ଥାନା ଉପରେ ଗ୍ରେନେଡ୍ ମାଡ଼; ଜଣେ ସହିଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 29, 2018

ଥାନା ଉପରେ ଗ୍ରେନେଡ୍ ମାଡ଼; ଜଣେ ସହିଦ

granade

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ଶୋପିଆନ୍‌ରେ ଆଜି ସକାଳେ ଆତଙ୍କବାଦୀମାନେ ଏକ ପୁଲିସ୍ ଷ୍ଟେସନ୍‌ ଉପରକୁ ଗ୍ରେନେଡ ମାଡ଼ କରିଛନ୍ତି। ଏଥିରେ ଜଣେ ପୁଲିସ୍ କର୍ମଚାରୀ ସହିଦ ହୋଇଛନ୍ତି। ତାଙ୍କ ନାଁ ଶକିବ ମୋଈଦ୍ଦୀନ।

ତାଙ୍କୁ ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଆତଙ୍କବାଦୀମାନେ ଗ୍ରେନେଡ୍ ମାଡ଼ କରିବା ପରେ ଗୁଳି ମଧ୍ୟ ଚଳାଇଥିଲେ। ତା’ପରେ ସେମାନେ ନିକଟସ୍ଥ ଜଙ୍ଗଲ ଦେଇ ପଳାଇ ଯାଇଥଇଲେ। ସୁରକ୍ଷାକର୍ମୀମାନେ ପୂରା ଅଞ୍ଚଳକୁ ଘେରି ଯାଇ ସର୍ଚ୍ଚ ଅପରେସନ୍ କରୁଛନ୍ତି।

ଏହା ପୂର୍ବରୁ ଭାରତୀୟ ସେନାର ଯବାନମାନେ ତଙ୍ଗଧାରରେ ଆତଙ୍କବାଦୀଙ୍କ ଦ୍ୱାରା କରାଯାଇଥିବା ଅନୁପ୍ରବେଶ ଉଦ୍ୟମକୁ ଭଣ୍ଡୁର କରି ଦେଇଥିଲେ।

ପ୍ରଥମେ ପାକିସ୍ତାନୀ ସେନା ପକ୍ଷରୁ ଫାୟାରିଂ କରାଯାଇଥିଲା। ଭାରତୀୟ ସେନାର ଧ୍ୟାନ ହଟାଇବା ପାଇଁ ପାକିସ୍ତାନୀ ସେନା ଫାୟାରିଂ କରିଥିଲା। ସେତିକି ବେଳେ ଆତଙ୍କବାଦୀମାନେ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲେ।



from Odisha Reporter https://ift.tt/2DIaT6S

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages