେଇଥିଲା। ସେଠାରେ ରାଜା ଓ ତା’ ସାଙ୍ଗ ମିଶି ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପରେ ଦୁହେଁ ନାବାଳିକାକୁ ଅଟୋରେ ଆଣି ତାଙ୍କ ଘରେ ଛାଡ଼ି ଦେଇଥିଲେ।

ଲୋକ ଲଜ୍ଜା ଯୋଗୁ ନାବାଳିକା ଜଣକ ଏନେଇ ଥାନାରେ ଅଭିଯୋଗ କରିନଥିଲେ। ଆଜି ବୁଗୁଡ଼ା ମୁଖ୍ୟ ବଜାରରେ ଚାଲି ଚାଲି ଯାଉଥିବା ବେଳେ ସେ ହଠାତ୍ ଅଚେତ୍ ହୋଇ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏବେ ମଧ୍ୟ ନାବାଳିକାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି।

ପୀଡ଼ିତାଙ୍କ ବୟାନ ଆଧାରରେ ପୁଲିସ ପ୍ରେମିକ ରାଜା ଓ ତାଙ୍କ ସାଙ୍ଗ କାଳିଆ ମହାରଣାଙ୍କୁ ଗିରଫ କରିଛି ଏବଂ ପୀଡ଼ିତାଙ୍କ ଡାକ୍ତରୀମାଇନା କରିଛି।



from Odisha Reporter https://ift.tt/2NXJVc6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages