
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍ ): ପ୍ରାୟ ସମସ୍ତଙ୍କ ଘରେ ଠାକୁର ଘରଟିଏ ନିଶ୍ଚୟ ଥାଏ। ଘରର ଐଶାନ୍ୟ କୋଣରେ ଠାକୁରଙ୍କ ପାଇଁ ସ୍ୱତନ୍ତ୍ର ଘର ତୋଳି ଆମେ ସେଠାରେ ଦିଅଁ ସ୍ଥାପନ କରିଥାଉ। ଆଉ ଏସବୁ ମୂଳରେ ଥାଏ ସମୃଦ୍ଧିର ବିଶ୍ୱାସ। ତେବେ ବେଳେ ବେଳେ ଦେଖାଯାଏ, ନିୟମିତ ଠାକୁର ପୂଜା ହେଉଥିଲେ ବି ଘରେ ସୁଖ ଓ ସମୃଦ୍ଧିର ଅଭାବ ଦେଖା ଦିଏ। ତେବେ କାହିଁକି ଏମିତି ହେଉଛି ବୋଲି ଆପଣ ଚିନ୍ତିତ ହୋଇପଡ଼ନ୍ତି।
ତା’ହେଲେ, ଆସନ୍ତୁ ଜାଣିବା ଠାକୁର ଘରେ ଏମିତି କ’ଣ କଲେ, ସୁଖ ବଜାୟ ରହିବ।
ବାସ୍ତୁଶାସ୍ତ୍ର ଅନୁସାରେ, ଆପଣଙ୍କ ଠାକୁର ଘରେ ଏହି ୫ଟି ସାମଗ୍ରୀ ଥିଲେ, ଶୁଭଫଳ ଅବଶ୍ୟ ମିଳିବ। ଘରେ ସୁଖ ଶାନ୍ତି ଓ ସମୃଦ୍ଧି ବଜାୟ ରହିବ।
ଏବେ ଆସନ୍ତୁ ଜାଣିବା, କ’ଣ ସେହି ପାଞ୍ଚଟି ସାମଗ୍ରୀ
ପଞ୍ଚାମୃତ: ପଞ୍ଚାମୃତ ହେଉଛି ସର୍ବ କଳୁଷ ନାଶକ। କ୍ଷୀର, ଦହି, ମହୁ, ଘିଅ ଓ ଗୁଡ଼ରେ ପ୍ରସ୍ତୁତ ହୁଏ ପଞ୍ଚାମୃତ। ପଞ୍ଚାମୃତ ପ୍ରସ୍ତୁତ କରି ପ୍ରତିଦିନ ଠାକୁରଙ୍କୁ ଅର୍ପଣ କରନ୍ତୁ, ଦେଖିବେ ଭାଗ୍ୟ ବଦଳିଯିବ।

ଧଳାଫୁଲ: ଫୁଲ ହେଉଛି ସମର୍ପଣର ପ୍ରତୀକ। ଶୁକ୍ଳ ବା ଧଳା ଫୁଲ ହେଉଛି, ସୌଭାଗ୍ୟ ଓ ସମୃଦ୍ଧିର ପ୍ରତୀକ। ଏଣୁ ଏହାକୁ ଠାକୁର ପୂଜାରେ ନିଶ୍ଚୟ ବ୍ୟବହାର କରନ୍ତୁ।

ଚନ୍ଦନ କାଠ ଓ ପେଡା: ଚନ୍ଦନ ହେଉଛି ସବୁ ଦେବତାଙ୍କର ଅତି ପ୍ରିୟ। ଏହାର ସୁଗନ୍ଧ ସମସ୍ତ ଅଶୁଦ୍ଧତା ନାଶ କରିଥାଏ। ଏଣୁ ଆପଣଙ୍କ ଘରେ ଲକ୍ଷ୍ମୀ ଦେବୀ ବାସ କରିଥା’ନ୍ତି।

ଅକ୍ଷତ: ଅକ୍ଷତ ବା ଅରୁଆ ଚାଉଳ ହେଉଛି ସମ୍ପୂର୍ଣ୍ଣତାର ପ୍ରତୀକ। ଏହାକୁ ଘରେ ରଖିଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ।

ମିଠା: ପ୍ରସାଦ ଭିତରେ ମିଷ୍ଠାନ୍ନ ଠାକୁରଙ୍କର ଅତି ପ୍ରିୟ। ତେଣୁ ଏହାକୁ ଘରେ ରଖିଲେ ଭଗବାନ ସନ୍ତୁଷ୍ଟ ହୁଅନ୍ତି ବୋଲି କୁହାଯାଏ।

ବାସ୍ତୁଶାସ୍ତ୍ର କହେ ଏହି ପାଞ୍ଚଟି ଜିନିଷ ଘରେ ରଖି ଠାକୁରଙ୍କୁ ପୂଜା କରନ୍ତୁ, ଦେଖିବେ ନ ହେଉଥିବା କାମ ବି ଚୁଟ୍କିରେ ହୋଇଯିବ।
from Odisha Reporter https://ift.tt/2Is2LpR
No comments:
Post a Comment