ଦୁଇ ଜଣ ଦଶମ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 5, 2018

ଦୁଇ ଜଣ ଦଶମ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି

soro

ସୋର (ଓଡ଼ିଶା ରିପୋର୍ଟର): ଗତ ମାସ ୯ ତାରିଖରେ ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଟେଣ୍ଟେଇ ଗାଁରେ ଦୁଇ ଜଣ ଦଶମ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ୨୬ ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ୍‌ ସେମାନଙ୍କ ମୃତ୍ୟୁ କାରଣ ଖୋଜି ପାଉ ନ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।

ଏହାର ରହସ୍ୟ ଉନ୍ମୋଚନ ପାଇଁ ଗ୍ରାମବାସୀ ସିବିଆଇ ତଦନ୍ତ ଦାବି କରିଛନ୍ତି।

ଏଥିପାଇଁ ଆଜି ଗ୍ରାମବାସୀମାନେ ଅନନ୍ତପୁର-ସୋର ରାସ୍ତାର ଅଇଁରି ଛକରେ ରାସ୍ତାରୋକ କରିଥିଲେ। ତହସିଲଦାର,ଏସଡିପିଓ ଓ ଆଇଆଇସି ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ତା’ପରେ ରାସ୍ତାରୋକ ହଟିଥିଲା।

ଗତ ୯ ତାରିଖରେ ଟେଣ୍ଟେଇ ଗାଁରେ ବିରିପଡ଼ା ଗାଁର ପ୍ରିୟଙ୍କା ଦାସ ଓ ଟେଣ୍ଟେଇ ଗାଁର ଲକ୍ଷ୍ମୀପ୍ରିୟା ଦାସ ସନ୍ଦେହଜନକ ମୃତ୍ୟୁ ହୋଇଥିଲା।

 



from Odisha Reporter https://ift.tt/2wJtQzn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages