
ନୂଆଦିଲ୍ଲୀ: ୪୦ ବର୍ଷ ପୂର୍ବେ ତାଙ୍କୁ ହତ୍ୟା କରାଯାଇଥିଲା। କିନ୍ତୁ ତାଙ୍କ ପେଟରେ ରହିଯାଇଥିଲା ଏକ ଡିମିରି ଫଳର ମଞ୍ଜି। ଯାହା ପରମୁହୂର୍ତ୍ତରେ ଏକ ବିଶାଳ ଗଛର ରୂପ ନେଇଛି। ଏଇ ଦୁଇଧାଡ଼ି ପଢ଼ିସାରିବା ପରେ କଥାଟା ଆପଣଙ୍କୁ ଅଜବ ଲାଗୁଥିବା ନିଶ୍ଚୟ। କିନ୍ତୁ କାହାଣୀଟି ସମ୍ପୂର୍ଣ୍ଣ ସତ। ପୂରା ଘଟଣା କ’ଣ, ଜାଣିବା ପାଇଁ ଆଗକୁ ପଢ଼ନ୍ତୁ।
ଏହି ଘଟଣା ହେଉଛି ସାଇପ୍ରସ୍ ଆଇସ୍ଲ୍ୟାଣ୍ଡ୍ର। ୧୯୭୪ ମସିହାର କଥା। ସେତେବେଳେ ଗ୍ରୀସ୍ ଓ ତୁର୍କୀ ମଧ୍ୟରେ ଘମାଘୋଟ ଲଢ଼େଇ ଚାଲିଥିଲା। ଏହି ସଂଘର୍ଷରେ ଅହମେତ୍ ହର୍ଗୁନର୍ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିଲା। ବର୍ଷ ବର୍ଷ ଧରି ହର୍ଗୁନର୍ଙ୍କ ମୃତଦେହ ମିଳିନଥିଲା। କିନ୍ତୁ ଯେଉଁଠି ତାଙ୍କର ମୃତ୍ୟୁ ହୋଇଥିଲା ସେଇଠି ଗୋଟେ ବିଶାଳ ଡିମିରି ଗଛ ଠିଆ ହୋଇ ସାରିଥିଲା। ଯେତେବେଳେ ତଦନ୍ତ ଆରମ୍ଭ ହେଲା, ସେତେବେଳେ ଏହି ରହସ୍ୟମୟ ଗଛର କାହାଣୀ ସାମ୍ନାକୁ ଆସିଥିଲା।
୨୦୧୧ ମସିହାରେ ଜଣେ ବିଶେଷଜ୍ଞ ନଜର ପ୍ରଥମେ ଏହି ବିଶାଳ ଡିମିରି ଗଛ ଉପରେ ପଡ଼ିଥିଲା। ଗୁମ୍ଫା ଭିତରେ ଏତେବଡ଼ ଡିମିରି ଗଛ କିପରି ହୋଇପାରିବ? ତାହା ପୁଣି ପାହାଡ଼ିଆ ଅଞ୍ଚଳରେ, ଯେଉଁଠାରେ ସାଧାରଣତଃ ଡିମିରି ଗଛ ଦେଖାଯାଏ ନାହିଁ। ଏକଥା ତାଙ୍କୁ ଆଶ୍ଚର୍ଯ୍ୟ କରିଥିଲା।
ରିସର୍ଚ୍ଚ ପାଇଁ ଗଛ ମୂଳକୁ ଖୋଳିବାରୁ ତା ତଳେ ମୃତଦେହ ପୋତି ହୋଇ ରହିଥିବା ଜଣାପଡ଼ିଥିଲା। ଅଧିକ ଖୋଳିବାରୁ ପୁଲିସ୍ ୩ଟି ଶବର ଅବଶେଷ ଉଦ୍ଧାର କରିଥିଲା। ଏହାପରେ ରିସର୍ଚ୍ଚରୁ ଜଣା ପଡ଼ିଥିଲା ଯେ, ଗୁମ୍ଫାରେ ହର୍ଗୁନର୍ ନାମକ ଜଣେ ବ୍ୟକ୍ତିଙ୍କ ସହିତ ଅନ୍ୟ ତିନିଜଣଙ୍କୁ ଡାଇନାମାଇଟ୍ ଲଗାଇ ଉଡ଼ାଇ ଦିଆଯାଇ ଥିଲା।
