
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ନିର୍ବାଚନ ପାଇଁ ଶାସକ ବିଜେଡି ଏବେ ନୂଆ ନୂଆ ଢ଼ଙ୍ଗରେ ଭୋଟରଙ୍କୁ ହାତେଇବାକୁ ଉଦ୍ୟମ କରିବାରେ ଲାଗିଛି। ବିଜେଡି ଅଙ୍ଗନବାଡ଼ି ଓ ସହାୟିକା ସାମ୍ମୁଖ୍ୟ ଗଢ଼ିବାର ଏକ ସପ୍ତାହ ନପୂରୁଣୁ ଆଜି “ବିଜେଡି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟ” ଗଠନ କରିଛି ।
ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନୂଆ ସାମ୍ମୁଖ୍ୟର ଉପଦେଷ୍ଟା ଭାବେ ବିଧାୟକ ଅତନୁ ସବ୍ୟସାଚୀ ନାୟକ, ମହିଳା ସମବାୟ ନିଗମ ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ଶ୍ଵେତା ସ୍ନିଗ୍ଧା ମିଶ୍ରଙ୍କୁ ନିଯୁକ୍ତ କରିଥିବାବେଳେ ସାମ୍ମୁଖ୍ୟର ରାଜ୍ୟ ଆବାହକ ଭାବେ ଅବସରପ୍ରାପ୍ତ ପ୍ରଶାସକ ରବି ନାରାୟଣ ନନ୍ଦ, ସଂଯୋଜକ ଭାବେ ପ୍ରବୀର ମହାନ୍ତିଙ୍କୁ ନିଯୁକ୍ତ କରିଛନ୍ତି।
ସେହିପରି ସାମ୍ମୁଖ୍ୟର ସଦସ୍ୟଭାବେ ମୋହନ ପ୍ରସାଦ ମିଶ୍ର, ଜୀବନ ଦୀକ୍ଷିତ, ଅଜୟ ରାଉତରାୟ, ପ୍ରଶାନ୍ତ ଜେନା, ସରୋଜ କୁମାର ଚୌଧୁରୀ, ଗୌରୀଶଙ୍କର ବେହେରା, ପ୍ରଶାନ୍ତ କୁମାର ପଟ୍ଟନାୟକ ଏବଂ ଜ୍ୟୋତ୍ସ୍ନାମୟୀ ପରିଡ଼ାଙ୍କୁ ମନୋନୀତ କରିଛନ୍ତି ବୋଲି ଦଳର ରାଜ୍ୟ ସଂପାଦକ ବିଜୟ ନାୟକ ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି ।
from Odisha Reporter https://ift.tt/2zFN5MC
No comments:
Post a Comment