ଡାଇନାମାଇଟ୍ ବିସ୍ଫୋରଣ ଯୋଗୁ ଗୁମ୍ଫାର ଉପରି ଭାଗରେ ଗୋଟିଏ ଗାତ ହୋଇଯାଇଥିଲା। ଏହି ଗାତ ଦେଇ ସୂର୍ଯ୍ୟ କିରଣ ଓ ବର୍ଷା ପାଣି ଗୁମ୍ଫା ଭିତରକୁ ପ୍ରବେଶ କରିବାରୁ ହର୍ଗୁନ୍ରଙ୍କ ପେଟରେ ଥିବା ଡିମିରି ଫଳର ମଞ୍ଜିଟି ଗଜା ଧରି ଗଛରେ ପରିଣତ ହୋଇଥିଲା। ମୃତ୍ୟୁ ପୂର୍ବରୁ ହର୍ଗୁନର୍ ଡିମିରି ଖାଇଥିଲେ ବୋଲି କୁହାଯାଉଛି।
ହର୍ଗୁନର୍ଙ୍କ ଭଉଣୀ ମନୁନୁର ହର୍ଗୁ ନରଙ୍କ ଅନୁସାରେ, ତାଙ୍କ ପରିବାର ଯେଉଁଠାରେ ରହୁଥିଲେ ସେଠାରେ ପାଖାପାଖି ୪ ହଜାର ଲୋକ ରହୁଥିଲେ। ସେଥମଧ୍ୟରୁ ଅଧେ ଜନସଂଖ୍ୟା ଗ୍ରୀକ୍ ଦେଶର ଥିବାବେଳେ ଆଉ ଅଧେ ତୁର୍କିର ଥିଲା। ୧୯୭୪ରେ ଦୁଇଦେଶ ମଧ୍ୟରେ ଶତ୍ରୁତା ଆରମ୍ଭ ହୋଇଗଲା। ହର୍ଗୁନର୍ ତୁର୍କୀ ସପକ୍ଷବାଦୀ ହୋଇଥିବାରୁ ଗ୍ରୀକ୍ ଲୋକେ ତାଙ୍କୁ ଉଠାଇ ନେଇଥିଲେ। ଏହାପରଠାରୁ ସେ ତାଙ୍କ ଭାଇଙ୍କୁ ଅନେକ ଖୋଜାଖୋଜି କରିଥିଲେ, କିନ୍ତୁ ତାଙ୍କର କୌଣସି ଖୋଜ୍ଖବର୍ ମିଳି ନଥିଲା।
ମୁନୁର୍ଙ୍କ କହିବାନୁସାରେ ତାଙ୍କ ରକ୍ତ ନମୁନା ସହିତ ମିଳିଥିବା ଶବର ଡିଏନ୍ଏ ମିଶିଯାଇଥିବାରୁ ତାଙ୍କ ଭାଇଙ୍କ ଶେଷ ସମୟ ଏହି ଗୁମ୍ଫାରେ କଟିଥିଲା ବୋଲି ସେ ଜାଣିବାକୁ ପାଇଥିଲେ। ଏହି ଡିମିରି ଫଳ ପାଇଁ ସେ ତାଙ୍କ ଭାଇଙ୍କ ଖବର ପାଇ ପାରିଲେ ବୋଲି ମୁନୁର୍ କହିଥିଲେ।
from Odisha Reporter https://ift.tt/2QmxhEj
No comments:
Post a Comment